ସେବା ଅନୁଷ୍ଠାନ ପକ୍ଷରୁ ଗୋ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସେବା ପ୍ରତିନିଧି ର ସଭାପତି ନୀଳମଣି ମିଶ୍ରଙ୍କ ସଭାପତିତ୍ବରେ କେଦାରଲେନ ଥିବା ଶ୍ରୀଜଗନ୍ନାଥ ଗୋଶାଳାରେ ଗୋମାତାଙ୍କୁ ଶୀତ ବସ୍ତ୍ର ପ୍ରଦାନ ସହିତ ଗୋ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଶ୍ୱ ସ୍ୱାସ୍ଥ୍ୟସେବା ଦିବସ ଅବସରରେ ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେବୁଲୁଥିବା ଷଣ୍ଢ, ଗୋମାତା ପ୍ରମୁଖଙ୍କୁ ଖାଦ୍ୟ ବସ୍ତ୍ର ସହ ପୂଜନ କରାଯାଉଥିବା ଲକ୍ଷ୍ୟ କରାଯାଇଥିଲା l ଗୋ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି ସ୍ଲୋଗାନ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଣ୍ଟିଆ, ଗିରିଜା ଶଙ୍କର ମହାପାତ୍ର, ତପନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିବା ବେଳେ ନୟନୀ ବେହେରା, ବର୍ଣମାଳା ପାତ୍ର ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page