ଶେରଗଡ଼ ଗ୍ରାମପଞ୍ଚାୟତ ସରପଞ୍ଚ ଓ ଠିକାଦାର ନିଲେଶ ଅଗ୍ରୱାଲଙ୍କ ମୁନସିଙ୍କ ମଧ୍ୟରେ ଗଣ୍ଡଗୋଳ ମାଡପିଟ ଘଟଣା

କଳାହାଣ୍ଡି, (ପ୍ୟାରିଲାଲ ଦୁର୍ଗା): ଦିନକୁ ଦିନ ନର୍ଲା ଅଞ୍ଚଳରେ ବିଜେଡି ରାଜନୀତି ର ଆଗଧାଡିର ନେତା ଏବଂ ଜିଲ୍ଲା ଖଣି ବିଭଗଙ୍କ ଛତ୍ରଛାୟା ତଳେ କୁଖ୍ୟାତ ବାଲି ମାଫିଆ ନିଲେଶ ଅଗ୍ରୱାଲଙ୍କ ଦ୍ଵାରା ନର୍ଲା ବ୍ଲକରେ ଥିବା ବିଭିନ୍ନ ନଦୀ ଶଯ୍ୟାରୁ ରାତି ଦିନ ବେଧଡକ ଭାବେ ଶହ ଶହ ବାଲି ଚୋରା ଚାଲାଣ କରୁଥିବା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏଭଳି ବିଗତ ଦିନ ମାନଙ୍କରେ ଦେଖିବକୁ ମିଳିଥିଲା ନର୍ଲା ବ୍ଳକ୍ ଧଅ ର।ମାଲ ଗ୍ରାମ ନିକଟରେ ଥିବା ସାନ୍ଦୂଲ୍ ନଦୀ ଶଯ୍ୟାରୁ ବେଆଇନ ଭାବେ ବାଲି ବୋଝେଇ ଏକ ହାଇୱ। ଗାଡ଼ିକୁ ତହସିଲଦାରଙ୍କ ଦ୍ଵାରା ପ୍ରାୟ ଚାଳିଶି ହାଜର ଟଙ୍କା ବାଲି ମାଫିଆ ନିଲେଶ ଅଗ୍ରୱାଲ ଫାଇନ ଦେଇ ନିଜ ଗାଡ଼ିକୁ ମୁକୁଲାଇ ଥିବାଜଣାପଡ଼ିଛି, ଗତ ରବିବାର ଦିନ ଶେରଗଡ଼ ଗ୍ରାମପଞ୍ଚାୟତ ସରପଞ୍ଚ ରାହୁଲ ସାହୁ ଓ ନିଲେଶ ଅଗ୍ରୱାଲଙ୍କ ମୁନସି ମଧ୍ୟରେ ଭାଟେଲ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଓ ରାସ୍ତାରେ ପାଣି ଛିଞ୍ଚନ ନ କରିବା ଦ୍ବାରା ସାଧାରଣ ଲୋକ ଶ୍ୱାସ ଜନିତ ରୋଗ ର ସମ୍ମୁଖିନ ହେଉଥିବା କଥାବାର୍ତ୍ତା ବିକାଶ ହେବା ଭିତରେ ସରପଞ୍ଚ ମୁନସିଙ୍କୁ ମାଡ଼ ମାରି ଥିବା ଅଭିଯୋଗ ଥାନାରେ କହୁଛନ୍ତି ଅନ୍ୟପଟେ ସରପଞ୍ଚ ମଧ୍ଯ ମୁନସି ମାଡ଼ ମାରି ଥିଲେ ବୋଲି ଅଭିଯୋଗ କରୁଥିବା ବେଳେ ପୁଲିସ ଉଭୟ ପକ୍ଷଙ୍କ ନାମରେ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି ? ଏ ଭଳି ଭାବରେ ଠିକାଦାର ନିଲେଶ ଅଗ୍ରୱାଲ ସହିତ ଜିଲ୍ଲା ପୁର୍ତ୍ତ ବିଭାଗର ପଦସ୍ଥ ଅଧିକାରୀଙ୍କ ସଲା ସୁତୁରରେ ଅନିୟମିତତା କରି ଠିକାଦାର ପୋଷାନୀତି କରି ଅଧିକାରୀ ମାନଙ୍କ ପ୍ୟାକେଟକୁ କୋଟି କୋଟି ଟଙ୍କା ଯାଉଛି ଯାହା ଫଳରେ ଠିକ। ସଂସ୍ଥାକୁ ପ୍ରଚୁର ପରିମାଣରେ ଅର୍ଥ ଉପାର୍ଜନ କରୁଥିବା ସାଧାରଣରେ ଅଭିଯୋଗ ହେଉଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News