ସିଦ୍ଧି ଶ୍ରୀକ୍ଷେତ୍ର ତୁମୁରା ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକଙ୍କୁ ଭେଟିଲେ ଇଂ. ଧୀରେନ୍ଦ୍ର କୁମାର ନାଏକ

କଳାହାଣ୍ଡି, ୨0|୧(ପ୍ୟାରିଲାଲ ଦୁର୍ଗା): ସିଦ୍ଧି ଶ୍ରୀକ୍ଷେତ୍ର ତୁମୁରା ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକୁମାର ନାଏକ ଦୀର୍ଘ ୨ ବର୍ଷ ହେବ ଶଯ୍ୟାଶାୟୀ ଥିବାରୁ ଗୋଳାମୁଣ୍ଡା ଗ୍ରାମ ପଂଚାୟତର ପୂର୍ବତନ ସମିତି ସଭ୍ୟା ସୀମା ନାଏକ ତଥା ମୂଖ୍ୟ ସେବୀକା ଜଗନ୍ନାଥ ଧାମ ଗୋଲାମୁଣ୍ଡା, ଯୁବ ଇଞ୍ଜିନିଅର ଧୀରେନ୍ଦ୍ର ନାଏକ ଏବଂ ତାଙ୍କ ସହଧର୍ମିଣୀ ଲବିତା ନାଏକ ଓ ବିଶିଷ୍ଟ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ତୁମୁରା ସ୍ଥିତ ବାସଭବନକୁ ଯାଇ ସାକ୍ଷାତ କରି ସେବକ ରାଜ କୁମର ନାଏକ ଓ ତାଙ୍କ ଧର୍ମ ପତ୍ନୀ ଉର୍ବଶୀ ଦେବୀ ଙ୍କୁ ଗୀତା ପୁସ୍ତକ, ପୁଷ୍ପ ଗୁଛ ଦେଇ ସମ୍ମାନିତ କରିଥିଲେ। ଶ୍ରୀ ନାଏକ ତାଙ୍କ ଜୀବନ କାଳ ମଧ୍ୟରେ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର କରି ମନ୍ଦିର ତୋଳେଇ ଅଂଚଳରେ ଜଗନ୍ନାଥ ପ୍ରେମୀ ଭକ୍ତ ଙ୍କୁ ସଂଘଠିତ କରି ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ, ଅର୍କକେଶରୀ ଦେଓଙ୍କ କର କମଳରେ ପ୍ରତିଷ୍ଠା କରେଇଥିଲେ | ତା ସହ ପଣ୍ଡରା ମାଳି ସମାଜର ସଭାପତି ଭାବେ କାର୍ଯ୍ୟକରୀ ଘର ଘର ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ସମାଧାନ କରି ସମାଜକୁ ସଂଘଠିତ କରିଥିଲେ । ତାଙ୍କ ସ୍ଵାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରିଥିଲେ ଇଁ. ଧୀରେନ୍ଦ୍ର କୁମାର ନାଏକ ଓ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ। ଉପସ୍ଥିତ ଥିଲେ ତାଙ୍କ ପରିବାର ବର୍ଗ । ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦରୁ ସୁସ୍ଥ ଅରୋଗ୍ୟ କାମନା କଲେ ଇଞ୍ଜିନିଅର ଧୀରେନ୍ଦ୍ର ନାଏକ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ସୀମା ନାଏକ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page