ଶାଳଗାଁ ରେ ଡାକ ମେଳା ଅନୁଷ୍ଠିତ

ବଡ଼ସାହି: ବଡ଼ସାହି ବ୍ଲକ ଅନ୍ତର୍ଗତ ଶାଳଗାଁ ଉଚ୍ଚ ବିଦ୍ୟାଳୟ ରେ ଭାରତ ସରକାରଙ୍କର ଡାକ ବିଭାଗ ଦ୍ବାରା ଗ୍ରାମ୍ୟ ଡାକ ମେଳା ଅନୁଷ୍ଠିତ ହୋଇଅଛି । ଶାଳଗାଁ ଗ୍ରାମ୍ୟ ପୋଷ୍ଟ ଅଫିସର ରବୀନ୍ଦ୍ର କୁମାର ବେହେରା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସହାୟକ ଡାକ ଅଧିକ୍ଷକ ସଦାଶିବ ରାଉତ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ବସନ୍ତ କୁମାର ସିଂହ ମୟୂରଭଞ୍ଜ ଜିଲ୍ଲା ଡାକ ବିଭାଗର ମୁଖ୍ୟ ଗ୍ରାମ୍ୟ ଡାକ ମେଳା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା – ସନ୍ତୋଷ କୁମାର ବେହେରା ପ୍ରଧାନଶିକ୍ଷକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ , ସମ୍ମାନୀୟ ଅତିଥି କାର୍ତ୍ତିକ ଚନ୍ଦ୍ର ସିଂ ସରପଞ୍ଚ ଓ ବିଶ୍ବମ୍ବର ବେହେରା ପଞ୍ଚାୟତ ସଭ୍ୟ ଶାଳଗାଁ ଗ୍ରା:ପ ଡାକ ବିଭାଗର ବରିଷ୍ଠ ପରିଚାଳକ ରାଜେଶ କୁମାର ବେହେରା ଉପସ୍ଥିତ ରହି ଭାରତ ସରକାରଙ୍କର ଗ୍ରାମାଞ୍ଚଳ ଲୋକମାନଙ୍କର ଆର୍ଥିତ ସଞ୍ଚୟ କରିବା ସହିତ ଡାକ ବିଭାଗର ନୂତନ ଆଧାର , ଆଧାର ସଂଶୋଧନ , ମୋବାଇଲ୍ ଲିଙ୍କ , ସୁକନ୍ୟା , ସ୍ଥାୟୀଜମା , ବିଭିନ୍ନ ପ୍ରକାର ଯୋଜନା , ଗ୍ରାମ୍ୟ ପୋଷ୍ଟ ଅଫିସରୁ ବିଭିନ୍ନ ବ୍ୟାଙ୍କରେ ଥିବା ଜମା ଟଙ୍କା ଓ ସରକାରଙ୍କର ବିଭିନ୍ନ ଯୋଜନାର ସହାୟତା ରାଶି ମଧ୍ୟ ପାଇ ପାରିବେ ଲୋକମାନଙ୍କୁ ଗ୍ରାମ୍ୟ ପୋଷ୍ଟ ଅଫିସରେ ପାସ ବହି ଖୋଲିବା ପାଇଁ ପରାମର୍ଶ ଦେଇଥିଲେ। ଲୋକମାନେ କିଭଳି ଅଧିକ ସଞ୍ଚୟ କରି ନିଜ ଗାଁ ପୋଷ୍ଟଅଫିସ ରେ ଅଧିକ ଜମା ରଖିବା ପାଇଁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଡାକ ବିଭାଗ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବା ସହିତ ବିଭିନ୍ନ ବୀମା ଉପରେ କମ୍ ଟଙ୍କା ପ୍ରିମିୟମ ଦେଇ ଅଧିକ ସୁବିଧା ସୁଯୋଗ ପାଇପାରିବେ ବୋଲି ଅଧିକ୍ଷକ ଶ୍ରୀ ସିଂହ ସୂଚନା ପ୍ରଦାନ କରିଥିଲେ ଗ୍ରାମାଞ୍ଚଳ ବୟସ୍କ ବ୍ୟକ୍ତି , ଯୁବ ସମାଜ ଓ ମହିଳା ଯୋଗଦେଇଥିଲେ ଏଥି ସହିତ ଡାକ ବିଭାଗର ବିଭିନ୍ନ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।
ସର୍ବଶେଷରେ ଗଗନ ଚନ୍ଦ୍ର ସେନାପତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News