ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

ରାଉରକେଲା: ରାଷ୍ଟ୍ରାୟତ ଉଦ୍ୟୋଗ ସେଲ୍ ଅଧିନସ୍ତ ରାଉରକେଲା ଇସ୍ପାତ କାରଖାନାକୁ ଲିଜ୍‌ ଦିଆଯାଇଥିବା ଅବ୍ୟବହୃତ ସରକାରୀ ଜମିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ୩୦ ହଜାର କୋଟି ଟଙ୍କାର ସମ୍ପ୍ରସାରଣ ପ୍ରକଳ୍ପ ଓ ରାଉରକେଲା ବିମାନବନ୍ଦର ବିକାଶରେ ବାଧା ଦୂର କରିବା ଉପରେ ଗୁରୁତ୍ବI ରାଉରକେଲାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜସ୍ବ ମନ୍ତ୍ରୀ ଆରଏସପି କୁ ପୂର୍ବରୁ ଲିଜ୍‌ ଦିଆଯାଇଥିବା ସରକାରୀ ଜମିର ଅବ୍ୟବହାର ଓ ଜବରଦଖଲକାରୀ ଙ୍କ ଦ୍ଵାରା ଅବୈଧ ଦଖଲ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। କାରଖାନାର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ଆଲୋକ ବର୍ମା, ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ପଶ୍ଚିମାଞ୍ଚଳ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏ, ଅତିରିକ୍ତ ଜିଲ୍ଲାପାଳ ଓ ଏସପି ଙ୍କ ସମେତ ରାଜସ୍ବ ବିଭାଗର ବାରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଅବ୍ୟବହୃତ ସରକାରୀ ଜମି ଜବରଦଖଲ ରେ ଥିବା ଯୋଗୁଁ ବହୁ ପ୍ରତିକ୍ଷୀତ ୩୦ ହଜାର କୋଟିର ସମ୍ପ୍ରସାରଣ ଓ ଅତ୍ୟାବଶ୍ୟକ ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ବଡ଼ ପ୍ରତିବନ୍ଧକ ସାଜିଥିବା ଉଲ୍ଲେଖ କରିବା ସହ ଅବିଳମ୍ବେ ଅବ୍ୟବହୃତ ସମସ୍ତ ଜମିକୁ ଶୀଘ୍ର ରାଜ୍ୟ ସରକାରଙ୍କୁ ଫେରସ୍ତ କରିବାକୁ ପରାମର୍ଶ ଦେଇଥିଲେ, ଯାହା ଫଳରେ ରାଉରକେଲାର ମୁଖ୍ୟ ବିକାଶମୂଳକ ପ୍ରକଳ୍ପଗୁଡ଼ିକ ବିଳମ୍ବ ବିନା ଆଗକୁ ବଢ଼ି ପାରିବ ଓ ସହର ନିଜର ପରବର୍ତ୍ତୀ ଶିଳ୍ପ ଏବଂ ବିକାଶ ଅଧ୍ୟାୟ ପ୍ରାପ୍ତ କରିପାରିବ ବୋଲି କହିଥିଲେ। ତେବେ, କାରଖାନା ସମ୍ପ୍ରସାରଣ ପ୍ରକଳ୍ପ କୁ ଅଗ୍ରାଧିକାର ଭିତ୍ତିରେ ଆଗେଇନେବା ପାଇଁ ବାସଚ୍ୟୁତ ହେବାକୁ ଥିବା ପରିବାରକୁ ସମସ୍ତ ସୁବିଧା ସୁଯୋଗ, କ୍ଷତିପୂରଣ ସହ ଉପଯୁକ୍ତ ଥଇଥାନ ବ୍ୟବସ୍ଥା ନେଇ ଆସନ୍ତା ଜାନୁଆରୀ ଦ୍ଵିତୀୟ ସପ୍ତାହରେ ଏକ ଉଚ୍ଚ ସ୍ତରୀୟ ବୈଠକ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପ୍ରକାଶ କରିଛନ୍ତି ରାଜସ୍ବ ମନ୍ତ୍ରୀ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page