ସାଂସଦ ସୁଜିତକୁମାର ଙ୍କୁ ଭବ୍ୟ ସ୍ବାଗତ ସମ୍ବଦ୍ଧନା

କଳାହାଣ୍ଡି ,୨୧/୧(ପ୍ୟାରିଲାଲ ଦୁର୍ଗା ):ଜୁନାଗଡ଼ ନଗର ବିଜେପି ଟରଫରୁ ରାଜ୍ୟସଭା ସାଂସଦ ସୁଜିତକୁମାରଙ୍କୁ ସ୍ଥାନୀୟ ହୋଟେଲ ଓରିଅନ ପରିସର ମଧ୍ଯରେ ଭବ୍ୟ ସ୍ବାଗତ ସମ୍ବଦ୍ଧନା ପ୍ରଦାନ କରାଯାଇଥିଲା I ଏବି ଅବସରରେ ନଗର ସଭାପତି ଶିବରାମ ରାଉତ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଅଜୟ ପାଣିଗ୍ରାହୀ,ପୁର୍ବତନ ନଗର ପାଳ ମୁକେଶ ଅଗ୍ରୱାଲ, ପ୍ରମୁଖ ସାଂସଦ ସୁଜିତ କୁମାର ଙ୍କୁ ନଗର ବାସୀଙ୍କ ତରଫରୁ ସ୍ବାଗତ ସମ୍ବଦ୍ଧନା ଦେବା ସହ ଜୁନାଗଡ଼ ସହରର ବିକାଶ ପାଇଁ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I ଜୁନାଗଡ଼ ସହରରେ ବାଇପାସ ରାସ୍ତା, ରେଳ ଭିତ୍ତିଭୂମି ର
ବିକାଶ ସହ ଏଠାରେ ଏକ ଶିଳ୍ପ ପ୍ରତିଷ୍ଠା କରାଯିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସାଂସଦ ତାଙ୍କ ଅଭିଭାଷଣ ରେ ପ୍ରକାଶ କରିଥିଲେ।ସହରର ମହିଳା ସଂଗଠନ, ପାଇକ ସମାଜ, ମାରବାଡ଼ି ସମାଜ, ମାର ବାଡ଼ି ଯୁବମାଞ୍ଚ,ବହୁଜନ ସଂଗ୍ରାମ ସମିତି,ସିଟିଜେନ କମିଟି, ବରିଷ୍ଠ ନାଗରିକ କମିଟି,ଏକ୍ସ ଆର୍ମି, ସାମ୍ବାଦିକ ସଂଘ,ପ୍ରଭୁତି
ବିଭିନ୍ନ ସଂଗଠନ ତରଫରୁ ସଂସଦଙ୍କୁ ସମ୍ବଦ୍ଧିତ କରାଯାଇଥିଲା ।ଏହି ଅବସରରେ ପୁର୍ବତନ ବ୍ଲକ ଅଧକ୍ଷ୍ୟ ମନୋଜ ମେହେର, ସୁଧାଂଶୁ ବରାଦ, କାଳିନ୍ଦ୍ରୀ ପାଣିଗ୍ରାହୀ, ସତ୍ୟନାରାୟଣ ପଣ୍ଡା, ରଂଜନକୁମାର ଜାଲ,କାଞ୍ଚନ ବାଗ,ଅଂଶୁମାନ ଯୋଶୀ ଙ୍କ ସମେତ ଅନେକ ବିଜେପି କର୍ମୀ ଓ ସହରବାସୀ ଉପସ୍ଥିତ ରହି ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page