ଶ୍ରୀ ଶ୍ରୀ ପିଙ୍ଗଳାକ୍ଷ୍ୟ ମହାବୀରଙ୍କ ବିଶ୍ୱଶାନ୍ତି ମହାଯଜ୍ଞ

ଖୋର୍ଦ୍ଧା: ଶ୍ରୀ ଶ୍ରୀ ପିଙ୍ଗଳାକ୍ଷ୍ୟ ମହାବୀର ଯଜ୍ଞ କମିଟି ନୟାପଲ୍ଲୀ ଖୋର୍ଦ୍ଧା ଗ୍ରାମବାସୀଙ୍କ ଆନୁକୂଲ୍ୟରେ ଗତ 23 ତାରିଖ ଠାରୁ ଆରମ୍ଭ ହୋଇ ଥିବା ଶୁଭ ଅଂକୁର ରୋପଣ, କଳସ ଯାତ୍ରା, ସୂର୍ଯ୍ୟ ପୂଜା, ଗୋପୁଜା, ରୁଦ୍ରାଭିସେକ, ଷୋଡଶ ଉପଚାର ପୂଜା, ହନୁମତ ମନ୍ତ୍ର ସହିତ ପୂର୍ଣ୍ଣାହୂତି ଓ ପ୍ରସାଦ ସେବନ ନଗରକୀର୍ତ୍ତନ ଓ ଘଟ ବିସର୍ଜନ ସହ 27 ତାରିଖ ରେ ପରିସମାପ୍ତି ଘଟିଛି I ଚତୁଃପାର୍ଶ୍ୱରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇ ଥିଲା I ଯାହାକି ବେଶ ମନ ମୁଗ୍ଧକର ଥିଲା I ଉକ୍ତ ମାଙ୍ଗଳିକ କାର୍ଯ୍ୟରେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ I ଯଜ୍ଞର କର୍ତ୍ତା ଭାବେ ଖୁକୁନ କୁମାର ରାଉତରାୟ ଓ ମିନତୀ ରାଉତରାୟ କାର୍ଯ୍ୟ ଭାର ତୁଲାଇ ଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରମୁଖ ଦାଶରଥି ଖୁଣ୍ଟିଆ, ପ୍ରଫୁଲ୍ଲ କୁମାର ସାହୁ, ଉମେଶ ନାୟକ, ସନ୍ତୋଷ କୁମାର ପ୍ରଧାନ, ଭାସ୍କର ଜେନା, ରାମଚନ୍ଦ୍ର ବରାଳ ଓ ୱାର୍ଡ ମେମ୍ବର ଚିତ୍ତ ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ଓ ସହଯୋଗର ହସ୍ତ ବଢ଼ାଇଥିଲେ ବୋଲି ମହିମା ସେବା ଫାଉଣ୍ଡେସନର ପରିଚାଳନା ନିର୍ଦ୍ଧେଶକ ସମାଜସେବୀ ନାରାୟଣ ଖୁଣ୍ଟିଆ ପ୍ରେସ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି I

ଖୋର୍ଦ୍ଧା ରୁ ନାରାୟଣ ଖୁଣ୍ଟିଆଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page