ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଶ୍ରୀରାମ ନବମୀ ଖୁବ୍ ଧୂମଧାମରେ ପାଳନ ସହ ରାମ ମନ୍ଦିର ତଥା ବିଗ୍ରହ ପ୍ରତିଷ୍ଠା ଉସôବକୁ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଗ୍ରାମରେ ରାମ ମନ୍ଦିର ପ୍ରତିଷ୍ଠା କରାଯିବା ସହ ଶ୍ରୀ ବିଗ୍ରହଙ୍କ ପ୍ରତିଷ୍ଠା ଓ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଥିଲା ।

ଏହି ମନ୍ଦିର ପ୍ରତିଷ୍ଠା ଉସôବରେ ଗ୍ରାମର ସମସ୍ତ ଲୋକେ ଏକାଠି ହେବା ସହ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ୪ ଦିନ ଧରି ମନ୍ଦିର ପ୍ରାଙ୍ଗଣରେ ହୋମ ଯଜ୍ଞ ପୂଜା ପାଠ ଏବଂ ଭଜନ କୀର୍ତନ କରାଯିବା ସହ ଆସୁଥିବା ସମସ୍ତ ଭକ୍ତ ଓ କର୍ମକର୍ତାଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ମନ୍ଦିର ଚତୁଃପାଶ୍ୱର୍କୁ ସୁନ୍ଦର ଭାବେ ସଜିତ୍ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ମନ୍ଦିର ପ୍ରତିଷ୍ଠାର ମୁଖ୍ୟ ମିଲନ ମହାନ୍ତି ରହିଥିବା ବେଳେ ସହଯୋଗୀ ଭାବେ ଗ୍ରାମର ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ମାନେ ରହିଥିବା ଜଣାପଡିଛି । ହୁଳହୁଳି ଓ ହରିବୋଲ୍ ଧ୍ୱନୀରେ ଗ୍ରାମ ପ୍ରକମ୍ପିତ ହୋଇ ଏକ ଆଧ୍ୟାତ୍ମିକ ତଥା ଭାବମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।
କ୍ୟାମେରାମ୍ୟାନ୍- ଟିକି ରଣା