ରାଜଧାନୀରେ ଲଭ ଜିହାଦ୍‌

ସମ୍ପର୍କ ରଖିବା ପରେ ଧର୍ମ ପରିବର୍ତ୍ତନ ପାଇଁ ଜବରଦସ୍ତି
ଭୁବନେଶ୍ୱର: ପ୍ରେମରେ ପଡ଼ିଗଲେ ଆଗପଛ କିଛି ଜଣାପଡେନାହିଁ। ପ୍ରେମୀକୁ ଭଲମନ୍ଦ କିଛି ବି ଫରକ ପଡେନାହିଁ। ସେମିତି ଏକ ଭୁଲ କରି ବସିଛି ଜଣେ ଯୁବତୀ । ଆଉ ଭଲ ପାଇଥିଲା ଜଣେ ମୁସଲମାନ ସଂପ୍ରଦାୟର ଯୁବକକୁ । ଓଡ଼ିଆ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଅଭିଯୁକ୍ତ । ଭୁବନେଶ୍ବରରେ ଲଭ ଜିହାଦ୍ । ରାଜଧାନୀରେ ଯୁବତୀଙ୍କୁ ଟ୍ରାପରେ ପକାଇ ଟଙ୍କା ଲୁଟିନେଲା ଜମ୍ମୁ-କାଶ୍ମୀରର ଯୁବକ । ମୋବାଇଲରେ ସୁଟ୍ କରି ଯୁବତୀ ଓ ତାଙ୍କ ପରିବାରକୁ ବ୍ଲାକମେଲ୍ କରିବା ସହ ଟଙ୍କା ମାଗିଲା । କେବଳ ସେତିକି ନୁହେଁ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବି ଚାପ ପକାଉଥିଲା ଅଭିଯୁକ୍ତ ଜଣଙ୍କ । ଏପରିକି ଯୁବତୀଙ୍କ ବାପା, ମାଆଙ୍କୁ ଝିଅର ଭିଡିଓ ପଠାଇ ୫ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଜମ୍ମୁ-କାଶ୍ମୀର ସମୀର ମନସୁର ନାମକ ବ୍ୟକ୍ତି ବିରୋଧରେ ଏଭଳି ସାଂଘାତିକ୍ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ସମୀର ମନସୁରକୁ କଟକ ଠାରେ ଟ୍ରେନ୍ ରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୀଡିତାଙ୍କ ବୟାନ ରେକର୍ଡ କରି ଧାରା ୧୬୧ରେ ପୋଲିସ ଘଟଣାର ତଦନ୍ତ କରୁଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News