ଚିଲିକା– ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀ ସତ୍ୟସାଇ ସେବା ସଂଗଠନର ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀ ୧୫ ତାରିଖ ରବିବାର ଦିନ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରତନପୁର ସେବା ସମିତି ଠାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରାତଃ କାଳରେ ସମିତି ଗୃହରେ ସାଇ ଆଶ୍ରିତ ମାନଙ୍କ ଦ୍ୱାରା ଓଁକାରମ୍, ସୁପ୍ରଭାତମ୍ କରାଯିବା ପରେ ନଗର ସଂକୀର୍ତ୍ତନ ହୋଇଥିଲା।ଏହାପରେ ସାଇ ସଂଗଠନର ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରାଯାଇଥିଲା।ଏହାକୁ ଉତ୍ତୋଳନ କରିଥିଲେ ସତ୍ୟସାଇ ସଂଗଠନର ଜିଲ୍ଲା ସଭାପତି ବ୍ରଜସୁନ୍ଦର ମିଶ୍ର । ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କୁ ଷୋଡଶ ଉପଚାରରେ ପୂଜା ଅର୍ଟ୍ଟନା କରାଯବା ପରେ ଜିଲ୍ଲା ସମ୍ମିଳନୀରେ ଯୋଗଦେଇଥିବା ସମସ୍ତ ଅପାଭାଇମାନଙ୍କର ନାମ ପଞ୍ଜିକୃତ ହୋଇଥିଲା। ଦିବ୍ୟଜ୍ୟୋତି ଆବାହନ ପରେ ଜିଲ୍ଲା ଭଜନ ଗୃଫ ଦ୍ୱାରା ଭଜନ ଗାନ କରାଯାଇଥିଲା ।

ଜିଲ୍ଲା ସଭାପତି ବ୍ରଜସୁନ୍ଦର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ରାଜ୍ୟ ଆଧ୍ୟାତ୍ମିକ ସଂଯୋଜକ ରମାବଲ୍ଲବ ମହାପାତ୍ର ଅତିଥିଭାବେ ଯୋଗଦେଇ”ଆଦର୍ଶ ସାଇସେବକ ଓ ଆଦର୍ଶ ସାଇକେନ୍ଦ୍ର”ଉପରେ କହିଥିଲେ। ଜିଲ୍ଲା ସଂଗଠନ ତରଫରୁ ସଭାପତିଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲା ସଂଯୋଜକ,ସମିତି ଆବାହକ ଓ ସଂଯୋଜକ,ଭଜନ ମଣ୍ଡଳୀର ଆବାହକ ଓ ସଂଯୋଜକମାନଙ୍କୁ ନେଇ ଆଗାମୀ ତିନିବର୍ଷ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତ ହୋଇଥିଲା ଓ ଜିଲ୍ଲା, ସମିତି ଓ ଭଜନ ମଣ୍ଡଳୀ ସ୍ତରରେ ଏହା କାର୍ଯ୍ୟକାରୀ କରିବା ପାଇଁ ସମ୍ମିଳନୀରେ ସ୍ତରୀକୃତ ହୋଇଥିଲା I ଚଳିତ ବର୍ଷ ଅନୁଷ୍ଠିତ ଜିଲ୍ଲା ସମ୍ମିଳନୀର ଉଦ୍ ଯାପନୀ ଉତ୍ସବରେ ଧନ୍ୟବାଦ ପ୍ରଦାନ କରିଥିଲେ ରତନପୁର ସମିତିର ଆବାହକ ରବୀନ୍ଦ୍ର କୁମାର ପ୍ରଧାନ । ଏହାପରେ ଭଗବାନ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ପାଖରେ ମଙ୍ଗଳ ଆଳତିକରାଯିବା ପରେ ପ୍ରଶାନ୍ତି ପତାକାକୁ ଅବତରଣ କରିଥିଲେ ଜିଲ୍ଲା ସେବାଦଳ ସଂଯୋଜକ ରାଜକିଶୋର ଭୋପା l