ସାମ୍ବାଦିକ ସଂଘ ପକ୍ଷରୁ ନୂତନ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

କୋକସରା,୧୩।୫ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସୀମାନ୍ତ ଆମପାଣି ଥାନାରେ ନୂତନ ଥାନା ଅଧିକାରୀ ଭାବେ ଜୟପ୍ରକାଶ ନାରାୟଣ ହୋତା ଯୋଗଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ ସାମ୍ବାଦିକ ସଂଘ (କେବିଏସ୍ଏସ୍) ପକ୍ଷରୁ ମଙ୍ଗବାର ଥାନା ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସଂଘର ସଭାପତି ଚକ୍ରଧର ବେଶ୍ରା, ସମ୍ପାଦକ ଜଗଦୀଶ ନାଏକ, ଉପ ସଭାପତି ହିରଣ୍ୟ ବେହେରା, ସହ ସମ୍ପାଦକ ପରେଶ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କ୍ରମରେ ଅଞ୍ଚଳର ଆଇନ୍ ଶୃଙ୍ଖଳା ଉପରେ ଆଲୋଚନା କରାଯାଇଥିଲା। ଆମପାଣି ଥାନା ଅଞ୍ଚଳର ଆଇନ୍ ଶୃଙ୍ଖଳା ରକ୍ଷା, ବେଆଇନ କାରବାର, ଚୋରା ଚାଲାଣ ଆଦି ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ନୂତନ ଥାନା ଅଧିକାରୀ କହିଛନ୍ତି I

କୋକସରା: ଚକ୍ରଧର ବେଶ୍ରା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page