ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବରମୁଣ୍ଡାଠାରେ ବାବା ସାହେବ ଭୀମ୍ରାଓ ଆମ୍ବେଦକର ବସ୍ ଟର୍ମିନାଲର ଶୁଭ ଉଦ୍ଘାଟନ କରିଛନ୍ତି। ବରମୁଣ୍ଡା ବସ୍ ଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସ୍ ଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସ୍ ଷ୍ଟାଣ୍ଡ। ଦୈନିକ ଶହ ଶହ ବସ୍ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ ହୋଇଥାଏ। ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବରମୁଣ୍ଡା ବସ୍ଷ୍ଟାଣ୍ଡର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ୫-T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହା ଅତ୍ୟାଧୁନିକ ବସ୍ ଟର୍ମିନାଲର ବିକାଶ କରାଯାଇଛି । ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଶ୍ରୀ ପାଣ୍ଡିଆନ ଅନେକ ଥର ନିର୍ମାଣ ସ୍ଥଳକୁ ଯାଇ କାର୍ୟ୍ୟର ଆଗ୍ରଗତି ସଂପର୍କରେ ସମୀକ୍ଷା କରୁଥିଲେ । ଉଦ୍ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବସ୍ ଟର୍ମିନାଲ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବାରେ ସଫଳ ହେବ ଏବଂ ଭୁବନେଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ହୋଇ ରହିବା ସହିତ ସାରା ଓଡିଶାରେ ଏକ ନୂଆ ପରିଚୟ ହେବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମ ସମ୍ବିଧାନ ପ୍ରସ୍ତୁତ କରିବାରେ ବାବା ସାହେବ ଭୀମ୍ରାଓ ଆମ୍ବେଦକରଙ୍କ ମୁଖ୍ୟ ଭୂମିକା ରହିଥିଲା। ଭାରତୀୟ ସମ୍ବିଧାନର ପ୍ରଣେତା ଭାବେ ସେ ଜଣାଶୁଣା। ଦେଶ ପାଇଁ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ତାଙ୍କ ନାମରେ ଏହି ବସ୍ ଟର୍ମିନାଲ ଓଡିଶା ସରକାର ନାମିତ କରିଛନ୍ତି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାବା ସାହେବଙ୍କ ପ୍ରତି ଓଡିଶାବାସୀଙ୍କ ଏହା ହେଉଛି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ବାବା ସାହେବଙ୍କ ଅବଦାନ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବସ୍ ଟର୍ମିନାଲ ଭିତରେ ବାବା ସାହେବଙ୍କ ଜୀବନ ଓ ଆଦର୍ଶ ଉପରେ ଆଧାରିତ ଏକ ଗ୍ୟାଲେରୀ ମଧ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ୫-T ଉପକ୍ରମରେ ହୋଇଥିବା ଏହି ବସ୍ ଟର୍ମିନାଲ ବସ୍ ମାଲିକ, ବ୍ୟବସାୟୀ, ଯାତ୍ରୀ ତଥା ସମସ୍ତ ଜନସାଧାରଣଙ୍କ ସହଯୋଗରେ ନିର୍ମିତ ହୋଇଛି। ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ସେଥିପାଇଁ ଧନ୍ୟବାଦ ଜଣାଇ କହିଥିଲେ ଯେ ଏହି ବସ୍ ଟର୍ମିନାଲ୍ ରେ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି। ଏଠାରେ ଜରୁରୀ କାଳୀନ ଚିକିତ୍ସାଠାରୁ ଆରମ୍ଭ କରି ବ୍ୟବସାୟିକ କମ୍ପ୍ଲେକ୍ସ, ଏସ୍କାଲେଟର, ଲିଫ୍ଟ, ପ୍ରତିକ୍ଷାଳୟ, ପୋଲିସ୍ ଫାଣ୍ଡି, ଡ୍ରାଇଭରମାନଙ୍କ ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ଫୁଡ୍ କୋର୍ଟ ଆଦି ସମସ୍ତ ସୁବିଧା ରହିଛି। ଏୟାରପୋର୍ଟ ଭଳି ଯାତ୍ରୀମାନେ ଏଠାରେ ସବୁ ସୁବିଧା ପାଇ ପାରିବେ ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏହି ବସ୍ ଟର୍ମିନାଲର ଉପଯୁକ୍ତ ରକ୍ଷଣାବେକ୍ଷଣରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। କାର୍ୟ୍ୟକ୍ରମରେ ପତାକା ଦେଖାଇ ବସ୍ ଚଳାଚଳର ଶୁଭାରମ୍ଭ କରିବା ସହିତ ଆହାର କେନ୍ଦ୍ରରେ ଯାତ୍ରୀ ମାନଙ୍କୁ ଖାଦ୍ୟ ପରସିଥିଲେ ମୁଖ୍ୟମନ୍ତ୍ରୀ। କାର୍ୟ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ବିଜ୍ଞାନ ଓ ବୈଷୟିକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ ଭୁବନେଶ୍ବରର ବିକାଶରେ ଆଜି ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହେଲା । ପରିବହନ କ୍ଷେତ୍ରରେ ଯାହା ଆମ ପାଇଁ ସ୍ବପ୍ନ ଥିଲା, ତାହା ଆଜି ପୂରଣ ହେଲା ।
ଲୋକଙ୍କ ସେବାରେ ଶୁଭାରମ୍ଭ ହେଲା ଭୁବନେଶ୍ୱର ବରମୁଣ୍ଡା ନୂତନ ବସଷ୍ଟାଣ୍ଡ୍

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ସିଆଇଏସ୍ସିଇ ରିଜୋନାଲ ଟାଇକଣ୍ଡୋରେ ବଲାଙ୍ଗିରକୁ ୪ ପଦକ
ବଲାଙ୍ଗିର: ବଲାଙ୍ଗିର ଅଗଷ୍ଟ ୧ ଓ ୨ ଦୁଇ ଦିନ ଧରି କେନ୍ଦୁଝର ଜିଲ୍ଲା ନିର୍ମାଳ କନଭେନ ସ୍କୁଲରେ ସିଆଇଏସ୍ସିଇ ରିିଜୋନାଲ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ଶ୍ରେୟାଂଶ ଭଞ୍ଜ ଅଣ୍ଡର
ପିକକ୍ ଓ ରୋଟାରୀ କ୍ଳବ ଭୁବନେଶ୍ବର ୟୁନିକ ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର୍ୟ୍ୟକ୍ରମ ଆୟୋଜିତ
ବାଲିଅନ୍ତା: ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଓ ରୋଟାରି କ୍ଳବ ଭୁବନେଶ୍ଵର ୟୁନିକର ମିଳିତ ଉଦ୍ୟମରେ ବାଲିଅନ୍ତା ବ୍ଳକ ସତ୍ୟଭାମପୁର ପଞ୍ଚାୟତର ଗୋତଳବିନ୍ଧା ପ୍ରାଥମିକ ବିଦ୍ୟାଳୟ, ଗୋତଳଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜଗନ୍ନାଥପୁର ପଞ୍ଚାୟତର
ଧର୍ମପରାୟଣା ମହିଳାଙ୍କ ସାପକାମୁଡ଼ାରେ ମୃତ୍ୟୁ
ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଶାନ୍ତିଲତା ନନ୍ଦ ନାମକ ୭୦ବର୍ଷୀୟା ଧର୍ମପରାୟଣା ମହିଳାଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତ ଚାରି ଦିନ ହେଲା ଉକ୍ତ ମହିଳା ଜଣଙ୍କ କଟକ ବଡ଼
ରାଜନେତା ଓ କାର୍ପୋରେଟଜଗତ ର ବାସ୍ତବ ଚିତ୍ର ହେଉଛି “ପରାଗ’
ଭୁବନେଶ୍ୱର: ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ଏକାଡେମୀ ଓ ଓଡିଶା ନାଟ୍ୟ ସଙ୍ଘର ମିଳିତ ଆନୁକୂଲ୍ୟରେ ସାମାଜିକ ନାଟକ "ପରାଗ "ମଞ୍ଚସ୍ଥ ହୋଇଯାଇଛି l ନାଟ୍ୟକାର ସୁବାଷ ପଣ୍ଡାଙ୍କ ରଚିତ ତଥା
ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ବିଭିନ୍ନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବଲାଙ୍ଗିର: ବଲାଙ୍ଗିର ସାମ୍ବାଦିକ ସୁରକ୍ଷା ଆଇନ ତଥା ବିଭିନ୍ନ ଦାବିରେ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ମୋହନ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ
କୁଳମଣି ବିଶ୍ୱାଳଙ୍କ “ପ୍ରେମାର୍ଦ୍ଧଶତକ” ପୁସ୍ତକର ହିନ୍ଦୀ ସଂସ୍କରଣ ଉନ୍ମୋଚିତ
ନୂଆଦିଲ୍ଲୀ: ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବାପାଇଁ ରୀତିଯୁଗୀୟ ସାହିତ୍ୟିରିତିରେ ଓଡ଼ିଆ କବି, ସାହିତ୍ୟିକ, ଲେଖକ, ଚିତ୍ରଶିଳ୍ପୀ ଡ଼ କୁଳମଣି ବିଶ୍ୱାଳଙ୍କ ଦ୍ୱାରା ରଚିତ "ପ୍ରେମାର୍ଦ୍ଧଶତ" କବିତା ପୁସ୍ତକ ହିନ୍ଦୀ ସଙ୍କଳନର ଉନ୍ମୋଚନ ଉତ୍ସବ ସ୍ଥାନୀୟ ଆଇ.ଆଇ.ଏମ.ସି. ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି
ଗୋବିନ୍ଦ ସେବାଦଳର କାଉଡିଆ ସେବା
କଲରଙ୍ଗୀଅତା: ପବିତ୍ର ଶ୍ରାବଣ ମାସରେ ପ୍ରଭୁ ଶିବଶଙ୍କର ମୁଣ୍ଡରେ ଜଳଲାଗି କରିବା ପାଇଁ ସାରା ଦେଶରେ କାଉଡ଼ିଆ ମାନେ ଧାଡ଼ିରେ ଯାଇ ଶିବ ମନ୍ଦିର ଅଭିମୁଖେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳୁଛି। କାଉଡିଆମାନେ ନଦୀରୁ ଜଳ ନେଇ ଶିବ ମନ୍ଦିର
ସମକାଳୀନ ଚିତ୍ର ପ୍ରଦର୍ଶନ
ବାଲିଅନ୍ତା: ଶକୁନ୍ତଳା ଆର୍ଟ ଗ୍ୟାଲେରୀ ପକ୍ଷରୁ "ଇନର ଥଟ" ଶିର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଆଜି ପୂର୍ବାହ୍ନ ରେ ଉଦଘାଟିତ ହୋଇଯାଇଛି। ଗ୍ୟାଲେରୀ ନିର୍ଦେଶକ ଜନାର୍ଦ୍ଦନ ପରମଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ପୁରୀ ଲୋକସଭା ସାଂସଦ ସମ୍ବିତ
ନିର୍ମାଣ ଯୁବ ମହୋତ୍ସବ ୨୦୨୫ ଉଦଯାପିତ
ବାଲିଅନ୍ତା: ବାଳକାଟୀ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଗ୍ରୁପ୍ ଅଫ୍ ଇନ୍ ଷ୍ଟିଚ୍ୟୁସନ୍ ର ଚଳିତ ବର୍ଷର ନିର୍ମାଣ ଯୁବ ମହୋତ୍ସବ ୨୦୨୫ ଖୁବ୍ ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି। ନିର୍ମାଣ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି
ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ରସୁଲଗଡ ସ୍ଥିତ ଏସପ୍ଲାନେଡ଼ ଠାରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅଧ୍ୟକ୍ଷ ତଥା ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା
ଚିତାଲାଗି ଅମାବାସ୍ୟା
ଶ୍ରାବଣ ଅମାବାସ୍ୟା- ଚିତାଲାଗି ଅମାବାସ୍ୟାମହିମା ମଣ୍ଡିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ଉକôଳୀୟ ପରମ୍ପରାର ଅନନ୍ୟ ନିଦର୍ଶନ ପବିତ୍ର ଚିତାଲାଗି ଅମାବାସ୍ୟା । ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କ ମସ୍ତକରେ ଶୋଭାପାଉଥିବା ରନô ଖଚିତ ଚିତାଗୁଡ଼ିକୁ ସ୍ନାନପୂର୍ଣ୍ଣିମା ଦିନ
ନାଟକ ରାଜଭୋଗ ମଂଚସ୍ଥ
ଭୁବନେଶ୍ୱର: ପ୍ରାଚୀନ କାଳରୁ ଖାଇବା ପୂର୍ବରୁ ଭଗବାନଙ୍କୁ ଭୋଗ ଅର୍ପଣ କରିବାର ପରମ୍ପରା ରହିଆସିଛି । ମାତ୍ର ଯେତେବେଳେ ରାଜାରାଜୁଡ଼ା ତଥା ଅତ୍ୟାଚାରୀ ମହାରାଜାମାନେ ଶାସନ ଆରମ୍ଭ କଲେ ସେମାନେ ନିଜକୁ ଈଶ୍ୱରଙ୍କ ପ୍ରତିନିଧି ବା ଈଶ୍ୱର ଭାବେ ମନେକଲେ ।
ଶହୀଦ୍ ରଘୁନାଥ ମହାନ୍ତିଙ୍କ ୧୧୬ତମ ଜୟନ୍ତୀ ଅନୁଷ୍ଠିତ
ଭୁବନେଶ୍ୱର: ରଣପୁର ପ୍ରଜା ଆନେ୍ଦାଳନର ନେତୃତ୍ୱ ନେଇ ଶହୀଦ୍ ହୋଇଥିବା ଯୁବ କବି, ବିପ୍ଳବୀ, ସଂଗ୍ରାମୀ ତଥା ନୟାଗଡ଼ ମାଟିର ଅମର ଶହୀଦ୍ ରଘୁନାଥ ମହାନ୍ତିଙ୍କ ୧୧୬ତମ ଜୟନ୍ତୀ ସ୍ଥାନୀୟ ୟୁନିଟ୍ -୯ସ୍ଥିତ ରଘୁ-ଦିବାକରଙ୍କ ପ୍ରତିମୂର୍ତିସ୍ଥଳଠାରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି
ମା’ ବାଉତୀ ପୀଠରେ ସଫେଇ କାର୍ଯ୍ୟକ୍ରମ
ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ସଫେଇ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ ଅଭିଯାନ। ସାରା ରାଜ୍ୟରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ଏହି ଅବସରରେ ଓଡ଼ିଶ ଗ୍ରାମରେ ମଧ୍ୟ ଅନୁରୂପ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି।
ସରକାର ସମ୍ବେଦନଶୀଳ ହୁଅନ୍ତୁ: ଘରୋଇ ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସଙ୍ଘ
ଭୁବନେଶ୍ୱର: ସ୍ଥାନୀୟ ୟୁନିଟ 9 ସ୍ଥିତ ବୁଦ୍ଧମନ୍ଦିର ପରିସରରେ ଘରୋଇ ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଥିଲା l ସଙ୍ଘର ସଭାପତି ଅଜିତ ଦାସ ଓ ସମ୍ପାଦକ ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, କାର୍ଯ୍ୟକାରୀ ସଭ୍ୟା ହିରନମୟ
ଯୁବ ସମାଜସେବୀ ରଞ୍ଜନ ମହାପାତ୍ରଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର
ବାଲିଅନ୍ତା: ମାଆ ପାଇଁ ଗଛଟିଏ 2.o ଅଭିଯାନ ଉପଲକ୍ଷେ ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବରୁଣେଇ ଶିଆଳିଆ ଠାରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ୍ ଯଶୁଆପୁର ଗ୍ରାମର ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ରଙ୍କୁ ସମ୍ମାନ
ପିକକ ପକ୍ଷରୁ ବୃକ୍ଷ ରୋପଣ
ବାଲିଅନ୍ତା: ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ପିପୁଲସ କଲଚରାଲ ସେଣ୍ଟର୍ (ପିକକ୍) ର ଉଦ୍ୟମରେ ବାଲିଅନ୍ତା ବ୍ଲକର ପୁରୋହିତପୁର, ଝିଇଁଣ୍ଟିଶାସନ, ବାଲିଅନ୍ତା ଓ ଜଗନ୍ନାଥପୂର୍ ପଞ୍ଚାୟତର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଲା। ଏହି ଅବସରରେ ଜଗନ୍ନାଥପୁର ପଞ୍ଚାୟତ ସାଇ
ନୂତନ ରେଞ୍ଜ ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଡିଭିଜନ ଅନ୍ତର୍ଗତ ସଇଁନ୍ତଳା କେନ୍ଦୁପତ୍ର ରେଞ୍ଜ ରେ ନୂତନ ଭାବେ ରେଞ୍ଜ ଦାୟିତ୍ବ ଗ୍ରହଣ କରିଥିବା ରେଞ୍ଜ ଅଧିକାରୀ ହେମସାଗାର ସାହୁ ଙ୍କୁ ଆଜି ସଇଁନ୍ତଳା ରେଞ୍ଜ ତରଫରୁ କେନ୍ଦୁପତ୍ର ପତ୍ର ରେଞ୍ଜ ସଭାପତି ପ୍ରଶାନ୍ତ
ଚନ୍ଦନଭାଟି ପେକ୍ସରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ
ବଲାଙ୍ଗିର: ଓଡିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିଃ. ଓ ଆଂଚଳିକ କ୍ଷେତ୍ର ପରିଚାଳକ ମାର୍କଫେଡ଼, ବଲାଙ୍ଗୀରଙ୍କ ଦ୍ୱାରା ବଲାଙ୍ଗୀର ଜିଲ୍ଲାର ଚନ୍ଦନଭାଟି ପେସ୍କରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ
ମୋବାଇଲ ଚୋରଙ୍କୁ କାବୁ କଲା କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ
ବଲାଙ୍ଗିର: ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଜିଲା ର କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ମୋବାଇଲ ଚୋରି ଅଭିଯୋଗରେ ତିନି ଅଭିଯୁକ୍ତଙ୍କୁ କାବୁ କରି ଜିଆର୍ପିକୁ ଜିମା ଦେଲେ କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ । ଦିନକୁ ଦିନ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ

Politics

ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ

ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment

ସିଆଇଏସ୍ସିଇ ରିଜୋନାଲ ଟାଇକଣ୍ଡୋରେ ବଲାଙ୍ଗିରକୁ ୪ ପଦକ

ଧର୍ମପରାୟଣା ମହିଳାଙ୍କ ସାପକାମୁଡ଼ାରେ ମୃତ୍ୟୁ
