ଯୁବ କୁଲୁତା ସମାଜ ତରଫରୁ କୁଲୁତା ଦିବସ ପାଳିତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କୁଲୁତା ସମାଜ ତରଫରୁ ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ ଅସିମ କରାଟେ ଏକାଡେମୀ ରେ ଚୈତ୍ୟ ପୂର୍ଣ୍ଣିମା ଅବସରରେ କୁଲୁତା ଦିବସ ବଡ ସମାରୋହ ସହ ପାଳିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପାଇଁ ବଲାଙ୍ଗିର ମ୍ୟୁନିସିପାଲିଟି ଏରିଆରେ ଯେଉଁ ଦଳ ବା ନେତା ସରକାରୀ ଜମି ସହ କୁଲୁତା ଭବନ ତିଆରି କରିବ ତାକୁ ସମାଜର ସମସ୍ତ ଭୋଟର ସମର୍ଥନ ଜଣାଇବା ପାଇଁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇ ଇଷ୍ଟଦେବୀ ରାମଚଣ୍ଡିଙ୍କ ଠାରେ ସାମୁହିକ ପ୍ରତିଜ୍ଞା କରାଯାଇଥିବା ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇ ସୂଚନା ଦେଇଛନ୍ତି । ଏହି ସମାରୋହରେ ସଂପାଦକ ଭୁବନେଶ୍ୱର ଭୋଇ, କୋଷାଧ୍ୟକ୍ଷ ଅମିତ ବାରିକ, ଜିଲ୍ଲା ସଦସ୍ୟ ଅସ୍ମିତ ପ୍ରଧାନ, ଶଙ୍କର ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ଦେଓଗାଁ ବ୍ଲକ ଉପ-ସଭାପତି ଅସୀତ ରଂଜନ ସାହୁ, ସହ-ସଂପାଦକ ଅନନ୍ତ ପ୍ରଧାନ, ପୁଇଁନ୍ତଲା ବ୍ଲକ ସହ ସଂପାଦକ ଗଣେଷ ପାତ୍ର, ଲୋଇସିଂହା ବ୍ଲକ ଉପ-ସଭାପତି ଆକାଶ ବିଶ୍ୱାଲ, ବଲାଙ୍ଗିର ବ୍ଲକ ମହିଳା ଶାଖା ଉପ-ସଭାପତି ପୁଷ୍ପମା ପ୍ରଧାନ, ସହ-ସଂପାଦିକା ପ୍ରିୟଦର୍ଶନୀ ବିଶ୍ୱାଲ, ସଦସ୍ୟା ଫଲବା ନାୟକ, ପଦ୍ମବିନା ବିଶ୍ୱାଲ, ପ୍ରମୋଦିନୀ ସାହୁ, ଦିବ୍ୟା ପଧାନ, ସୁଧାରାଣୀ ବିଶ୍ୱାଲ, କୁମୁଦିନୀ ଭୋଇ, ସବିତା ପ୍ରଧାନ, ସମାଇରା ଭୋଇ, ହର୍ଡାଡାଲ ଗଉଁନ୍ତିଆ ପରିବାରର ଜୟନ୍ତି ଭୋଇ, ଅସ୍ମିତା ଭୋଇ, ରେବତି ପ୍ରଧାନ ତଥା ୟୁହାନ ଭୋଇ, ତରଣି ଭୋଇ, ମନରଂଜନ ପ୍ରଧାନ, ଧବଳେ ବେହେରା, ଆକାଶ ପ୍ରଧାନ, ଆଶୁତୋଷ ପ୍ରଧାନ ସମେତ ବିଭିନ୍ନ ବ୍ଲକ ର ଶତାଧିକ ଯୁବ ସଦସ୍ୟ / ସଦସ୍ୟା ଯୋଗଦାନ ଦେଇଥିଲେ । ଏଥିରେ ପୁଷ୍ପମା ପ୍ରଧାନ ପୂଜାର୍ଚ୍ଚନା କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page