ସମିତି ବୈଠକରୁ ସାମ୍ବାଦିକଙ୍କୁ ବ୍ଲକ ଅଧ୍ୟକ୍ଷା ତଡ଼ିଦେବା ଘଟଣା ; ଦ୍ୱିତୀୟ ଦିନ ଧାରଣାରେ ଶତାଧିକ ସାମ୍ବାଦିକ

ବାଲିଅନ୍ତା/ , ୨୫/୦୨: ଗତକାଲି ବାଲିଅନ୍ତା ବ୍ଲକରେ ପଞ୍ଚାୟତ ସମିତି ବୈଠକ ଚାଲିଥିବା ବେଳେ ବ୍ଲକ ଅଧ୍ୟକ୍ଷା ସାମ୍ବାଦିକ ମାନଙ୍କୁ ବୈଠକରୁ ତଡ଼ିଦେବା ଘଟଣାରେ
ଆଜି ବାଲିଅନ୍ତା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ମାନଙ୍କର ଧାରଣା ଦ୍ଵିତୀୟ ଦିବସରେ ପହଞ୍ଚିଛି। ବାଲିପାଟଣା, ବାଲିଅନ୍ତା,ଧଉଳି,ନିଆଳି,ଭୁବନେଶ୍ୱର ପ୍ରଭୃତି ଅଞ୍ଚଳରୁ ଶତାଧିକ ସାମ୍ବାଦିକ ଆଜିର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଅଧ୍ୟକ୍ଷା ଙ୍କ ଅହଙ୍କାରୀ ମନୋବୃତ୍ତିର ଦୃଢ଼ ନିନ୍ଦା କରିଥିଲେ। ଧାରଣା ସ୍ଥଳ ରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡ଼. ଅରବିନ୍ଦ ଢ଼ାଲି, କଂଗ୍ରେସ ନେତା ବେଣୁଧର ଭୋଇ, ଏମଏସଡବ୍ଲ୍ୟୁର ଉପାଧ୍ୟକ୍ଷ ସତ୍ୟପ୍ରିୟ ବେହେରା, ଯୁବନେତା ପ୍ରଦୀପ୍ତ କୁମାର ମହାନ୍ତି, ଦୀନବନ୍ଧୁ ଭୋଇ ପହଞ୍ଚି ଘଟଣାର ଦୃଢ଼ନିନ୍ଦା କରିବା ସହିତ ଆନ୍ଦୋଳନକୁ ସମର୍ଥନ କରିଥିଲେ। ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଧାରଣାରେ ସାମିଲ ହୋଇ ବ୍ଲକ ଅଧ୍ୟକ୍ଷାଙ୍କ ଏତାଦୃଶ ଆଚରଣ ର ଦୃଢ ନିନ୍ଦା କରିବା ସହିତ ନ୍ୟାୟ ନମିଳିଲେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ଯଯାତି ମହାନ୍ତି,ବାଲିପାଟଣା ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝାଙ୍କ ନେତୃତ୍ଵରେ ବାଲିଅନ୍ତା, ଧଉଳି, ନିଆଳୀ ଆଦି ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି କିଶୋର ଚନ୍ଦ୍ର ନାୟକ, ସୋମନାଥ ସ୍ୱାଇଁ, ନିରଞ୍ଜନ ସେନାପତି,ପୀତବାସ ଦାଶ,ସୂର୍ଯ୍ୟକାନ୍ତ ଭୋଳ, ବଟକୃଷ୍ଣ ମହାପାତ୍ର, ଲୁକେଶ ସାହୁ, ଗଦାଧର ଜେନା, ପ୍ରଭାତେଂଶୁ ସାମନ୍ତରାୟ, ସୁକାନ୍ତ କୁମାର ମହାନ୍ତି, ରବିନ ସାର, ବିଭୁତି ଭୂଷଣ ପ୍ରଧାନ, ସଞ୍ଜୀବ ରଞ୍ଜନ ଦାଶ, ଦିବାକର ଷଡ଼ଙ୍ଗୀ, ବଦ୍ରିନାରାୟଣ ପାତ୍ର, ଷଷ୍ଟି ପ୍ରସାଦ ମହାରଣା, ଗୋବର୍ଦ୍ଧନ ଦାସ, ରୂପକ ପଟ୍ଟନାୟକ, ଆଶୁତୋଷ ଚୌଧୁରୀ, ପ୍ରଳୟ ଦାସ, ନିଶିକାନ୍ତ ପଣ୍ଡା, ବିଦ୍ୟାଭୂଷଣ ଭୋଳ, ଅରୁଣ ଶତପଥୀ, ସନାତନ ଦଳ ବେହେରା,ଗଗନ ଭୋଇ, ପ୍ରକାଶ ବାରିକ, ବିଜୟ ଭୋଇ ପ୍ରମୁଖ ଅନିର୍ଦ୍ଧିଷ୍ଟ ସମୟ ପାଇଁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବା ସହ ଆଗାମୀ ଦିନରେ ଆହୁରି ଅଧିକ ସଂଖ୍ୟାରେ ସାମ୍ବାଦିକ ଏଥିରେ ସାମିଲ ହେବେ ବୋଲି ସୂଚନା ଦେଇଥିଲେ।ସାମ୍ବାଦିକ ମାନଙ୍କ ତରଫରୁ ବାଲିଅନ୍ତା ଥାନାରେ ଏକ ଏତଲା ଦିଆଯାଇ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି।ଗତକାଲି ମେଲ୍ ଯୋଗେ ଜିଲ୍ଲାପାଳ ଙ୍କୁ ଏ ସମ୍ପର୍କରେ ଏକ ପତ୍ର ପ୍ରେରଣ କରାଯାଇ ଅବଗତ କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page