ସିଂହଝରନ୍ ନିକଟସ୍ଥ ରେଳ ଧାରଣା ଉପରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଭବାନୀପାଟଣା, ୨୬/୦୨, ଉତ୍କଳ ବୁଲେଟିନ (ଜଗନ୍ନାଥ ନାଏକ) : ଆଜି ବୁଧବାର ୬ଟା ସମୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସଦର ଥାନା ଅନ୍ତର୍ଗତ ସିଂହଝରନ୍ ନିକଟସ୍ଥ ରେଳ ଧାରଣା ଉପରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହେଇଛି। ଯୁବକ ଜଣକ ରାତି ଆତ୍ମହତ୍ୟା କରିଥିବା ସଦୃଶ ହେଉଛି। ମୃତଦେହ ଦେଖି ଗ୍ରାମବାସୀ ସଦର ଥାନାକୁ ଖବର ଦେଇଥିଲେ। ରେଳ ଧାରଣା ଉପରେ ମୃତଦେହ ପଡ଼ିଥିବାରୁ କେଶ୍ ଟି ରେଳବାଇ ପୋଲିସ ତଦନ୍ତ କରିବା ନେଇ ସଦର ଥାନାଧିକାରୀ ସୂଚନା ଦେଇଛନ୍ତି। ସକାଳ ୮ଟା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ସଦର ଥାନା ପୋଲିସ କିମ୍ବା ରେଳବାଇ ପୋଲିସ ପହଂଚି ନାହିଁ।
(ଭବାନୀପାଟଣାରୁ ପ୍ରତିନିଧି ଜଗନ୍ନାଥ ନାଏକଙ୍କ ରିପୋର୍ଟ)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page