ବାଲିପାଟଣା: ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଅରବିନ୍ଦ ୟୁଥ୍ ଆଣ୍ଡ୍ ସୋସିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖୋର୍ଦ୍ଧା ରକ୍ତଭଣ୍ଡାର ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲିପାଟଣା ସିଏଚସି ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଡଃ ଅରବିନ୍ଦ ଢ଼ାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବାଲିପାଟଣା ସିଏଚସିର ମେଡିକାଲ ଅଫିସର ଶ୍ରୀକାନ୍ତ ବେହେରା, ବିଜେପି ନେତା ଜଗନ୍ନାଥ ବେହେରା, ଝିଲି ସାମନ୍ତରାୟ, ସମିତି ସଭ୍ୟ ତଥା ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ର , ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ , କୈଳାସ ସେଠୀ ରଶ୍ମି ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ରକ୍ତଦାନ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଉପସ୍ଥିତ ଅତିଥିମାନେ ଏହି ରକ୍ତଦାନ ଶିବିରକୁ ପ୍ରଶଂସା କରିବା ସହ ରକ୍ତଦାନ ଜୀବନ ଦାନ, ରକ୍ତର ଅଭାବରୁ କାହରିକୁ ମରିବାକୁ ଦେବା ନାହିଁ, ରକ୍ତଦାନ ମହାପୂଣ୍ୟ ଆଦି ବାର୍ତ୍ତାର ପ୍ରସାର ପ୍ରସାର ମାତ୍ରାଧିକ ହେଲେ ସମାଜରେ ଆହୁରି ଅନେକ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବେ ବୋଲି ମତବ୍ୟକ୍ତ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ଯେଉଁଭଳି ଭାବରେ ବୃଦ୍ଧି ପାଉଛି, ସେହି ପରିମାଣରେ ରକ୍ତ ମହଜୁଦ ନଥିବାରୁ ଅନେକ ଥାଲାସେମିଆ ରୋଗୀ ମୃତ୍ୟୁବରଣ କରୁଛନ୍ତି, ତେଣୁ ଆଜିର ଯୁବସମାଜ ଏହାକୁ ହୃଦୟଙ୍ଗମ କରି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ଡଃ ଅରବିନ୍ଦ ଢ଼ାଲି ନିବେଦନ କରିଥିଲେ ।
ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଗୋ ସୁରକ୍ଷା ଆଇନ ପାଇଁ ଗଣ ବିକ୍ଷୋଭ ଓ ଅନଶନ ସଭା
ଭୁବନେଶ୍ୱର: ସାରା ଓଡ଼ିଶା ତଥା ଦେଶରେ ଗୋ ମାତାର ସୁରକ୍ଷା ଦାବିରେ ଏକ ଗଣ ବିକ୍ଷୋଭ ଓ ଅନଶନ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ କରାଯାଇଥିବା ଦେଖିବାକୁ ମିଳିଛି। ଦେଶରେ ଗୋ ମାତା ତଥା ଗୋରୁ ଗାଈଙ୍କୁ ହତ୍ୟା ଓ ଅବହେଳା କରାଯାଉଥିବା
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ । ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା ସଚେତନତାକୁ
ମା’ଭଗବତୀ ମନ୍ଦିର ଭିତର ହୁଣ୍ଡି ଖୋଲିଲା ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ସେବାରେ ଲାଗିବ
ଚିଲିକା : ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା'ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଚାରିମାସ ପରେ ଖୋଲାଯାଇଅଛି । ସକାଳ ୧୦ ଘଟିକା ସମୟରେ ମା'ଙ୍କ ପାଖରେ ଧୂପଦୀପଜାଳି ସମର୍ପିତ ହେବାପରେ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର ଟି.
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହୋହାଲ୍ଲା ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ
ଭୁବନେଶ୍ୱର(ବୁ୍ୟରୋ) ବିଧାନସଭାରେ ଏସସିବି ନିଆଁ ତାତି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହୋହାଲ୍ଲା । ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ । ନାରାବାଜିରେ ଉଠିଲା ପଡ଼ିଲା ବିଧାନସଭା । ବାଧ୍ୟ
ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୪୦୦ ମୃତ, ୨୫୦ ଆହତ
ନୂଆଦିଲ୍ଲୀ ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ଡାକ୍ତରଖାନା ଉପରେ ପାକିସ୍ତାନ ଆକାଶ ମାର୍ଗରୁ ଆକ୍ରମଣ କରିବାରୁ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ ଜଣ ଆହତ ହୋଇଛନ୍ତି । ମଙ୍ଗଳବାର ଆଫଗାନିସ୍ତାନର ତାଲିବାନ ସରକାରଙ୍କ ଜଣେ ମୁଖପାତ୍ର ଏହି
ସନ୍ଧିକୁଲିଆରୀ ଗ୍ରାମଠାରେ ଆରସିଡିସି ଓ ଶିଶୁ ବିକାଶ ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ
କଳାହାଣ୍ଡି,୧୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅଧିନସ୍ଥ ସନ୍ଧିକୁଲିହାରୀ ଗ୍ରାମରେ ଆର୍.ସି.ଡ଼ି.ସି ଓ ଶିଶୁ ବିକାଶ ପ୍ରକଳ୍ପ, କଳାହାଣ୍ଡିଙ୍କ ଆନୁକୂଲ୍ୟରେ ଏକ ନିଯୁକ୍ତି ମେଳା ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ
ବେଆଇନ ବିଦେଶୀ ମଦ କୋଠି ରେ ଅବକାରୀ ବିଭାଗ ର ଚଢ଼ାଉ, ଜଣେ ଗିରଫ
କଳାହାଣ୍ଡି,୧୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ଅବକାରୀ ପୋଲିସ କୁ ବଡ଼ ସଫଳତା। ବେଆଇନ ବିଦେଶୀ ମଦ କୋଠି ରେ ଚଢ଼ାଉ। ଜିଲ୍ଲା ଅବକାରୀ ଅଧିକାରୀ ରଞ୍ଜନ କୁମାର ନାଏକ ଙ୍କ ନିର୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା
ପୁଣି ଏକ ଲଜ୍ୟା ଘଟଣା
ଆସିକା, [4:57 pm, ] 18/3/26:ପୁଣି ଏକ ଲଜ୍ୟା ଘଟଣା ଘଟିଯାଇଛି, ଆସିକା ବ୍ଲକ କୋଟିନଡ଼ା ଥାନା ଭୋଟନୟୀ ଗ୍ରାମରେ କଙ୍ଗାରୁ କୋର୍ଟରେ ଦଣ୍ଡ, ବିଦ୍ୟୁତଖୁଣ୍ଟ ରେ ଚାରିଜଣଙ୍କୁ ବାନ୍ଧି ମାଡାମରିବା ଘଟଣା ସୋସିଆଲ ମିଡ଼ିଆରେ ଘୁରିବୁଲୁଛି l ଦୁଇ ତିନି
ଓଡିଶାରେ ହୋଇଥିବା JTS-2023 ନିଯୁକ୍ତି ପ୍ରକିୟା ସମ୍ପର୍କରେ ଅନେକ ଆଶାୟୀ ଦୀର୍ଘଦିନ ଧରି ନ୍ୟାୟ ପାଇଁ ଅପେକ୍ଷା
ଭୁବନେଶ୍ୱର 18/3/26: ଓଡିଶାରେ ହୋଇଥିବା JTS-2023 ନିଯୁକ୍ତି ପ୍ରକିୟା ସମ୍ପର୍କରେ ଅନେକ ଆଶାୟୀ ଦୀର୍ଘଦିନ ଧରି ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି l ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟ ଅବଶିଷ୍ଟ ଖାଲି ପଦଗୁଡିକୁ ମେରିଟ ଆଧାରରେ ପୂରଣ ନିର୍ଦେଶ ଦେଇଛନ୍ତି, କିନ୍ତୁ
ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଧଉଳି ଥାନା ଲିଙ୍ଗିପୁର ସରପଞ୍ଚ ଖିରୋଦ କୁମାର ପ୍ରଧାନଙ୍କୁ ଆକ୍ରମଣ କରିବା ସହ ପିନ୍ଧିଥିବା ସୁନାଚେନ ଲୁଟ
ବାଲିଅନ୍ତା,୧୭|୩:ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଧଉଳି ଥାନା ଲିଙ୍ଗିପୁର ସରପଞ୍ଚ ଖିରୋଦ କୁମାର ପ୍ରଧାନଙ୍କୁ ଆକ୍ରମଣ କରିବା ସହ ପିନ୍ଧିଥିବା ସୁନାଚେନ ଲୁଟ କରିଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ହେଲେ ଏହି ଥାନା
ହୋଲି ପରେ ଆରମ୍ଭ ହୋଇଗଲା ମହୁଲଫୁଲ ସଂଗ୍ରହ, ମହୁଲ ବେଟାଳି ବ୍ୟସ୍ତ
କଳାହାଣ୍ଡି,(ଉତ୍କଳ ବୁଲେଟିନ):-ହୋଲି ପରେ ପରେ ଆରମ୍ଭ ହୋଇଗଲା ମହୁଲଫୁଲ ସଂଗ୍ରହ | ମହୁଲ ବେଟିବା ପାଇଁ ବେଟାଳି ମାନେ ବ୍ୟସ୍ତରେ ରହି ମହୁଲ ଫୁଲ ସଂଗ୍ରହ କରୁଛନ୍ତି | ଚାଷକାମ ପରେ ଜୀବନ ଜିବିକାର ଦ୍ୱତୀୟ ପନ୍ଥା ହେଲା ଜଙ୍ଗଲଜାତ ଦ୍ରବ୍ୟ
ଏନ. ଏ. ସି, ଧର୍ମଗଡ଼ ରେ ଜାତୀୟ ଜନଗଣନା ୨୦୨୭ ଅନ୍ତର୍ଗତ ଏନୁମିରେଟର ଓ ସୁପରଭାଇଜର ଙ୍କ ପ୍ରଶିକ୍ଷଣ ଶିବିର
କଳାହାଣ୍ଡି,୧୭|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)ତ୍ରୀଦିବସୀୟ ଏନ. ଏ. ସି, ଧର୍ମଗଡ଼ ସ୍ତରୀୟ ଜାତୀୟ ଜନଗଣନା ୨୦୨୭ ଅନ୍ତର୍ଗତ ଗଣନାକାରି ଓ ସୁପରଭାଇଜର ମାନଙ୍କ ପ୍ରଶିକ୍ଷଣ ଶିବିର ଆଜି ତା ୧୬/୦୩/୨୦୨୪ ଠାରୁ କାଶୀବାହାଲ, ଧର୍ମଗଡ଼ସ୍ଥ ଗୁରୁଜୀ ମଧୂସୂଦନ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ
ଚାବହାର ନିକଟରେ ଆକାଶମାର୍ଗରୁ ବୋମାବର୍ଷଣ କଲା ଆମେରିକା
ନୂଆଦିଲ୍ଲୀ ଇରାନର ଚାବହାର ମୁକ୍ତ ବାଣିଜ୍ୟ ଜୋନ ନିକଟରେ ହମଲା । ଏକାଧିକ ବିସ୍ଫୋରଣରେ ଥରି ଉଠିଛି ଏହି ଅଞ୍ଚଳ । ସୋମବାର ଆମେରିକା ଏଠାରେ ଘନଘନ ଏୟାର ଷ୍ଟ୍ରାଇକ କରିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି ।
ରାଜ୍ୟସଭା ନିର୍ବାଚନ : ମନମୋହନ,ସୁଜିତ,ସଂତୃପ୍ତ ଓ ଦିଲ୍ଲୀପ ବିଜୟୀ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ବାଜି ମାରିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର, ବିଜେଡିର ସଂତୃପ୍ତ ମିଶ୍ର ଓ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ । କଂଗ୍ରେସ ଓ ବିଜେଡି ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଦିଲ୍ଲୀପଙ୍କ ଠାରୁ ପରାଜିତ
ଟ୍ରମାକେୟାରରେ ଥିବା ୧୦ ରୋଗୀଙ୍କ ମୃତ୍ୟ
କଟକ(ବୁ୍ୟରୋ) କଟକ ଏସସିବି ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ । ଧୂଆଁରେ ଅଣନିଃଶ୍ୱାସୀ ହୋଇ ୧୦ ନିରୀହ ଜୀବନ ଚାଲିଯାଇଛି । ଅନେକ ଲୋକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଏସସିବି ମେଡିକାଲରୁ ଉଦ୍ଧାର କରି
ଏନ ଏ ସି ନିର୍ବାଚନରେ ଓବିସି ମାନଙ୍କ ପାଇଁ ସଂରକ୍ଷଣ ଦାଵୀକଲା ମୂଳନୀବାସୀ ବହୁଜନ ମିଳିତ ମହାସଂଘ
କଳାହାଣ୍ଡି,୧୭|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଆଉ କିଛି ଦିନ ପରେ କଳାହାଣ୍ଡିରେ ନୂତନ ଭାବେ ଗଠନ ହୋଇଥିବା ଜୟପାଟଣା ଓ ନର୍ଲା ଏନ ଏ ସି ପାଇଁ ନିର୍ବାଚନ ହେବାକୁ ଵିଜ୍ଞାପନ ପ୍ରକାଶ ପାଇଛି |କାଉନସିଲର ପଦବୀ ପାଇଁ ସ୍ଥାନ ସଂରକ୍ଷଣ ତାଲିକା
ଛତ୍ରପୁରରେ ଗ୍ୟାସ୍ ସଙ୍କଟ
ଗଞ୍ଜାମ ଜିଲା ଛତ୍ରପୁରରେ ଦେଖାଦେଇଛି ଏଲ୍ପିଜି ସଙ୍କଟ ।ସାଧାରଣ ଖାଉଟି ବେହାଲ । ୨୫ ଦିନ ତଳୁ ବୁକିଂ କରିଥିବା ଉପଭୋକ୍ତା ଏ ଯାଏ ସିଲିଣ୍ଡର ପଇପାରିନାହାନ୍ତି। ଯାହା ଫଳରେ ସାଧାରଣ ଲୋକେ ଏଲ୍ପିଜି ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି।
ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାତଃଭ୍ରମଣ କରୁଥିବା ୨ ମହିଳା ସମେତ ଜଣେ ଛାତ୍ରଙ୍କ ମୃତ୍ୟୁ
ବାଲିଅନ୍ତା,୧୬|୩():ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନ କୃପାଜଳ ଇଞ୍ଜିନିୟର କଲେଜ(କେଇସି) ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାତଃଭ୍ରମଣ କରୁଥିବା ୨ ମହିଳା ସମେତ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଆହତ ହୋଇଛନ୍ତି
ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ
କଳାହାଣ୍ଡି,୧୬|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମ୍ବପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିଛି ।'କମ୍ପାନୀ ଦଲାଲ’ ସନ୍ଦେହରେ ଜଣେ ବ୍ୟକ୍ତି ଙ୍କ ଉପରେ ହୋଇଥିବା
ସଶକ୍ତ ଓଡିଶା ପକ୍ଷରୁ ପ୍ରତିବାଦ ସଭା ସହିତ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର ତା 16/03/26 ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା "ପକ୍ଷରୁ ସ୍ଥାନୀୟ ଲୋୟର ପିଏମଜି ଛକ ଧାରଣା ସ୍ଥଳରେ ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତର ମହାମହିମ ରାଷ୍ଟ୍ରପତି ତଥା ସମସ୍ତ ମହିଳାଙ୍କ ଆଦର୍ଶ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କରିଥିବା ଅସମ୍ମାନ,ସମ୍ଭିଧାନ
Politics
Entertainment
ଗୋ ସୁରକ୍ଷା ଆଇନ ପାଇଁ ଗଣ ବିକ୍ଷୋଭ ଓ ଅନଶନ ସଭା