ଯୋଗ, ପ୍ରାଣାୟମ, ମାନବବାଦ ଅପରିହାର୍ଯ୍ୟ

ସାରସ୍ୱତ ପ୍ରତିଭାଧାରୀଙ୍କୁ ଶାନ୍ତିପଥ ସମ୍ମାନ

ଭୁବନେଶ୍ୱର: ସାମାଜିକ ଓ ବୌଦ୍ଧିକ ଅନୁଷ୍ଠାନ ଶାନ୍ତିପଥର ଷଷ୍ଠ ବାର୍ଷିକୋସôବ ସ୍ଥାନୀୟ ୟୁନିଟ୍ ୯ସ୍ଥିତ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ୱ ଓ ବରିଷ୍ଠ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସ୍ତମ୍ଭକାର ସ୍ୱାଧୀନତା ସଂଗ୍ରାମୀ ବିଜୟ କୁମାର ତ୍ରିପାଠୀ, ଯୋଗ ପ୍ରଶିକ୍ଷକ ବୀର କିଶୋର ବିଶ୍ୱIଳ, ବରିଷ୍ଠ ସମାଜସେବୀ ବିକ୍ରମାଦିତ୍ୟ ନାୟକ ଯୋଗଦେଇ ଯୋଗ, ପ୍ରାଣାୟମ, ସମାଜସେବା ପ୍ରମୁଖକୁ ଗୁରୁତ୍ୱ ଦେଇ ନିଜ ନିଜ ସ୍ତରରେ ସମାଜର ମଙ୍ଗଳ ସାଧନା ନିମନ୍ତେ ଆଗେଇ ଆସିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶାନ୍ତିପଥର ୧୦ ଗୋଟି ନିୟମ ପାଳନ ଉପରେ ଗୁରୁତ୍ୱାରୋପ କରିବା ସହିତ ସାରା ବିଶ୍ୱରେ ଯେପରି ଶାନ୍ତି, ପ୍ରଗତି ଓ ମୈତ୍ରୀର ବାତାବରଣ ସୃଷ୍ଟି ହୋଇପାରିବ ସେହି ଦିଗରେ ସଭାପତି ଆଲୋପାତ କରିଥିଲେ । ପ୍ରାରମ୍ଭରେ ଜାତିର ପିତା ମହାତ୍ମା ଗାନ୍ଧି ଓ ଶାନ୍ତିର ଦୂତ ଗୌତମ ବୁଦ୍ଧଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ସାରସ୍ୱତ ପ୍ରତିଭାଧାରୀ ପଶୁପ୍ରେମୀ ପ୍ରଦୀପ ଦାସ, ପ୍ରକୃତି ପ୍ରେମୀ ବିଶ୍ୱନାଥ ମାର୍ଥା, କଳା ନିଦେ୍ର୍ଦଶକ ପ୍ରିୟାଂଶୁ ପ୍ରିୟଦେବ, ମେଧାବୀ ଛାତ୍ରୀ ରଶ୍ମୀତା ଦାସ, ସାମ୍ବାଦିକ ଅରବିନ୍ଦ ତି୍ରପାଠୀ, ସୁଭେନ୍ଦ୍ର ପଟ୍ଟନାୟକ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ତପନ କୁମାର ରାହାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଶିବ ନାରାୟଣ ମିଶ୍ରଙ୍କୁ ଶାନ୍ତିପଥ ଗୌରବ ସମ୍ମାନ -୨୦୨୪ ପ୍ରଦାନ କରାଯାଇଥିଲା । ଶେଷରେ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରମେଶ କୁମାର ମହାପାତ୍ର, ସୁଭେନ୍ଦ୍ର ପଟ୍ଟନାୟକ । Report: Akhila sundaray, Utkalbulletin

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page