ସିଲଭର ଗାନ୍ଧୀ ଇଣ୍ଡିଆ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ସ୍ଵଛ ଭାରତ ଅଭିଯାନ ର ବାର୍ତ୍ତା ଦେଇ ସାରା ଭାରତ ବର୍ଷ ପଦଯାତ୍ରା ମାଧ୍ୟମରେ ସଚେତନତା ସୃଷ୍ଟି କରିଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗର ଛାତ୍ର ମୋହନ ମହାପାତ୍ର ଓରଫ ସିଲଭର ଗାନ୍ଧୀ ଉପରେ ଭୁବନେଶ୍ୱର ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀଙ୍କ ରଚିତ ପୁସ୍ତକର ଜୟଦେଵ ଭବନ ପ୍ରଦର୍ଶନୀ କକ୍ଷଠାରେ ଲୋକାର୍ପିତ ହୋଇଯାଇଛି । ଓଡିଶା ସମାଜସେବୀ ମହାସଙ୍ଘ ଦ୍ୱାରା ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ଅତିଥିଭାବେ ଡ଼ଃ ପ୍ରସନ୍ନ ପାଟଶାଣୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ଆଉ ଜଣେ ମୋହନ ଆଉ ଜଣେ ଗାନ୍ଧୀ ଉପରେ ଆଲୋକପାତ କରିଥିଲେ । ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁର ରାଉତରାୟ, ସମାଜସେବୀ ମୀରା ପରିଡା, ମହାସଙ୍ଘ ରାଜ୍ୟ ମହିଳା ସଭାପତି ଡ଼. ବନ୍ଦନା ହରିଚନ୍ଦନ, କଣ୍ଠଶିଳ୍ପୀ ଡ଼ଃ ଜୟଶ୍ରୀ ଧଳ, ସମାଜସେବୀ ମନସ୍ମିତା ଜେନା, ମାନି ପଣ୍ଡା, ମାନସ ବସ୍ତିଆ, ଭାଟିଆ ବାବୁ, ଜନନେତା ବିଜୟ ପରିଡା, ସାମ୍ବାଦିକ ଲିଙ୍ଗରାଜ ସାହୁ, ଅଶ୍ୱନି ପତି, କିଶନ ବରାଇ, ସତଜିତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ ମହାସଙ୍ଘ ର ରାଜ୍ୟ ସଭାପତି ବାପୁ ଓଝା । ତନ୍ମୟ ସାମନ୍ତରାୟ, ମାନସ ରଞ୍ଜନ ସାହୁ, ନିରଞ୍ଜନ ସାହୁ, ଦେବପ୍ରସାଦ ମେର୍କାପ, ଚିତ୍ତରଂଜନ ଦାସ, ପ୍ରମୋଦ ପତି, ଡ଼ି ସନ୍ତୋଷ, ମିର ମହମ୍ମଦ ଅଲ୍ଲୀ,ଭୁବନାନନ୍ଦ ସାମନ୍ତ ପ୍ରମୁଖ ମହାସଙ୍ଘ ର ସଦସ୍ୟମାନେ ଉପସ୍ଥିତ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page