ରାଜ୍ୟସ୍ତରୀୟ ଶ୍ରୀ ପଞ୍ଚରତ୍ନ ଶ୍ରୀମଦ ଭଗବଦ ଗୀତା ପ୍ରଚାର ସଂଘ ଓଡିଶାର ପ୍ରଥମ ବାର୍ଷିକ ଉତ୍ସବ

ବୋଲଗଡ: (ଅଖିଳ ସୁନ୍ଦରାୟ) ଗତ ତା ୨୨.୦୨.୨୦୨୬ ରିଖ ରବିବାର ଦିନ ରାଜ୍ୟ ସ୍ତରୀୟ ପଞ୍ଚରତ୍ନ ଶ୍ରୀମଦ୍ ଭଗବଦ୍ ଗୀତା ପ୍ରଚାର ସଂଘ ଓଡ଼ିଶା ତରଫରୁ ଏକ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି। ଓଡ଼ିଶାର ପ୍ରତି କୋଣ ଅନୁକୋଣରେ ସାଧୁ,ସନ୍ଥ, କଥା ବ୍ୟାସ ଓ ଗୀତା ପ୍ରେମୀ ମାନେ ଯୋଗଦାନ କରିଥିଲେ। ଓଡ଼ିଶା ବାହାରୁ ବମ୍ବେ,ଚେନ୍ନାଇ,ହାଇଦ୍ରାବାଦ,ରୁ ମଧ୍ୟ ଭକ୍ତ ମାନଙ୍କର ସମାଗମ ଉତ୍ସବଟିକୁ ଆନନ୍ଦ ପ୍ରଦାନ କରିଥିଲା।ପଞ୍ଚରତ୍ନ ଟ୍ରଷ୍ଟ ର ଏହି ସ୍ମରଣୀୟ ଉତ୍ସବଟି ଶଙ୍ଖ କ୍ଷେତ୍ର ପୁରୀର ମଙ୍ଗଳା ଘାଟ ସ୍ଥିତ ମହାବୀର ଆଶ୍ରମରେ ପାଳିତ ହୋଇଥିଲା।୨୦ ଜଣ ରୁ ଉର୍ଦ୍ଧ ସାଧୁସନ୍ଥ ତଥା ଶତାଧିକ ଗୀତା ପ୍ରେମୀ ମନକୁ ନେଇ ସକାଳ ୬ ଘଣ୍ଟାରୁ ଆରମ୍ଭ କରି ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିଲା।ସକାଳୁ ଘୃତ ଯଜ୍ଞ ମାଧ୍ୟମରେ ଗୀତା ୭୦୦ ଶ୍ଲୋକର ଅବୃତି ସମେତ ଘୃତାହୁତି ପ୍ରଦାନ କରାଗଲା ।ସନ୍ଥ ପୂଜନ,ବୁଷ୍ପ ବୃଷ୍ଟି,ଶଙ୍ଖନାଦ,ହୁଳହୁଳି କରି ସ୍ଵାଗତ ଗୀତିକା ପାଠ କରି କାର୍ଯ୍ୟକ୍ରମ ଆରମ୍ଭ କରାଗଲା।ସମ୍ପାଦକ ଶ୍ରୀଯୁକ୍ତ ଶିଶିର କୁମାର ଦାସ ସଂପାଦକୀୟ ପାଠ କରିଥିଲେ। ଦୁଇ ବଳିଷ୍ଠ ବ୍ୟକ୍ତିତ୍ଵ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାଶ ଓ ଶ୍ରୀଯୁକ୍ତ ହୃଷୀକେଶ ଚମ୍ପତିଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିଚାଳନା କରାଗଲା।ତତ୍ପରେ ସାଧୁ,ସନ୍ଥ ମାନଙ୍କ ଦ୍ଵାରା ଜ୍ଞାନ ଯଜ୍ଞ ର କାର୍ଯ୍ୟ ସମ୍ପନ୍ନ କରାଗଲା। ଜ୍ଞାନ ଯଜ୍ଞର ପରିସମପ୍ତି ପରେ ମହାପ୍ରସାଦ ସେବନ କରି ପୁନଃ ମଞ୍ଚ ମଣ୍ଡନ କରାଗଲା।ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ମାନପତ୍ର ପ୍ରଦାନ,ସନ୍ଥ ପ୍ରଣାମି ପରେ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଗୁମାନ ସିଂହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ସାଧୁ ଓ ସନ୍ଥ ମାନଙ୍କ ମଧ୍ୟରେ ମୁଖ୍ୟତଃ ସ୍ବାମୀ ରାମେଶ୍ୱରାନନ୍ଦ ସରସ୍ଵତୀ ମହାରାଜ,ସ୍ବାମୀ ଯମୁନା ଦାସ ମହାରାଜ,ସ୍ବାମୀ ଚିନ୍ମୟା ନନ୍ଦ ରାଜେଶ୍ ମହାରାଜ,ସ୍ବାମୀ ରଜତାନନ୍ଦ,ସାଧ୍ୱୀ ନିରୁପମା ସିଂହ, ସନ୍ୟାସିନୀ ଅରୁନ୍ଧତୀ ମାତାଜୀ, ବେଦାନ୍ତାଚାର୍ଯ୍ୟ ବ୍ରଜ କିଶୋର ମହାନ୍ତି,ଜ୍ଞାନ ଭାରତୀ ବିନୋଦ ସେନାପତି,ଡଃ ଅନ୍ନଦା ତ୍ରୀପାଠୀ,ଡଃ ପ୍ରିୟମ୍ବଦା ଦାଶ,ସନ୍ଥ ଶ୍ରୀ ପ୍ରେମ ନିମାଇଁ ମହାରାଜ,ସମେତ ଅନେକ ସାଧୁ ସନ୍ଥ ଯୋଗଦାନ କରି ଉତ୍ସବକୁ ମୁଖରିତ କରିଥିଲେ।ମହିଳା ଭକ୍ତ ମାନଙ୍କ ମଧ୍ୟରେ ମଞ୍ଜୁଲତା ସାହୁ,ସତ୍ୟଭାମା ଦେଇ,ସବିତା ଛାଟୋଇ,ରଞ୍ଜିତା ହୋତା,ପ୍ରଭାତୀ କୁମାରୀ ସାହୁ ପ୍ରମୁଖ ମା ମାନେ ନିଜର ଅଦମ୍ୟ ଇଚ୍ଛା ଶକ୍ତି ଦ୍ଵାରା ମଞ୍ଚକୁ ସରସ ସୁନ୍ଦର କରିପାରିଥିଲେ।ଶ୍ରୀଯୁକ୍ତ ଭୀମସେନ ଶବର ଭଜନ ପରିବେଷଣ,ଦେବିଦତ୍ତ ଦାଶ ଚିତ୍ର ଉତ୍ତୋଳନ କରି ପଞ୍ଚରତ୍ନ ମଞ୍ଚକୁ ଧନ୍ୟ କରିଥିଲେ।ପଞ୍ଚରତ୍ନ ଟ୍ରଷ୍ଟ ର ମୁଖ୍ୟ ଆଭିମୁଖ୍ୟ ସର୍ବ ମୁଖରେ ଗୀତା ପାଠ କୁ ସାକାର କରିବା ଲକ୍ଷ୍ୟରେ ଏହି ଉଦ୍ୟମ ଜାରି ରହିବ। ସନାତନ ଧର୍ମର ପ୍ରଚାର ପ୍ରସାର ସଙ୍ଗେ ଭାରତ କୁ ବିଶ୍ୱଗୁରୁ ହିସାବରେ ଦେଖିବା ପାଇଁ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସମ୍ପାଦକ ଶିଶିର କୁମାର ଦାଶ ବିବୃତି ପ୍ରଦାନ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page