ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ କଲେ ଓ ଦିବ୍ୟାଙ୍ଗଙ୍କୁ ଫଳବାଣ୍ଟିଲେ

ବାଳକାଟି,୨୭|୧: ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବାଲିଅନ୍ତା -ଧଉଳି -ପାହାଳ କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ବାଳକାଟି ସ୍ଥିତ ଚେତନା ମାନସିକ ବିକଳାଙ୍ଗ ଅନୁଷ୍ଠାନର ଦିବ୍ୟାଙ୍ଗଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ବେଣୁଧର ଭୋଇ, ସଂଳାପଲେଖକ ଡ଼. ରଜନୀ ରଞ୍ଜନ ଦାଶ, ରବିନ୍ଦ୍ର ବାରିକ ଓ ପ୍ରକୃତିବନ୍ଧୁ ଦିନବନ୍ଧୁ ଭୋଇ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗକୁ ଫଳ ବଣ୍ଟନ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିତବାସ ଦାଶ, ସୂର୍ଯ୍ୟକାନ୍ତ ଭୋଳ, ସୁକାନ୍ତ ମହାନ୍ତି, ଲୁକେଶ ସାହୁ, ଗଦାଧର ଜେନା, ରୂପକ ପଟ୍ଟନାୟକ, ବିଭୁତିଭୂଷଣ ପ୍ରଧାନ, ଗୋବର୍ଧନ ଦାସ, ବାସୁଦେବ ସାହୁ, ଆଶୁତୋଷ ଚୌଧୁରୀ, ପ୍ରଳୟ ଦାସ, ଗୁରୁପ୍ରସାଦ ଦାସ ପ୍ରମୁଖ ସମ୍ବାଦଦାତା ଏହି ମହତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସେହିପରି ଏହି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବାଲିଅନ୍ତା ବ୍ଲକରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ବାଲିଅନ୍ତା ତହସିଲରେ ତହସିଲଦାର ବିମଳ କୁମାର ଲେଙ୍କା ପତାକା ଉତ୍ତୋଳନ କରିଥିଲେ l ସେହିପରି କ୍ଳବ ଯୁବଶ୍ରୀ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି l ପ୍ରଥମେ ଯୁବ ସମାଜସେବୀ ସୁବ୍ରତ ମହାନ୍ତିଙ୍କ ନେତୃତ୍ୱରେ ବାଳକାଟି ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ସତ୍ୟପ୍ରିୟ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ କ୍ଳବରେ ପତାକା ଉତ୍ତୋଳନ କରିଥିଲେ l ଏଥିରେ ବେଣୁଧର ଭୋଇ, ନାରାୟଣ ସାହୁ, ବସନ୍ତ ସାହୁ, ବିଜପି କୃଷକ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଗୋବିନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ l ସେହିପରି ଶିଶୁପାଳଗଡ଼ ସ୍ଥିତ ଗଙ୍ଗୋତ୍ରୀନଗର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟରେ ଜାତୀୟ ଗଣମାଧ୍ୟମର ପ୍ରତିନିଧି ତଥା ସମାଜସେବୀ ସୁଧାଂଶୁ ଶେଖର ହୋତା, ପିଜିଏନ ପବ୍ଲିକ ସ୍କୁଲରେ ପୂର୍ବତନ ସରପଞ୍ଚ ଭାଗ୍ୟଧର ନନ୍ଦୀ ପତାକା ଉତ୍ତୋଳନ କରିଥିଲେ l ସେହିପରି ପ୍ରତାପଶାସନ ପଞ୍ଚାୟତରେ ସରପଞ୍ଚ ରୀନା ବେହେରା, ଉମାଦେଇବ୍ରହ୍ମପୁର ପଞ୍ଚାୟତରେ ସରପଞ୍ଚ ରମାଲତା ନାୟକ, ଝିଣ୍ଟିଶାସନ ପଞ୍ଚାୟତରେ ସରପଞ୍ଚ ଅଜିତ ପାତ୍ର ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page