ସ୍ୱାମୀ ବ୍ରହ୍ମାନନ୍ଦ ନିଗମ କଳ୍ପତରୁ ଆଶ୍ରମର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର: ସଦ୍‌ଗୁରୁ ଠାକୁର ସ୍ୱାମୀ ନିଗମାନନ୍ଦଙ୍କ ପ୍ରତି ସମର୍ପିତ ସନ୍ଥ, ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଭୁବନେଶ୍ୱର ଉପକଣ୍ଠ ରୁଦ୍ର ବିହାରଠାରେ ପ୍ରତିଷ୍ଠିତ ନିଗମ କଳ୍ପତରୁ ଆଶ୍ରମର ବାର୍ଷିକ ଉତ୍ସବ ଓ ପୂଜ୍ୟ ସ୍ୱାମିଜୀଙ୍କ ସ୍ୱନକ୍ଷତ୍ର ଉତ୍ସବ ଆଶ୍ରମ ପରିସରରେ ମଙ୍ଗଳବାର ମଧ୍ୟାହ୍ନରେ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସ୍ୱାମୀ ବ୍ରହ୍ମାନନ୍ଦ କହିଲେ ଯେ ସ୍ୱନକ୍ଷତ୍ର ପାଳନ ଭାରତୀୟ ସଂସ୍କୃତିର ଏକ ଅନନ୍ୟ ପରମ୍ପରା। ଆମ ସଂସ୍କୃତିରେ ଆମେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଜନ୍ମଦିନକୁ ରାମ ନବମୀ ଭାବେ ପାଳନ କରୁଥିବା ବେଳେ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ଜନ୍ମଦିନ ବା ସ୍ୱନକ୍ଷତ୍ର ଦିବସକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀକୁ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ପାଳନ କରିଥାଉ। ସ୍ୱନକ୍ଷତ୍ରରେ ଆମେ ଘିଅଦୀପ ଜାଳି ଅଗ୍ନିଙ୍କୁ ଆବାହନ ପୂର୍ବକ ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିବା ସମୟରେ ସ୍ୱନକ୍ଷତ୍ର ପାଳନ କରି ବ୍ୟକ୍ତିଙ୍କୁ ଏକ ସକରାତ୍ମକ ମାନସିକତାରେ ବଞ୍ôଚବା ପାଇଁ ଉତ୍ସାହିତ କରିଥାଉ। ମୁଖ୍ୟ ଅତିଥି ଦୈନିକ ପ୍ରଗତିବାଦୀର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ କହିଲେ ଯେ, ସ୍ୱାମିଜୀଙ୍କ ସ୍ୱନକ୍ଷତ୍ର ପାଳନ କରି ଆମେ ନିଜେ ନିଜକୁ ଗୌରବାନ୍ୱିତ ମନେ କରୁଛୁ। ସ୍ୱାମିଜୀ ସାରା ଭାରତବର୍ଷ ବୁଲି ନିଜର ସାଧକ ଜୀବନକୁ ବିଭିନ୍ନ ଦୃଷ୍ଟିକୋଣରୁ ପରିପୁଷ୍ଟ କରିଛନ୍ତି। ସମଗ୍ର ଜୀବନକାଳ ମଧ୍ୟରେ ସେ ଯେଉଁ ଅନୁଭବ ପାଇଛନ୍ତି, ବର୍ତ୍ତମାନ ସମୟ ଆସିଛି ସେ ତାହାକୁ ତାଙ୍କ ଭକ୍ତଶିଷ୍ୟଙ୍କ ନିକଟରେ ପ୍ରୟୋଗ କରିବାର ଆବଶ୍ୟକତା ରହିଛି। ଯାହାଦ୍ୱାରା ସମାଜର କଲ୍ୟାଣ ହେବା ସହ ବ୍ୟକ୍ତିର ମଧ୍ୟ ମଙ୍ଗଳ ହେବ। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ଜୀବନବ୍ୟାପୀ କାର୍ଯ୍ୟ କରିଥିବା ଡଃ ନଟବର ଶତପଥୀ, ଐତିହାସିକ ତଥା ଆଚାର୍ଯ୍ୟ ଜୟଦେବଙ୍କ ପ୍ରତି ସମର୍ପିତ ପ୍ରାଣ ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ଓ ସ୍ମାରକୀ ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଶିଷ୍ଟ ଅତିଥି ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ ଧାର୍ମିକ ଜଗତରେ ସ୍ୱାମୀ ବ୍ରହ୍ମାନନ୍ଦ ଏକ ଅନନ୍ୟ ପ୍ରତିଭା ବୋଲି କହିବା ସହ ସ୍ୱାମିଜୀ ଆମର ଇଷ୍ଟଦେବ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଜଣେ ସମର୍ପିତ ପ୍ରାଣ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁବାର୍ତ୍ତାର ସମ୍ପାଦକ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ ସ୍ୱାମୀ ବ୍ରହ୍ମାନନ୍ଦଙ୍କୁ ଜଣେ ସିଦ୍ଧ ପୁରୁଷ ଭାବେ ବର୍ଣ୍ଣନା କରିବା ସହ ସ୍ୱାମିଜୀଙ୍କ ସ୍ପଷ୍ଟବାଦୀତା ତାଙ୍କୁ ଆଜି ଜଣେ ଶ୍ରେଷ୍ଠ ସନ୍ଥ ଭାବେ ପ୍ରମାଣିତ କରିଛି। ସେ ଆହୁରି କହିଲେ ଯେ, ସନ୍ଥର ସମସ୍ତ ଲକ୍ଷ୍ୟଣ ସ୍ୱାମୀ ବ୍ରହ୍ମାନନ୍ଦଙ୍କଠାରେ ଦେଖିବାକୁ ମିଳିଥାଏ। ସ୍ୱାଗତ କମିଟିର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ମହୋତ୍ସବରେ ବୈଷ୍ଣବ ଜଗତର ଅନନ୍ୟ ସାଧୁ ବିପିନ ବାବା କହିଲେ ଯେ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କେବଳ ଜଣେ ସାଧକ ନୁହଁନ୍ତି, ସେ ଜଣେ ଯୋଗୀ ଗୁରୁଷ ଓ ଆମ ଇଷ୍ଟଦେବ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ ପ୍ରାଣ। ସେ ଜ୍ଞାନର ଭଣ୍ଡାର ହୋଇ ମଧ୍ୟ ନିଜକୁ ଅତି ନ୍ୟୁନ ମନେ କରନ୍ତି ଯାହା ସାଧୁର ପ୍ରକୃତ ଲକ୍ଷ୍ୟଣ। ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆଙ୍କ ପ୍ରତି ସମର୍ପିତ ପ୍ରାଣ ବାବା ପ୍ରଣବାନନ୍ଦ ଦାସ ମନୁଭାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିଶ୍ୱରଞ୍ଜନ, ବାସ୍ତୁବିତ ଡଃ ମନୋଜ ଲେଙ୍କା, ଡଃ ଅସିତ ମହାନ୍ତି ସ୍ୱାମିଜୀଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଡା ଆଲୋକ କୁମାର ସାହୁ, ଡଃ ପ୍ରଭାତ କୁମାର ମହାପାତ୍ର, ଗାୟକ ସୌରଭ ରବିନାରାୟଣ ତ୍ରିପାଠୀ, କୈଳାସ ଚନ୍ଦ୍ର ସାହୁ, ଫୋକସର ପ୍ରତିଷ୍ଠାତା ସୁଧାଂଶୁ ଶେଖର ରାଉତ, କୃଷ୍ଣପ୍ରିୟା ମିଶ୍ର, ବିଷ୍ଣୁ ଚରଣ ସାହୁ, ପ୍ରଫେସର ଡଃ ଶକୁନ୍ତଳା ବଳିୟାରସିଂ, ଅମରେନ୍ଦ୍ର ମହାପାତ୍ର, ଡଃ କୁମାର ଚନ୍ଦ୍ର ମିଶ୍ର, ରଞ୍ଜିତା ପ୍ରିୟଭାସିନୀ, ଡଃ ରଜନୀ ରଣସିଂ, ଡଃ ଦେବଦତ୍ତ ସାମନ୍ତରାୟ, ପ୍ରକାଶକ ବିଜୟ କୁମାର ମହାପାତ୍ର, ନାରାୟଣ ଓଝା, ମାନସ ରଞ୍ଜନ ବେହେରା, ଅନିଲ ଧୀର୍‌, ଶମ୍ଭୁନାଥ ପାଣିଗ୍ରାହୀଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ସେବାୟତ ସାମନ୍ତ ସିଦ୍ଧେଶ୍ୱର ମହାପାତ୍ର, ମହନ୍ତ ରାମକୃଷ୍ଣ ଦାସ ମହାରାଜ, ପ୍ରଫୁଲ୍ଲ ରଥ, ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ, ସ୍ତମ୍ଭକାର ଶ୍ରୀ ସନ୍ନ୍ୟାସୀ, ପ୍ରଭୁ କଲ୍ୟାଣ ମହାପାତ୍ର, ବିନୋଦ ବିହାରୀ ନାୟକ, ବିନାୟକ ରଥ, ପ୍ରଶାନ୍ତ କର, ମହେନ୍ଦ୍ର ପଟ୍ଟନାୟକ ଡାକ୍ତର ଦୀନବନ୍ଧୁ ମହାରଣା, ଗାୟକ ସୁରେନ୍ଦ୍ର ଛୋଟରାୟ ପ୍ରମୁଖ ସମାଜର ମଙ୍ଗଳ ପାଇଁ ସ୍ୱାମିଜୀଙ୍କ ନିରଳସ ସାଧନା ଓ ଅନ୍ୟ ଭକ୍ତଶିଷ୍ୟମାନଙ୍କୁ ନୈତିକତା ଓ ମୂଲ୍ୟବୋଧଭିତ୍ତିକ ଶିକ୍ଷାର ଏକ ଜ୍ୱଳନ୍ତ ଉଦାହରଣ ବୋଲ କହିଥିଲେ। ପ୍ରାରମ୍ଭରେ ଆଶ୍ରମର ପରିଚାଳକ ବାବା ଆନନ୍ଦ ଚୈତନ୍ୟ ବ୍ରହ୍ମଚାରୀ ସ୍ୱାଗତ ଭାଷଣ ଦେବା ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଡଃ ମହେନ୍ଦ୍ର ପଟ୍ଟନାୟକ, ବରୁଣ ରାଜ, ଅରବିନ୍ଦ ତ୍ରିପାଠୀ, ଇଂ ସନ୍ତୋଷ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page