କଳାହାଣ୍ଡି,୨୫|୩(ପ୍ୟାରିଲାଲ ଦୁର୍ଗା):କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ଥିବା ଶ୍ରୀଗଣେଶ କଲେଜରେ +2 ବାର୍ଷିକ ପରୀକ୍ଷା ଦେବା ଛାତ୍ରଛାତ୍ରୀ ମାନଙ୍କ ଆଡମିଟ କାର୍ଡ ନ ଦେବାରୁ ଅନେକ ଛାତ୍ରଛାତ୍ରୀ +2 ବାର୍ଷିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି| ଏହି ଅଭିଯୋଗ AOSCF ପାଖକୁ ଆସିବାରୁ ଘଟଣାର ସତ୍ୟତା ଜାଣିବା ପାଇଁ AOSCF ଏକ ଟିମ ଗ୍ରାଉଣ୍ଡ ଜିରୋକୁ ଯାଇ ତଥ୍ଯ ସଂଗ୍ରହ କରି ଜାଣି ପାରିଲା ଯେ +2 ସିଟ ୬୪ ଥିବା ବେଳେ ତାଠାରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଟଙ୍କା ନେଇ କଲେଜ କର୍ତ୍ତୃପକ୍ଷ OFF LINE ବାହାନାରେ ମିଛ admission କରିଛନ୍ତି

|ଯେଉଁ ୬୪ ଜଣଙ୍କ ଅନଲାଇନ admission ହୋଇଛି ସେମାନଙ୍କ ଆଡମିଟ କାର୍ଡ ଆସିଲା | ଅନ୍ୟ ଯେଉଁ ଛାତ୍ରଛାତ୍ରୀ ମାନଙ୍କ ମିଛ admission ବାହାନା କରାଯାଇଛି ସେହି ଛାତ୍ରଛାତ୍ରୀ ମାନଙ୍କ ଆଡମିଟ କାର୍ଡ ନ ଆସିବରୁ ହାରାହାରି ୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି | କିଛି ଛାତ୍ରଛାତ୍ରୀ ମାନଙ୍କୁ ରାଜ୍ୟ ବାହାର fake certificate ଦେଇ କଥାକୁ ଦବାଇବା ଭଲି ଗୁରୁତର ଅଭିଯୋଗ ମଧ୍ଯ ଛାତ୍ରଛାତ୍ରୀ ମାନେ ଆଣିଛନ୍ତି | ଅନେକ ବର୍ଷରୁ ଶ୍ରୀଗଣେଶ କଲେଜ ଅନେକ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଏହିଭଳି ଖେଳ ଖେଳି ଆସିଛି | AOSCF ର ଉପସ୍ଥିତିରେ ଛାତ୍ରଛାତ୍ରୀ ଶୁଭଦୀପା ହଂସ ବିକାଶ ନାଏକ ଗତ ତା ୨୦,୨,୨୦୨୬ ଜୁନାଗଡ ଥାନାରେ FIR ଦିଆଯାଇଥିଲା |

ତାପରେ AOSCF ତରଫରୁ ଏସପି କଳାହାଣ୍ଡି DEO କଳାହାଣ୍ଡି କୁ ଭେଟି ଅଭିଯୋଗ କରାଯାଇଥିଲା | ଆଜି ମୁଖ୍ୟମନ୍ତ୍ରୀ ଉଚ୍ଚ ଶିକ୍ଷାମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ଦାବିରେ ଦାବୀପତ୍ର ଦିଆଯାଇଛି | ଜୁନାଗଡ ଥାନାରେ ଆଜି ପୁଣିଥରେ FIR ଦିଆଯାଇ କେସ ରେଜିଷ୍ଟ୍ରେସନ୍ କରାଯାଇଛି |ଉପସ୍ଥିତ ଥିଲେ ଉପଦେଷ୍ଟା ଦାମୋଦର ବେହେରା ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ, ଜୁନାଗଡ ବ୍ଳକ ସଭାପତି ରାଜରାମ ଡଙ୍ଗରି, ରାଜକିଶୋର ସୁନାନୀ ମଦନମୋହନ ନାଏକ, ସୁନ୍ଦରଲାଲ କୁମାର , ରାଜ୍ଯ ସରକାର ଓ ଜିଲ୍ଲା ପ୍ରଶାସନ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳ ଖେଲୁଥିବା ଶ୍ରୀଗଣେଶ କଲେଜର ଏହି ସଂଘାତିକ ଘଟଣା ଉପରେ କଣ କାର୍ଯ୍ଯାନୁଷ୍ଠାନ ନେଉଛନ୍ତି ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି |

ପ୍ୟାରିଲାଲ ଦୁର୍ଗା:କଳାହାଣ୍ଡି