ସୁନାଖଳା ଠାରେ ଶ୍ରୀଅରବିନ୍ଦଙ୍କ ପବିତ୍ର ଦେହାଂଶ ପ୍ରତିଷ୍ଠା ଉତ୍ସବ ପାଳିତ

ଚିଲିକା,୨୧।୧: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସୁନାଖଳା ସ୍ଥିତ ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିର ପରିସର ମଧ୍ୟରେ ଶ୍ରୀ ଆରବିନ୍ଦଙ୍କ ପବିତ୍ର ଦେହାଶ ପ୍ରତିଷ୍ଠାର ୧୫ତ୍ତମ ବାର୍ଷିକ ସ୍ଥାପନ ଦିବସ ପାଳିତ ହୋଇଯାଇଅଛି।ପ୍ରଥମେ ପୂର୍ବାହ୍ନରେ ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ଆଶ୍ରିତମାନଙ୍କ ଦ୍ୱାରା ଭାରତର ଆଧ୍ୟାତ୍ମିକ ପତାକା ଉତ୍ତୋଲାନ କରାଯାଇଥିଲା।ଏହାକୁ ଉତ୍ତୋଳନ କରିଥିଲେ ଚିଲିକାର ପୂର୍ବତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ । ଏହାପରେ ବନ୍ଦେମାତରମ୍ ଗାନ ହେବା ସହ ପବିତ୍ର ସମାଧି ପୀଠରେ ଧୂପ ପୁଷ୍ପ ଅର୍ପଣ କରାଯିବା ପରେ ସମବେତ ଧ୍ୟାନ କରାଯାଇଥିଲା। ପୂର୍ବାହ୍ନ

୧୧ଘଣ୍ଟିକା ସମୟରେ ନାଚୁଣୀ ମହାବିଦ୍ୟାଳୟର ପ୍ରାକ୍ତନ ଗ୍ରନ୍ଥାଗାରିକ ରାମଚନ୍ଦ୍ର ମାର୍ଥାଙ୍କ ପୌରୋହିତରେ ଆୟୋଜିତ ଆଲୋଚନାଚକ୍ରରେ “ଅନ୍ତରାତ୍ମର ଜାଗରଣ” ଉପରେ କାଳୁପଡା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶ୍ରୀମାନ ସଞ୍ଜୟ କୁମାର ମହାପାତ୍ର, ପ୍ରଫେସର ରମା କାନ୍ତ ନନ୍ଦ, ପ୍ରଫେସର ଉତ୍ତମ କୁମାର ପାଇକରାୟ ଓ ଖୋର୍ଦ୍ଧା ଜିଲ୍ଲା ସଂଗଠକ ସୁରେନ୍ଦ୍ର ନାଥ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ଜୀବନ ଦର୍ଶନ ଉପରେ କହିବା ସହ ଅନ୍ତରାତ୍ମାର ଜାଗରଣ ଉପରେ ଆଲୋକପାତ କରିଥିଲେ।ଅପରାହ୍ନରେ ସମାଧି ପୀଠରେ ସମବେତ ଧ୍ୟାନ ହେବା ସହ ଭାରତର ଆଧ୍ୟାତ୍ମିକ ପତାକା ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବଡପଦର ଶିକ୍ଷା କେନ୍ଦ୍ରର ସମ୍ପାଦିକା ଡାକ୍ତର ସୁଧାଙ୍ଗିଁନୀ ହରିଚନ୍ଦନ,ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ରାଉତରାୟ,ଚିଲିକା ବ୍ଲକର ପୂର୍ବତନ ଭାଇସ ଚେୟାରମ୍ୟାନ ଉତ୍ପଳ କୁମାର ପାଇକରାୟ,ବରିଷ୍ଠ ନାଗରିକ ସଂଘର ସଭାପତି ଅଶ୍ବିନୀ କୁମାର ମହାପାତ୍ର ଓ ଚିଲିକା ବ୍ଲକ ସଂଗଠକ କୃଷ୍ଣ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page