ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ


ପୁରୀ: ମାତ୍ର ଦେଢ଼ ବର୍ଷ ଭିତରେ ଆମ ମା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଏକ ଅଦ୍ଭୁତ ପୂର୍ବ ପରିପର୍ତନ ର ବାର୍ତବହ ହୋଇପାରିଛି ।୧ କୋଟିରୁ ଅଧିକ ମହିଳାଙ୍କ ଆକାଉନ୍ଟ କୁ ଗଲା ୫,୧୦୬ କୋଟି ରୁ ଅଧିକ ଟଙ୍କା । ଆଗାମୀ ଦିନରେ ଅଧିକରୁ ଅଧିକ ମା ଏହି ପରିବର୍ତର୍ନ ଯାତ୍ରାରେ ସାମିଲ ହେବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝି ସୁଭଦ୍ରା ଯୋଜନା ଅନ୍ତର୍ଗତ ଚତୁର୍ଥ କିସ୍ତି ପ୍ରଦାନ ତଥା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ କହିଛନ୍ତି । ଏହି ଅବସରରେ ପୁରୀ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଜି ଚତୁର୍ଥ ପର୍ଯ୍ୟାୟରେ ୧,୨,୧୨,୬୬୫ ଜଣ ସୁଭଦ୍ରା ହିତାଧିକାରୀଙ୍କୁ ୫୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ସମୁଦାୟ ୫୧୦୬ କୋଟି ୩୩ ଲକ୍ଷ ୨୫ ହଜାର ଟଙ୍କାର ସହାୟତା ରାଶି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏଥିରେ ପୁରୀ ଜିଲ୍ଲାର ୪,୨୦,୮୫୪ ଜଣ ହିତାଧିକାରୀ ଅଛନ୍ତି । ଉପସ୍ଥିତ ସୁଭଦ୍ରା ଭଉଣୀ ମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ମହିଳା ମାନଙ୍କୁ ସଶକ୍ତ କରିବାରେ ଆମର ସୁଭଦ୍ରା ଯୋଜନା ସଫଳ ହୋଇଛି ଓ ସେମାନଙ୍କୁ ଆର୍ଥôକ ସ୍ୱାଧୀନତା ପ୍ରଦାନ କରି ସ୍ୱତନ୍ତ ପରିଚୟ ଦେଇଛ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page