ସହରରେ ପ୍ରତିବାଦ ଶୋଭାଯାତ୍ରା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଭବାନୀପାଟଣା: (ଜଗନ୍ନାଥ ନାଏକ), ଉତ୍କଳ ବୁଲେଟିନ : କଳାହାଣ୍ଡି ଜିଲ୍ଲାର ୧୩ଗୋଟି ବ୍ଲକ ସମେତ ସମସ୍ତ ମ୍ୟୁନିସିପାଲିଟି, ଏନ୍ଏସି ଓ ବିଜ୍ଞାପିତ, ଅଂଚଳ ପରିଷଦର ହଜାର ହଜାର ଅଙ୍ଗନବାଡି କର୍ମୀ ଭବାନୀପାଟଣା ସହରର ବାଲାଜୀ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ। ପରେ ପରେ ରାଲିକୁ ଭାରତୀୟ ମଜଦୁର ସଂଘର ବଲାଙ୍ଗୀର, ସୋନପୁର ପ୍ରଭାରୀ ବିରଞ୍ଚୀନାରାୟଣ ପଣ୍ଡା, ପୁର୍ଣ ସହଯୋଗ କରିଥିବା ସହିତ ଦାବିପୁରଣ କରିବାପାଇଁ ସରକାରଙ୍କୁ ଅନୁରୋଧ

କରିଥିଲେ । ଏ ରାଲି କେବଳ କଳାହାଣ୍ଡିରେ ନୁହେଁ ଗୋଟିଏ ଦିନରେ ସାରା ଭାରତରରେ ଅଙ୍ଗନୱାଡି ମାନଙ୍କ ଦ୍ୱାରା କରାଯାଉଅଛି। ଓ ଭାରତୀୟ ମଜଦୁର ସଂଘ ପୁର୍ଣ ସହଯୋଗ ଅଛି । କଳାହାଣ୍ଡି ଜିଲ୍ଲା ସଭାପତି ମଞ୍ଜୁଲତା ମିଶ୍ରଙ୍କ ନେତୃତ୍ୱରେ ଏକ ସଭା ଆୟୋଜନ କରାଯାଇ ଜିଲ୍ଲାପାଳଙ୍କୁ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ସଂଘର ପ୍ରମୁଖ ଦାବୀ ସମୂହ ଯଥା : ଅଙ୍ଗନବାଡି କର୍ମୀଙ୍କ ସର୍ବନିମ୍ନ ୧୮ ହଜାର ଟଙ୍କା ଦିଆଯାଉ ଯେ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ନ କରିଛନ୍ତି। ସେହିପରି ଅବସର କାଳୀନ ୫ ଲକ୍ଷ ଟଙ୍କା ଗ୍ରାଚୁୟାଟି ଓ ମାସିକ ୨ହଜାର ଟଙ୍କା ପେନସନ, ସମସ୍ତ ମିନି ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି ଘୋଷଣା କରାଯାଉ ଏବଂ ସହାୟିକାମାନଙ୍କୁ ମାସିକ ଅନ୍ୟୁନ ୯ ହଜାର ଟଙ୍କା ଦରମା ପ୍ରଦାନ, କୌଣସି ଅଙ୍ଗନବାଡି କର୍ମୀ ଆକର୍ମଣ୍ୟ ହେଲେ ତାଙ୍କୁ ଅନ୍ୟୁନ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ, ଗାଁ ସମିତି ଅଧୀନରୁ ସମ୍ପୂର୍ଣ ମୁକ୍ତ କରାଯାଉ, ସରକାରଙ୍କ ନୂତନ ଶିକ୍ଷ୍ୟାନୀତି ଅନୁଯାଇ ଯୋଗ୍ୟ ବିବେଚିତ ଅଙ୍ଗନବାଡି କର୍ମୀମାନଙ୍କୁ ବୟସ ସୀମାକୁ ଉଛେଦ କରି ପ୍ରି ପ୍ରାଇମେରୀ ଶିକ୍ଷକ ଭାବେ ଶିକ୍ଷ୍ୟନୁଷ୍ଠାନ ମାନଙ୍କରେ ନିଯୁକ୍ତି ପ୍ରଦାନ କରିବା, ବରିଷ୍ଠତା ଭିତରେ ସହାୟିକା ମାନଙ୍କୁ ଅଙ୍ଗନବାଡି କର୍ମୀ ଭାବେ ପଦୋନ୍ନତି ଦେବା, ୭. ୫୦% ସିଧାସଳଖ ଅଙ୍ଗନବାଡି ସୁପରଭାଇଜର ନିଯୁକ୍ତି ବଳରେ ବରିଷ୍ଠତା ଓ ଶିକ୍ଷ୍ୟାଗତ ଯୋଗ୍ୟତା ଥିବା ଅଙ୍ଗନବାଡି କର୍ମୀମାନଙ୍କୁ ସୁପରଭାଇଜର ଭାବେ ପଦୋନ୍ନତି ଦେବାଭଳି ଦାବୀ ସମୂହ ସରକାରଙ୍କ ନିକଟରେ ରଖାଯାଇଥିବା ବିଷୟରେ କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ସଭାନେତ୍ରୀ ମଞ୍ଜୁଲତା ମିଶ୍ର ଓ ସାଧାରଣ ସମ୍ପାଦିକା ହେମଲତା ସାମଲ କଳାହାଣ୍ଡି ପ୍ରଭାରୀ ବିଶ୍ୱ ରଞ୍ଜନ ଶା, ରାଜ୍ୟ ମହିଳା ପ୍ରମୁଖ ଝୁନୁପମା ଶତପଥୀ ଅଙ୍ଗନୱାଡି ଲେଡ଼ିଜ ୱାର୍କର ଆସୋସିସନ, ସମ୍ପାଦିକା ପ୍ରିରମା, BMS ଜିଲ୍ଲା ସମ୍ପାଦିକ ରାଧାକାନ୍ତ ବେହେରା ପ୍ରକାଶ କରିଛନ୍ତି। ପୁନଶ୍ଚ ସରକାର ଅଲ ଓଡିଶା ଅଙ୍ଗନବାଡି ୱାର୍କର ଲେଡ଼ିଜ ଆସୋସିଏସନ ର ଦାବୀ ପୂରଣ ନ କରିବାଯାଏ, ଏଭଳି ଗଣଧାରଣା, ବିକ୍ଷୋଭ ମାନ ଜାରି ରହିବ ବୋଲି ଗଣମାଧ୍ୟମ ନିକଟରେ ସଭାନେତ୍ରୀ ମଞ୍ଜୁଲତା ମିଶ୍ର ଚେତାବନୀ ଦେଇଛନ୍ତି।

ଭବାନୀପାଟଣା, (ଜଗନ୍ନାଥ ନାଏକ), ଉତ୍କଳ ବୁଲେଟିନ