ସାହିତ୍ୟିକା କୃଷ୍ଣପ୍ରିୟା ନନ୍ଦଙ୍କ ବିୟୋଗ

ଭୁବନେଶ୍ୱର: ସାହିତ୍ୟିକା କୃଷ୍ଣପ୍ରିୟା ନନ୍ଦଙ୍କ ଭୁବନେଶ୍ୱର ଏକ ଘରୋଇ ହସ୍‌ପିଟାଲ୍‌ରେ ବିୟୋଗ ଘଟିଛି। ଗତ କିଛି ମାସ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ସେ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଚୌଧୁରୀ ନିଶାମଣି ନନ୍ଦଙ୍କ ତୃତୀୟ କନ୍ୟା । ଅନ୍ତରଙ୍ଗ ମାନସିକତା କୃଷ୍ଣପ୍ରିୟାଙ୍କ ନିବନ୍ଧ ସଂକଳନ । ଯାହାକି ଖୁବ୍ ପାଠକୀୟ ଆଦୃତି ପାଇଥିଲା। ୭୦, ୮୦ ଦଶକର ସେ ଜଣେ ରୀତିମତ ଲେଖିକା ସୁଚରିତା ପ୍ରଭୃତି ବିଭିନ୍ନ ପତ୍ରପତ୍ରିକାରେ ତାଙ୍କ ଲେଖା ପ୍ରକାଶ ପାଇଛି । ତାଙ୍କ ବିୟୋଗରେ ବହୁ ସାହିତ୍ୟିକ ଶୋକ ପ୍ରକାଶ କରିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page