ଭୁବନେଶ୍ୱର: ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦ ଖାରବେଳ ନଗର ଠାରେ ବ୍ରହ୍ମେସ୍ୱର ଓ ହରିହର ବିଦ୍ୟାପୀଠ ବିଦ୍ୟାର୍ଥୀଙ୍କ ଆନୁକୂଲ୍ୟ ତଥା ବିଶିଷ୍ଟ ଶିକ୍ଷାବିତ ଡ଼ଃ ଯୋଗୀନାଥ ସାହୁଙ୍କ ପୌରହିତ୍ୟ ଓ ପୁରାତନ ବିଦ୍ୟାର୍ଥୀ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ସମାଜସେବୀ ଅଶୋକ ମଲ୍ଲିକଙ୍କ ପରିଚାଳନା ରେ ପୁରାତନ ବିଦ୍ୟାର୍ଥୀ, ଯୁବ ସମାଜସେବୀ, ଉଦ୍ୟୋଗୀ ମୃତ୍ୟୁଞ୍ଜୟ ପରିଡାଙ୍କ ଦ୍ଵାଦଶାହ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି l ପ୍ରାରମ୍ଭରେ ସ୍ବର୍ଗତ ମୃତ୍ୟୁଞ୍ଜୟଙ୍କ

ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସେ ଥିଲେ ଜଣେ ସରଳ, ନୀତିନିଷ୍ଠ ବିଦ୍ୟାର୍ଥୀ ସହ ଯୁବ ସଂଗଠକ, ଅଭିନେତା, କ୍ରୀଡ଼ାବିତ ସହିତ ସର୍ବଦା ହାସ୍ୟ ବଦନରେ ସମସ୍ତଙ୍କୁ ସ୍ୱାଗତ କରିବା ତାଙ୍କ ବ୍ୟକ୍ତିତ୍ୱକୁ ବେଶ ପ୍ରଭାବିତ କରିଥିଲା ବୋଲି ଡ଼ଃ ସାହୁ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ଶିକ୍ଷକ, ସୁଶାନ୍ତ କୁମାର ସାମଲ ସ୍ମୃତି ଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ l ଡ଼ଃ ସାହୁ ଙ୍କ ସହିତ ସମସ୍ତ ବିଦ୍ୟାର୍ଥୀ, ଅତିଥି ପୂର୍ବସ୍ମୃତି ସ୍ମରଣ କରି ଭାବବିହ୍ଵଳ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ ସବୁଠୁ ଭଲ ଗୁଣ ତାଙ୍କର ଥିଲା ନମ୍ରତା ଓ ଶିଷ୍ଟାଚାର l ସାମ୍ପ୍ରତିକ ସମୟରେ ପୂଜ୍ୟପୂଜା, ଗୁରୁ ଓ ବିଦ୍ୟାର୍ଥୀ ସମ୍ପର୍କ, ନୈତିକ ଓ ମାନବୀୟ ମୂଲ୍ୟବୋଧ ଉପରେ ଅତିଥି ମାନେ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ l ଅନ୍ୟ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଆଇଏଫ ଜିଏଲ ର ମାନବସବଳ ମୁଖ୍ୟ ରବି ନାରାୟଣ ସାହୁ, ଅଧିବକ୍ତା ସୁଧୀର କୁମାର ଦାସ, ହିରଣ୍ୟ ମୟୀ ସ୍ୱାଇଁ, ସିଦ୍ଧାର୍ଥ ରଥ, କିଶୋର ବେହେରା, ସୁକାନ୍ତ ଉପସ୍ଥିତ ରହିବା ସହ ସ୍ମୃତିଚାରଣ କରିବା ସହିତ ତାଙ୍କ ସ୍ମୃତି ରେ ଏକ ସ୍ମରଣିକା ପ୍ରକାଶ କରାଯିବ ବୋଲି ମତ ବ୍ୟକ୍ତ କରାଯାଇଥିଲା l ଶ୍ରଦ୍ଧାଞ୍ଜଳି ସଭାକୁ ସାମ୍ବାଦିକା ରୀନା ମହାନ୍ତି, ନାରାୟଣ ଖୁଣ୍ଟିଆ ପରିଚାଳନା କରିଥିଲେ l