‘ସାହିତ୍ୟ ସାଧନା ପାଇଁ କୌଣସି ବୟସ ନଥାଏ

ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଜନ୍ମ ବାର୍ଷିକ ଉତ୍ସବ ଆୟୋଜିତ

କଳାହାଣ୍ଡି, ୨୧/୧(ପ୍ୟାରିଲାଲ ଦୁର୍ଗା):-ସାହିତ୍ୟ ସାଧନା ପାଇଁ କୌଣସି ବୟସ ନଥାଏ। ସାଧନାରେ ନିମଗ୍ନ ରହିଲେ ସଫଳତା ମିଲିଥାଏ। ଏକଥାକୁ ପ୍ରମାଣିତ କରିଛନ୍ତି ପ୍ରଫେସର ଭୁବନେଶ୍ବର ବେହେରା। ବୃତ୍ତିରେ ଇଞ୍ଜିନିୟର, କିନ୍ତୁ ସାହିତ୍ୟ ପ୍ରତି ତାଙ୍କର ଅନନ୍ୟ ଆକର୍ଷଣ କୋଉଠି ନା କୋଉଠି ଲୁଚି ରହିଥିଲା। ସେଥ‌ିପାଇଁ ତ ୫୫ ବର୍ଷରେ ମଧ୍ୟ ସାହିତ୍ୟ ମନସ୍କ ହୋଇ ଉଚ୍ଚାଙ୍ଗ ଗଦ୍ୟ ସାହିତ୍ୟ ସୃଷ୍ଟି କରି ସମସ୍ତଙ୍କୁ ଚକିତ କରିଥିଲେ ବୋଲି ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ୧୦୯ତମ ଜନ୍ମ ବାର୍ଷିକ ଉତ୍ସବରେ ମତ ପ୍ରକାଶ ପାଇଛି। ଆଜି ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଯୁବ ସଂସ୍କାର ହଲ ଠାରେ ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ୧୦୯ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥଙ୍କ ଅଧ୍ଯକ୍ଷତାରେ ବିଶିଷ୍ଟ ଶିକ୍ଷାବିତ ଡ. ଉମେଶ ଚନ୍ଦ୍ର ଶତପଥୀ ମୁଖ୍ଯ ଅତିଥି, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି, ମୁଖ୍ଯ ବକ୍ତା ଭାବେ ଭର୍ଚୁଆଲ ମୋଡରେ ବିଶିଷ୍ଟ କବୟିତ୍ରୀ ମମତା ଦାଶ, ସମ୍ମାନିତ ବକ୍ତା ଭାବେ ନୂଆପଡ଼ା ମଡେଲ ଡିଗ୍ରୀ କଲେଜର ସହକାରୀ ପ୍ରଫେସର ଡ. ଶ୍ରୀକାନ୍ତ କୁମାର ବାରିକ, ସମ୍ମାନୀତ ଅତିଥି ଭାବେ ଉପ-କୁଳସଚିବ ମେଜର ଡ. ଜୟଦେବ ସାହୁ, ସଂଗଠନ ସଭାପତି ବିରଜା ପ୍ରସାଦ ପଣ୍ଡା, ଧର୍ମଗଡ଼ ପଞ୍ଚାୟତ କଲେଜ ଅଧ୍ୟାପକ ଲିଙ୍ଗରାଜ ପାତ୍ର, ବିଶିଷ୍ଟ ସମାଜସେବୀ ଚିନ୍ମୟ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ସଂଗଠନ ସଂପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମର ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଓଡ଼ିଆ ଅଧ୍ୟାପିକା ଡ. ପ୍ରତ୍ୟାଶା ଧଳ ପରିଚାଳନା କରିଥିଲେ। ସ୍ନାତକୋତ୍ତର ଓଡ଼ିଆ ଭାଷା, ସାହିତ୍ୟ ଓ ଅନୁବାଦ ବିଭାଗ ସହକାରୀ ପ୍ରଫେସର ଡୋଳାମଣି ଧରୁଆ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଯୁବକବି ରଜତ ବଂଶଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଉପରେ ବିଭିନ୍ନ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଆର୍ନ୍ତଜାତୀୟ ସ୍ତରରେ ଗୋଲ୍ଡ ମେଡାଲ ପ୍ରାପ୍ତ ଛାତ୍ର ଇଶାନ ପାତ୍ର ଓ ପରିବେଶବିତ୍ ପିୟୁଷ ପାତ୍ରଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ପରିଶେଷରେ ଓଡ଼ିଆ ଭାଷା ଅଧ୍ୟାପକ ସୁବ୍ରତ ମାଝୀ ଧନ୍ଯବାଦ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page