ସଶକ୍ତ ନ୍ୟୁଜର ସପ୍ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ସଶକ୍ତ ଓଡିଶା ନ୍ୟୁଜର ସପ୍ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସିଆରପି କାର୍ୟ୍ୟଳୟ ଠାରେ ସଶକ୍ତ ଓଡିଶାର ଅଧ୍ୟକ୍ଷ ତଥା ସଶକ୍ତ ନ୍ୟୁଜର ଆବାହକ ସମାଜସେବୀ ବିଜୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆକାଶବାଣୀ ଓ ଦୂରଦର୍ଶନର ପ୍ରାକ୍ତନ ମହାନିର୍ଦ୍ଧେଶକ ଗିରିଧାରୀ ମହାନ୍ତି, ସମ୍ମାନିତ ଅତିଥିଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେଶ୍ୱର ମହାନ୍ତ, ପତ୍ରକାର ଅରବିନ୍ଦ ତ୍ରିପାଠୀ, ବରିଷ୍ଠ ସମାଜସେବୀ ସାଧୁ ଚରଣ ବେହେରା, ଶିକ୍ଷାବିତ ଅଇଁଣ୍ଠୁ ସାହୁ, ଏସଟିପିଆଇର ପ୍ରାକ୍ତନ ଅଧିକାରୀ ଅକ୍ଷୟ କୁମାର ସାହୁ ଉପସ୍ଥିତ ରହିବା ସହ ସଶକ୍ତ ଓଡିଶା ର ବିଭିନ୍ନ ସାମାଜିକ କାର୍ୟ୍ୟକ୍ରମ ଓ ସଶକ୍ତ ଖବରର ଭୂମିକାକୁ ପ୍ରଶଂସା କରିଥିଲେ I ଏହି ଅବସରରେ ସଶକ୍ତ ନ୍ୟୁଜ ପକ୍ଷରୁ ପାଞ୍ଚଟି ସାଧାରଣ ବ୍ୟକ୍ତିବିଶେଷଙ୍କ ପାଇଁ ସେବା ଯୋଜନାର ଲୋକାର୍ପିତ ହୋଇଥିଲା I ନିଯୁକ୍ତି, ଆତ୍ମନିଯୁକ୍ତି ସହ ଉତ୍ପାଦନ ବୃଦ୍ଧିଉପରେ ଗୁରୁତ୍ୱାରୋପ କରାଯାଇଥିଲା I ମୁଖ୍ୟଅତିଥି ଶ୍ରୀଯୁକ୍ତ ମହାନ୍ତି ମତବ୍ୟକ୍ତ କରିଥିଲେ ଯେ ଗଣମାଧ୍ୟମ ନିଜର ସ୍ୱତନ୍ତ୍ରତା ବଜାୟ ରଖିବା ସହ ସାଧାରଣଲୋକଙ୍କ ସ୍ୱର ହେଉ I ସଶକ୍ତ ନ୍ୟୁଜର ଆବାହକ ଶ୍ରୀଯୁକ୍ତ ପ୍ରଧାନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଚେତନତା, ଘରେ ଘରେ ଅତି ଆବଶ୍ୟକ ସେବା ଯୋଗାଇଦେବା, ସାଧାରଣ ବ୍ୟକ୍ତିଙ୍କ ପାଇଁ ଆଇନ ସହାୟତା, ଡାକ୍ତରୀ ସହାୟତା, ଓଡିଶାର ପାରମ୍ପରିକ ଖାଦ୍ୟକୁ ପ୍ରସ୍ତୁତ କରିବା ସହ ପ୍ରଚାର ପ୍ରସାର ସହିତ ୱେବ ଗଣମାଧ୍ୟମର ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ସାମ୍ବାଦିକା ରୀନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଶ୍ୱଜିତ, ଅନିତା ସ୍ୱାଇଁ, ଲକ୍ଷ୍ମୀପ୍ରିୟା ପ୍ରମୁଖ ସହଯୋଗ କରିଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page