ରେଙ୍ଗସା ପାଳି ବଜାର ପ୍ରାଙ୍ଗଣରେ ମାଣ୍ଡିଆ ମଣ୍ଡି ଉଦଘାଟନ

କଳାହାଣ୍ଡି,୧୭/୧/(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଲି ଗ୍ରାମପଞ୍ଚାୟତ ସ୍ଥିତ ସପ୍ତାହିକ ବଜାର ପ୍ରାଙ୍ଗଣରେ ମାଣ୍ଡିଆ ମଣ୍ଡି ଉଦଘାଟନ ହୋଇଥିଲା, ଏହି ମାଣ୍ଡିଆ ମଣ୍ଡି ଉଦଘାଟନ ସମାରୋହ କାର୍ଯ୍ୟକ୍ରମ ରେ ମାଣ୍ଡିଆ ଚାଷ କରି ଅମଳ ଉତ୍ପାଦନ କରୁଥିବା ଚାଷୀମାନେ ମାଣ୍ଡିଆ ଆଣି କୁଇଣ୍ଟାଲ ପିଛା ୪୫୦୦ଟଙ୍କା ରେ ବିକ୍ରୟ କରିଥିଲେ l ଏହି କାର୍ଯ୍ୟକ୍ରମ ରେ
ମୁଖ୍ୟ ଅତିଥି ଭାବରେ ଉପ ଏ.ଡି ଓ ଏବଂ ୱାସନ୍ ର ଏ.ଡି.ପି ଶି,ଗୋଲାମୁଣ୍ଡା ବ୍ଲକ କୃଷି ଅଧିକାରୀ,ଏ.ଏ.ଓ, ଧର୍ମଗତ,ଏ.ଏ.ଓ ଗୋଲାମୁଣ୍ଡା ଶ୍ରୀ ଅନ୍ନ ଅଭିଯାନ ଚଳାଇ ଥିବା ଦାପ୍ତା ସଂସ୍ଥା ର ସେକ୍ରେଟାରୀ ଶ୍ରୀ ଆଦର୍ଶ ଶର୍ମା,ପଞ୍ଚାୟତ ର ନାଇବ୍ ସରପଞ୍ଚ, ଡୁକୁରି ଓମେନ୍ ଫାର୍ମର ପ୍ରଦୁସର କମ୍ପାନୀ ଏଲ ଟି ଡି ର ମେନେଜିଙ୍ଗ ଡାଇରେକ୍ଟର ବେଲମତି ନାଏକ,ଭବାନୀପାଟଣା ସି ଇ ଓ ଶ୍ରୀମୁଖ ପାନ,ଗୋଲାମୁଣ୍ଡା ବ୍ଲକସି ଇ ଓ ଭିଷ୍ମଦେବ ପାଲ,ବ୍ଲକ ସଂଯୋଜକ ଗୋବିନ୍ଦ ପଟେଲ, ଉପ ବ୍ଲକ ସଂଯୋଜକ ସୁଶାନ୍ତ ମାଝୀ ,ସମସ୍ତ ସି ଆର୍ ପି ତଥା ପବିତ୍ର ଦାସ,ବୈକୁଣ୍ଠ ମାଝୀ,ନୀତେଶ ବାରିକ,ମହେନ୍ଦ୍ର ପୁଝାରୀ,କୋଦଣ୍ଡ ବାଗ, ସୁମିତ୍ ଭୋଇ, ଏବଂ ଟି ଡି ସି ସି ର ମୁଖ୍ୟ ଉପସ୍ଥିତ ରହି ମାଣ୍ଡିଆ କୁ ମେସିନ ଦ୍ବାରା ଟେଷ୍ଟ କରି ଚାଷୀଙ୍କ ଠାରୁ କିଣିବା ପାଇଁ ସ୍ଵିକୃତି ଦେଇଥିଲେ।
ଗୋଲାମୁଣ୍ଡା ବ୍ଲକ ରେ ତିନି ବର୍ଷ ହେବ ୧୧ ଟି ପଞ୍ଚାୟତ ରେ ଦାପ୍ତl କାର୍ଯ୍ୟ କରି ଆସୁଥିବା ବେଳେ ମାଣ୍ଡିଆ ଚାଷୀ ମାନଙ୍କର ଉତ୍ସାହ ଧୀରେ ଧୀରେ ବଡ଼ିବାରେ ଲାଗିଛି । ସମସ୍ତ ସି ଆର୍ ପି ନିଜ ଦାୟିତ୍ୱ ରେ ଥିବା ପଞ୍ଚାୟତ ଗୁଡ଼ିକର ଗ୍ରାମକୁ ଯାଇ ବିଭିନ୍ନ ପ୍ରକାର ସଚେତନତା ବାର୍ତ୍ତା ଦେଇ ଚାଷୀ କେମିତି ମାଣ୍ଡିଆ , କାଙ୍ଗୋ, କଦୋ, ଗୁର୍ଜୀ,ଶୁଆ,ଅନେକ ପ୍ରକାରର କ୍ଷୁଦ୍ର ଶସ୍ୟ ଚାଷ କରିବା ସହ ନିଜେ ଖାଦ୍ୟ ରୂପେ ନେବେ ସେ ନିମନ୍ତେ ଚାଷୀ ମାନଙ୍କୁ ବୁଝାଉଛନ୍ତି,ଓ ଏହି କାର୍ଯ କ୍ରମରେ ଧର୍ମଗଡ ଏ ଡି ଓ ଉପସ୍ଥିତ ଥିବା ସମସ୍ତ ଚାଷୀ ମାନଙ୍କୁ ମାଣ୍ଡିଆ ଚାଷ ବିଷୟରେ ଫୁଙ୍କାନୁ ଫୁଙ୍କ ଭାବରେ ବୁଝାଇ ଖାଦ୍ୟ ରୁପେ ଗ୍ରହଣ କରି ବିକ୍ରୀ କରିବା ପାଇଁ ଅନୁରୋଧ ରଖିଥିଲେ,ପରିଶେଷରେ ଦାପ୍ତା ଅନୁଷ୍ଠାନ ର ସେକ୍ରେଟାରୀ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page