ସ୍ବତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ ରୋଡ ଷ୍ଟେସନ ଧର୍ମଗଡ ସହର ନିକଟତର ହେବ

ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀଙ୍କ ସୂଚନା…

କଳାହାଣ୍ଡି, (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବହୁ ପ୍ରତୀକ୍ଷିତ ଜୁନାଗଡ ରୋଡ୍ – ନବରଙ୍ଗପୁର ସ୍ୱତନ୍ତ୍ର ରେଳ ଲାଇନ ପ୍ରକଳ୍ପରେ ଧର୍ମଗଡ଼ ସହର ନିକଟତର ପ୍ରାୟ ସାତ କିଲୋମିଟର ଦୂରରେ “ଧର୍ମଗଡ ରୋଡ” ଷ୍ଟେସନ ପ୍ରତିଷ୍ଠା କରାଯିବ ବୋଲି ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ପ୍ରକାଶ କରିଛନ୍ତି। ଜୁନାଗଡ଼ ରୋଡ- ନବରଙ୍ଗପୁର ସ୍ବତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ ରୋଡ଼ ଷ୍ଟେସନ ସହରରୁ ଅଳ୍ପ ଦୂରରେ ସ୍ଥାପନ କରିବା ପାଇଁ ମାନ୍ୟବର ଧର୍ମଗଡ଼ ବିଧାୟକ ସୁଧିର ପଟ୍ଟଯୋଷି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଥିଲେ ଓ ଭୁବନେଶ୍ୱରରେ ପୂର୍ବତଟ ରେଳ ମୁଖ୍ୟାଳୟରେ ରେଳ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ଏବଂ

ଉପଖଣ୍ଡ ସହର ନିକଟରେ ପ୍ରକଳ୍ପରେ ଧର୍ମଗଡ଼ ରୋଡ୍ ଷ୍ଟେସନ୍ ଧର୍ମଗଡ ସହର ନିକଟରେ କରିବା ପାଇଁ ଦାବି କରିଥିଲେ। ପ୍ରସ୍ତାବିତ ନୂତନ ରେଳ ଲାଇନ ପାଇଁ ଆବଶ୍ୟକୀୟ ଜମି ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ପ୍ରଶାସନର ସଂପ୍ରତି ଏକ ଚିଠି ଧର୍ମଗଡ଼ ରୋଡ୍ ନୂତନ ରେଳ ଷ୍ଟେସନ୍ ସ୍ଥାନିତ କରିବା ନେଇ ଦ୍ଵନ୍ଦ ସୃଷ୍ଟି କରିଥିଲା। ଏନେଇ ବିଧାୟକ ଶ୍ରୀ ପଟ୍ଟଯୋଷୀ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ସହିତ ଆଲୋଚନା କରିଥିଲେ, ଯିଏ ଏହି ମାମଲାରେ ପୂର୍ବତନ ରେଳ ମୁଖ୍ୟ ଇଞ୍ଜିନିୟର ଏବଂ ଉଭୟ ସିଏଓ ନିର୍ମାଣ ସଂସ୍ଥା ଏବଂ ଅନ୍ୟାନ୍ୟ ରେଳ ଅଧିକାରୀଙ୍କ ସହିତ କଥା ହୋଇଥିଲେ। ରେଳ ବିଭାଗର ଅଧିକାରୀମାନେ ପ୍ରକଳ୍ପିତ ରେଳଲାଇନ୍‌ରେ ପରିବର୍ତ୍ତନ ପାଇଁ ରାଜି ହୋଇଛନ୍ତି ଏବଂ ଗୁଗୁଲ୍ ମ୍ୟାପ୍‌ରେ ଦର୍ଶାଯାଇଥିବା ପୂର୍ବ ରେଳଲାଇନ୍‌କୁ ନୂତନ ଦିଗ ପରିବର୍ତ୍ତନ କରାଯିବ ଏବଂ ଧର୍ମଗଡ଼ ସହର ନିକଟରେ ନୂତନ ଷ୍ଟେସନ୍‌ ପାଇଁ ସମସ୍ତ ସମ୍ଭାବ୍ୟ ଯତ୍ନ ନିଆଯିବା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ଗୁଗୁଲ୍ ମ୍ୟାପରେ ରେଲଲାଇନର ଦିଗ ପରିବର୍ତ୍ତନ କରାଯାଇଛି ଏବଂ ଧର୍ମଗଡ ଠାରୁ ୭କିମି ବଡବସୁଲ ଠାରେ ଧର୍ମଗଡ ରୋଡ ଷ୍ଟେସନ ହେବା ଆପତଃତ ସ୍ଥିର ହୋଇଛି ବୋଲି ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ପ୍ରକାଶ କରିଛନ୍ତି। ଖୁବ ଶୀଘ୍ର ରେଳବାଇ ବିଭାଗର ବରିଷ୍ଠ ଅଧିକାରୀ ବିଶାଖାପାଟଣା ଓ ଜଗଦଳପୁରରୁ ଆସି ବିଧାୟକଙ୍କ ଉପସ୍ଥିତିରେ ସ୍ଥାନ ସର୍ବେକ୍ଷଣ କରି ଚୂଡ଼ାନ୍ତ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଧର୍ମଗଡ ଷ୍ଟେସନ ସ୍ଥାପନ ଦିଗରେ ଅଣଦେଖା ନେଇ ଗତ କିଛଦିନ ଧରି ଅଞ୍ଚଳରେ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ଯେଉଁ ଆଶା ଓ ଆଶଙ୍କା ପ୍ରକାଶ କରି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିଲେ ତାହା ଏବେ ପ୍ରଶମିତ ହେବ।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page