ବଲାଙ୍ଗିର: ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଅନେକ ଲଢେଇ ପରେ ଭୀମ ଭୋଇ ମେଡିକାଲ କଲେଜ ନିର୍ମାଣ ହୋଇଥିଲା । ତତ୍କାଳିନ ସରକାର ପ୍ରତିଶୃତି ଦେଇଥିଲେ ୨୦୨୩ ଡିସେମ୍ବର ସୁଦ୍ଧା ଏହା ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ କିନ୍ତୁ ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବେ ଅସମ୍ପୁର୍ଣ୍ଣ ମେଡିକାଲ କଲେଜକୁ ତତ୍କାଳିନ ସରକାର ଉଦ୍ଘାଟନ କରିଥିଲେ । ମୁଁ ନିଜେ ଏହି ଉଦ୍ଘାଟନ କାର୍ଯ୍ୟକ୍ରମକୁ ବିରୋଧ କରି ମଂଚ ତ୍ୟାଗ କରିଥିଲି । ପରେ ସରକାର ବଦଳିଲା । ଆଶା ଥିଲା ମାସେ ଦୁଇ ମାସ ଭିତରେ ନୂଆ ସରକାର ମେଡିକାଲ କଲେଜକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବେ କିନ୍ତୁ ଦୁଃଖର ବିଷୟ ସରକାର ପରିବର୍ତ୍ତନ ଏକ ବର୍ଷ ପରେ ବିଜେପି ନେତୃତ୍ୱାଧିନ ରାଜ୍ୟ ସରକାର ଚାରି ଆଡେ ବର୍ଷ ପୁର୍ତ୍ତି ମହୋତ୍ସବ ପାଳନ କରୁଛନ୍ତି କିନ୍ତୁ ଆମ ଦିର୍ଘ ଦିନର ସ୍ୱପ୍ନ ଭୀମଭୋଇ ମେଡିକାଲ କଲେଜ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବାରେ କୌଣସି ପ୍ରକାର ପଦକ୍ଷେପ କାହିଁକି ନେଉ ନାହାନ୍ତି ବୋଲି ଆଜି ସ୍ଥାନୀୟ ସାର୍କିଟ ହାଉସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ ଏହି ମର୍ମରେ ଆହୁରି ମଧ୍ୟ କହିଛନ୍ତି ଯେ ଭୀମଭୋଇ ମେଡିକାଲ କଲେଜର ନିର୍ମାଣ ଓ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ବିଧାନସଭା ଭିତରେ ଓ ବାହାରେ ସେ ଅନେକ ଲଢେଇ କରିଛନ୍ତି । ବହୁ କଷ୍ଟରେ ଏହାର ନିର୍ମାଣ କାମ ସମାପ୍ତ ହୋଇଥିଲା । କିନ୍ତୁ ଦୁଃଖର ବିଷୟ ଆମ ଜିଲ୍ଲା ସ୍ୱାସ୍ଥ୍ୟମନ୍ତ୍ରୀ ପାଇଥିବା ବେଳେ ଜିଲ୍ଲା ର ସ୍ୱାସ୍ଥ୍ୟ ବିଭାଗର ଅବସ୍ଥା ଭୂଷୁଡି ପଡିଛି । ମେଡିକାଲ କଲେଜ କେବେ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ମେଡିକାଲ କଲେଜର ସମସ୍ତ ବିଭାଗ ନୁଆଁ କୋଠାକୁ କେବେ ସ୍ଥାନାନ୍ତରିତ ହେବ, ଲୋକେ କେବେ ମେଡିକାଲ କଲେଜର ପ୍ରକୃତ ଲାଭ ପାଇବେ ସେ ଦିଗରେ ସନ୍ଦେହରେ ଅଛନ୍ତି । ଆହୁରି ମଧ୍ୟ ଦେଓଗାଁ, ଚୁଡାପାଲି ଭଳିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରଙ୍କ ମଞ୍ଜୁରି ମୁତାବକ ଦରକାର ହେଉଥିବା ଡାକ୍ତର, ପାରା ମେଡିକାଲ ଷ୍ଟାଫ୍, ନର୍ସିଂ ଷ୍ଟାଫ୍ ର ୮୦% ପଦବି ଖାଲି ରହୁଛି । ମୋର ଦାବି ନୁଆ ସରକାର କେବଳ ଭାଷଣ ଓ ପ୍ରତିଶୃତିରେ ସିମିତ ନ ରହି ଆମ ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ ବିଭାଗର ସମସ୍ୟା ଗୁଡିକ ସହିତ ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ ଆରମ୍ଭ, ସୁପର ସ୍ପେସାଲିଟି ଚିକିତ୍ସା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ସହ ଡାକ୍ତର ନିଯୁକ୍ତି ଯଥାଶିଘ୍ର କରନ୍ତୁ ନଚେତ କଂଗ୍ରେସ ଦଳ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରିବ । ଏଥିରେ ଯଦି କୌଣସି ପ୍ରକାର ଧନଜିବନ ହାନି ହୁଏ ତେବେ ସରକାର ଦାୟି ରହିବେ ବୋଲି ଶ୍ରୀ ମିଶ୍ର ଚେତାବନି ଦେଇଥିଲେ । ବ୍ଲକ ଓ ମ୍ୟୁନିସିପାଲିଟିର ଦୁର୍ନିତିକୁ ସାମ୍ବାଦିକ ଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ମିଶ୍ର କହିଥିଲେ ମନହିରା ପଂଚାୟତର ଏକ ବିଧାୟକ ଉନ୍ନୟନ ପାଣ୍ଠି କିଭଳି ଆତ୍ମସାତ କରାଯାଇଛି ସୂଚନା ଅଧିକାର ଆଇନ ବଳରେ ଆଜି ତାର ପର୍ଦ୍ଦାଫାସ କରାଯାଇଛି । ଦେଢ ଲକ୍ଷ ଟଙ୍କାର ବିଧାୟକ ପାଣ୍ଠିରେ ନିର୍ମାଣ ହେବାକୁ ଥିବା ପୋଖରୀର ପାହାଚ ର କାର୍ଯ୍ୟାଦେଶ ଜନୈକ ବ୍ୟକ୍ତିଙ୍କୁ ଦିଆଯାଇଥିଲା । କିନ୍ତୁ କାର୍ଯ୍ୟାଦେଶ ପାଇଥିବା ବ୍ୟକ୍ତି ବ୍ଲକ କର୍ତ୍ତୃପକ୍ଷ ଙ୍କ ଅସହଯୋଗ ଯୋଗୁଁ କାମ ହୋଇ ପାରିନଥିଲା । ପରେ କିଛି ମାସ ପରେ ସେହି ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ରିପୋର୍ଟ ପାଇଲେ ଯେ ସେ କାମ ସମ୍ପୁର୍ଣ୍ଣ ହୋଇଯାଇଛି କିନ୍ତୁ ଦୁଃଖର ବିଷୟ ସେ କାମ ର କାର୍ଯ୍ୟାଦେଶ ବାତିଲ ନ ହୋଇ କାମ କିପରି ହେଲା , ପରେ କ୍ଷେତ୍ର ପରିଦର୍ଶନରେ ଜଣାପଡିଲା ଯେ ସେ ନିର୍ଦ୍ଦିଷ୍ଟ ବାଘପଡା ବନ୍ଧରେ କୌଣସି ପାହାଚ ନିର୍ମାଣ ହୋଇନାହିଁ କିନ୍ତୁ ବ୍ଲକ କର୍ତ୍ତୃପକ୍ଷ ଚଂଚକତା କରି ବିଲ ହଡପ କରିଛନ୍ତି । ତେଣୁ ମୁଁ ନିଜେ ଏହାର ଏକ ଭିଜିଲେନ୍ସ ତଦନ୍ତ ଦାବି କରି ଏଥିରେ ସଂପୃକ୍ତ ବ୍ଲକ ଚେୟାରମେନ, ଗୋଷ୍ଠି ଉନ୍ନୟନ ଅଧିକାରୀ, ବିଭାଗୀୟ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ଅନୁସନ୍ଧାନ ଓ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି ବୋଲି କହିଥିଲେ । ଠିକ୍ ସେହି ପରି ମହାରାଣୀ ସାଗରର ଉନ୍ନତି କାମରେ ହୋଇଥିବା ଦୁର୍ନିତି ର ପ୍ରଶ୍ନରେ ଶ୍ରୀ ମିଶ୍ର ସାମ୍ବାଦିକମାନେ ଏହି ଦୁର୍ନିତିକୁ ନେଇ କାହିଁକି ଚୁପ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଐତିହ ସମ୍ପନ୍ନ ମହାରାଣୀ ସାଗର ପାଇଁ ୨୦ କୋଟି ଟଙ୍କାର ଅନୁଦାନ ଆସିଥିଲା । ତତ୍କାଳିନ ବିଜେଡି ସରକାର ର ନେତାମାନେ ଚଂଚକତା କରି ଏସ୍ଏଚ୍ଜିମାନଙ୍କୁ ଏହା ଦାୟିତ୍ୱ ଦେଇଥିଲେ । ବର୍ତ୍ତମାନ ମହାରାଣୀ ସାଗର କେଉଁ ଅବସ୍ଥାରେ ଅଛି ଲୋକେ ଦେଖୁଛନ୍ତି । ଏହି ଦୁର୍ନିତିର ପର୍ଦ୍ଦାଫାସ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିହାତି ଦରକାର ବୋଲି ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ର କାର୍ଯ୍ୟକାରି ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର ମଂଚାସିନ ଥିବା ବେଳେ ବୁଲୁ ଦାନି, କୈଳାସ ମିଶ୍ର, ଯୁବ ସଭାପତି ଅଙ୍କିତ ସାହୁ, ଛାତ୍ର ସଭାପତି ଚିନ୍ମୟ ବେହେରା, କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, କଂଗ୍ରେସ ନେତା ବିରେନ ମିଶ୍ର, ଅନ୍ତ ବେହେରା, ମାନସ ମହାନ୍ତି, ଜୁଲୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ସ୍ୱାସ୍ଥ୍ୟ ବିଭାଗର ଅବ୍ୟବସ୍ଥା କୁ ନେଇ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବାଗ୍ମୀ ପ୍ରଦୁ୍ୟମ୍ନ ପ୍ରଣାମ ଉତ୍ସବ-୨୦୨୫ ଅନୁଷ୍ଠିତ
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ବିଚ୍ଛିନ୍ନାଞ୍ଚଳ ଓଡ଼ିଆଙ୍କ ପାଇଁ ଦୀର୍ଘ ୪୩ ବର୍ଷ ଧରି କାର୍ଯ୍ୟ କରୁଥିବା ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀଙ୍କ ସ୍ୱନକ୍ଷତ୍ର ଅବସରରେ ପୂଜ୍ୟ ପୂଜା ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଗୁରୁବାର ସନ୍ଧ୍ୟାରେ
“ପ୍ରଦ୍ୟୁମ୍ନ ପ୍ରତିଭା” ଉନ୍ମୋଚନ ସହିତ ସଶକ୍ତ ଓଡିଶା ପକ୍ଷରୁ ସାରସ୍ୱତ ଆଲୋଚନାଚକ୍ର ଅନୁଷ୍ଠିତ
ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା "ପକ୍ଷରୁ ବରିଷ୍ଠ ସାମ୍ବାଦିକ, ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ଶୁଭ ଜନ୍ମଦିବସ ପୂର୍ବଦିବସରେ ଅନୁଷ୍ଠାନର ଆବାହକ ବିଜୟ କୁମାର ପ୍ରଧାନଙ୍କ ପୌରହିତ୍ୟରେ ପ୍ରଦ୍ୟୁମ୍ନ ପ୍ରତିଭା ପୁସ୍ତକ ଉନ୍ମୋଚନ ସହିତ,
ନାଚୁଣୀ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ତରଫରୁ ନାଚୁଣୀ ମହାବିଦ୍ୟାଳୟ ଠାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ନାଚୁଣୀ. ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ସଭାପତିତ୍ୱ
ଐତିହାସିକ, ଗବେଷକ ଡ. ପ୍ରଫୁଲ ଚନ୍ଦ୍ର ତ୍ରିପାଠୀଙ୍କ“କଥା ବୀଥିକା” ଲୋକାର୍ପିତ
ଭୁବନେଶ୍ୱର: ବିଶିଷ୍ଟ ଐତିହାସିକ, ଗବେଷକ, ଓଡ଼ିଆ ଭାଷା ସାହିତ୍ୟ ର ଅତୁଳନୀୟ ପୁଜ୍ୟପୂଜା ପ୍ରାଣ ପ୍ରଫୁଲ ଚନ୍ଦ୍ର ତି୍ରପାଠୀଙ୍କ ୮୫ତମ ଶୁଭ ଜନ୍ମଦିବସ ଅବସରରେ, ବରିଷ୍ଠ ସାମ୍ବାଦିକ, ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ନାଗରିକ ମହାମଂଚର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀଙ୍କ
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ
ଭୁବନେଶ୍ୱର: ଆଉ ନାହାନ୍ତି ହୁ୍ୟମାନ ସାଗର । ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (ଇଓଓଗଝ) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଓଡ଼ିଆ
ନାଚୁଣୀର ବରିଷ୍ଠ ନାଗରିକ ସଂଘ ତରଫରୁ ନେହେରୁ ଜୟନ୍ତୀ ପାଳିତ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଗୁଣୀ ସ୍ଥ ବରିଷ୍ଠ ନାଗରିକ ସଂଘ ତରଫରୁ ନେହେରୁ ଜୟନ୍ତୀ ତଥା "ଶିଶୁ" ଦିବସ ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଜଗତି ପାହାଡର ପାଦଦେଶରେ ଅବସ୍ଥିତ ଶ୍ରୀରାମ ମନ୍ଦିର ଠାରେ ପାଳିତ ହୋଇଯାଇଅଛି।
ବାବା ପ୍ରତାପେଶ୍ୱର ଦେବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ଉତ୍ସବ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମସ୍ଥ ଲକ୍ଷ୍ମୀଧର ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳପଡିଆ ପରିସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବାବା ପ୍ରତାପେଶ୍ୱର ଦେବ ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ
ସାମାଜିକ ଅନୁଷ୍ଠାନ ଓ ୱେବ ଗଣମାଧ୍ୟମ “ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ପଞ୍ଚମ ସ୍ଵନକ୍ଷତ୍ର ଅନୁଷ୍ଠିତ
10 ସାରସ୍ୱତ ପ୍ରତିଭାଧାରୀ ହେଲେ ସମ୍ବର୍ଦ୍ଧିତଭୁବନେଶ୍ୱର: ୱେବ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ "ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ପଞ୍ଚମ ସ୍ଵନକ୍ଷତ୍ର ସ୍ଥାନୀୟ ୟୁନିଟ-9 ସ୍ଥିତ ବୁଦ୍ଧମନ୍ଦିର ପରିସରରେ ସାମ୍ବାଦିକା ରୀନା ମହାନ୍ତିଙ୍କ ସଂଯୋଜନା ଓ ସଂସ୍କୃତି ପୁରୁଷ, ପୁଜ୍ୟପୂଜା ପ୍ରାଣ
ଡ. ସୁନୀଲ କୁମାର ପଟ୍ଟନାୟକ ନାଚୁଣୀ କଲେଜର ନୂତନ ଅଧ୍ୟକ୍ଷ
ଚିଲିକା : ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶାନୁଯାୟୀ ନାଚୁଣୀ କଲେଜର ନୂତନ ଅଧ୍ୟକ୍ଷ ଭାବେ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ଯୋଗ ଦେଇଛନ୍ତି।ସେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ସଂଘମିତ୍ରା ପଟ୍ଟନାୟକଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା
ବୈଦ୍ୟ ମାଧବ ଚନ୍ଦ୍ର ନନ୍ଦଙ୍କର ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଓ ମେଧାବୀ ସମ୍ବର୍ଦ୍ଧନା
ଚିଲିକା: ଚିଲିକା ବ୍ଲକର ଗଙ୍ଗାଧର ପୁର ଶାସନ ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିର ପରିସର ମାଁ ଜୟଦୁର୍ଗା ମଣ୍ଡପରେ ଅଞ୍ଚଳର ସୁନାମଧନ୍ୟ ସମାଜ ସେବୀ ବୈଦ୍ୟ ମାଧବ ଚନ୍ଦ୍ର ନନ୍ଦଙ୍କର ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଓ ମେଧାବୀ
ବିଶିଷ୍ଟ ଶିକ୍ଷାବିତ୍ ବି.ରଙ୍ଗନାଥନ୍ ଙ୍କ ଜୟନ୍ତୀ ପାଳିତ
ଚିଲିକା: ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍, ଇଂରାଜୀ ଭାଷାତତ୍ତ୍ଵବିତ୍ ତଥା ଭିଷ୍ମଗିରୀ ଓ ନାଚୁଣୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ବି.ରଙ୍ଗନାଥନଙ୍କ ୧୧୮ତମ ଜୟନ୍ତୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଠାରେ ଚିଲିକା ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ବିଶ୍ୱକର୍ମ। ଆଞ୍ଚଳିକ ସଂଘ
ପ୍ରାକୃତିକ ଚିକିତ୍ସା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ
ବେଗୁନିଆ,୯/୧୧: ବେଗୁନିଆ ବ୍ଲକ ବଡବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ଶୁଭଶ୍ରୀ କ୍ଲବ୍ ପରିସରରେ ପ୍ରାକୃତିକ ଚିକିତ୍ସା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଡ଼ାକ୍ତର ଦୀପକ କୁମାର କୁଅଁର,ଆହାର ବିଶେଷଜ୍ଞ ବସନ୍ତ କୁମାର ପ୍ରଧାନ, ପ୍ରାକୃତିକ ବିଶେଷଜ୍ଞ
ଯଶସ୍ୱୀ ଆଦର୍ଶ ଶିକ୍ଷକଙ୍କ ସ୍ମରଣେ
ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବା ଜଣେ ଶିକ୍ଷକ ପାଇଁ ସବୁବେଳେ ଆହ୍ୱାନ ଥାଏ | ଛାତ୍ରର ଅନ୍ତର୍ନିହିତ ଗୁଣକୁ ଚିହ୍ନି ତାକୁ ସଠିକ ମାର୍ଗରେ ବାଟ କଢ଼େଇନେବାହିଁ ଜଣେ ଆଦର୍ଶ ଶିକ୍ଷକର କର୍ତ୍ତବ୍ୟ ହେବା ନିତାନ୍ତ ଆବଶ୍ୟକ ବୋଲି ଶିକ୍ଷକ
ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ୍ ପକ୍ଷରୁ ବୁଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣ ସଫେଇ
ଭୁବନ: ପବିତ୍ର କାର୍ତ୍ତିକ ମାସରେ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ପ୍ରଭୁ ଶ୍ରୀ ଶ୍ରୀ ବୁଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣ ଓ ଚତୁଃପାଶ୍ୱର୍ ସଫେଇ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଛି। ରବିବାର
ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ ପ୍ରସ୍ତୁତି ବୈଠକ
ବାଲିଅନ୍ତା: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ପୁର୍ଣ୍ଣୀମା ଅବସରରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ( କାପୋକ) ଆନୁକୂଲ୍ୟରେ, ଐତିହାସିକ ଦୟାନଦୀର ଲିଙ୍ଗିପୁର ଘାଟରେ ଆସନ୍ତା ତା ୦୫/୧୧/୨୦୨୫ ଭୋର ସମୟରେ ଚତୁର୍ଦ୍ଦଶ
ଦଶମତମ ଦେବ ପ୍ରସାଦ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନ ଆନୁକୁଲ୍ୟରେ ଦଶମତମ ଦେବ ପ୍ରସାଦ ଉତ୍ସବ ରବିନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି। ମହାନ ଓଡ଼ିଶୀ ନୃତ୍ୟଗୁରୁ ଡ଼ଃ ଦେବପ୍ରସାଦ ଦାସଙ୍କର ୯୩ ତମ ପୂଣ୍ୟଜନ୍ମ ତିଥି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି ।
ଏସ୍ଆଇ ପରୀକ୍ଷା ମାମଲା: କ୍ରାଇମ୍ବ୍ରାଞ୍ଚ ହାତରେ ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ୱର: କ୍ରାଇମ୍ ବ୍ରାଂଚ ହାତରେ ମୁଲି ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ପୋଲିସ୍ ଏସ୍ଆଇ ଚାକିରି ଲାଗି ପରୀକ୍ଷା ପ୍ରସ୍ତୁତିବେଳେ ଘଟିଥିବା କେଳେଙ୍କାରୀର ମହାଘୋଟାଲା ଆଗକୁ ଖୋଲି ଖୋଲି ଚାଲିଚି। ଓଡ଼ିଶା ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ଚାଞ୍ଚଲ୍ୟକର ତଥ୍ୟ
ସୁନାଖଳକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ଶଵ
ଚିଲିକା: ରାଜ୍ୟରେ କାମଧନ୍ଦା ନ ପାଇ ବାହାର ଦେଶକୁ ଶ୍ରମିକ ଭାବେ ପେଟ ପାଟଣା ପାଇଁ ଯାଇ ଥିବା ଓଡ଼ିଆ ଯୁବକ ଶବ ହୋଇ ନିଜ ଗ୍ରାମ କୁ ଫେରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ
ଚିଲିକା ଉପଖଣ୍ଡ ଦାବୀ ଯୋର ଧରିଲା
ଚିଲିକା: ଚିଲିକା ଆଞ୍ଚଳିକ ବିକାଶ ପରିଷଦର ବୈଠକ କଉଡିଖଣିସ୍ଥ ଜଗତି ପାହାଡର ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ଜଗତି ମହାବୀରଙ୍କ ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ପରିଷଦର ସଭାପତି ଆଡଭୋକେଟ ଦେବାଶିଷ ରଥଙ୍କ ପୌରୋହିତରେ ଅନୁଷ୍ଠିତ ଏହି ବୈଠକରେ
ବଉଳାବନ୍ଧରେ ଭାଗବତ ସପ୍ତାଙ୍ଗ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦ୍ଯାପିତ
ଚିଲିକା: ଖୋର୍ଦ୍ଧ।ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମସ୍ଥ ମଙ୍ଗରାଜପୁର ଠାରେ ୯ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ ସପ୍ତାଙ୍ଗ ଓ ପ୍ରବଚ଼ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରତ୍ୟେହ ସକାଳ ସମୟରେ ପାରାୟଣ, ହୋମ, ସଂକୀର୍ତ୍ତନ ଓ
Politics
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment
ନାଚୁଣୀ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ
ନାଚୁଣୀର ବରିଷ୍ଠ ନାଗରିକ ସଂଘ ତରଫରୁ ନେହେରୁ ଜୟନ୍ତୀ ପାଳିତ
ଡ. ସୁନୀଲ କୁମାର ପଟ୍ଟନାୟକ ନାଚୁଣୀ କଲେଜର ନୂତନ ଅଧ୍ୟକ୍ଷ