ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ଠାରେ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ମହିମା ସେବା ଫାଉଣ୍ଡେସନର ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆଙ୍କ ପୌରହିତ୍ୟ ରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସହ ଓଡିଶାର ଗଣପର୍ବ ତଥା ଆମ ସଂସ୍କୃତି, ପରମ୍ପରା ବହନ କରୁଥିବା ଉକ୍ତ ନିଆରା ପର୍ବ ରଜ ର ମହତ୍ୱ ତଥା ସାମ୍ପ୍ରତିକ ସମୟରେ ପୂଜ୍ୟପୂଜା, ରାଷ୍ଟ୍ରଭକ୍ତି ସହ ସମର୍ପିତ ଭାବେ ନିଜନିଜ

ସ୍ତରରେ କାର୍ଯ୍ୟ କରିବାକୁ ଅନୁଷ୍ଠାନ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା l ଅନୁଷ୍ଠାନର ଉପଦେଷ୍ଟା, ସାମ୍ବାଦିକ ମଦନ ମୋହନ ପାଢ଼ୀ, ରୀନା ମହାନ୍ତି ଏହି ଅବସରରେ ସମାଜସେବା ପାଇଁ ପ୍ରଜ୍ଞା ପଟନାୟକଙ୍କୁ ସମ୍ବର୍ଦ୍ଧିତ କରିବା ସହ ନୂତନ ସଦସ୍ୟା ଭାବେ ରାଜଲକ୍ଷ୍ମୀ କର ଓ ବନୋଜୋଶ୍ନା ଭୁଜବଳ ଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ କୁ ବରିଷ୍ଠ ସମାଜସେବୀ ପଦ୍ମ ଚରଣ ବେହେରା, ସମାଜସେବୀକା ସୁପ୍ରିୟା ପ୍ରଧାନ,ଲିଲି ଦାସ ସ୍ମିତା ପଣ୍ଡା, ସବିତା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଐସୁର୍ୟା ତ୍ରିପାଠୀ l