ହକ ପାଇଁ ରାଜରାସ୍ତାରେ ଗର୍ଜିଲେ ଓଡିଶା ଜୀବିକା ମିଶନ ଶକ୍ତି ମହିଳା

ସ୍ଥାୟୀ ମାନ୍ୟତା ଦାବିରେ ବ୍ଲକ ଅଫିସ ଘେରାଉ

କଳାହାଣ୍ଡି, ୩୧|୧(ପ୍ୟାରିଲାଲ ଦୁର୍ଗା): ଭାରତୀୟ ମଜଦୂର ସଂଘ ଓଡିଶା ଜୀବିକା ମିଶନ ସଂଘ କଳାହାଣ୍ଡି ଜ଼ିଲ୍ଲା ଗୋଲାମୁଣ୍ଡା ବ୍ଲକ କମିଟି ପକ୍ଷରୁ ଶୁକ୍ରବାର ସ୍ଥାୟୀ ମାନ୍ୟତା ଦାବିରେ ଗୋଲାମୁଣ୍ଡା ସ୍ଥିତ ବ୍ଲକ ଅଫିସ ଘେରାଉ କରାଯାଇଛି |ଏହା ପୂର୍ବରୁ ସ୍ଥାନୀୟ ମା’ଠାକୁରାଣୀ ମନ୍ଦିର ରେ ସଂଘ ର ସଭାନେତ୍ରୀ ପ୍ରିୟଙ୍କା ସାହୁ, ସମ୍ପାଦିକା ଚେତନା ମାଝୀ ପୂଜାଅର୍ଚ୍ଚନା କଲାପରେ ହଜାରେ ରୁ ଉର୍ଦ୍ଧ ମିଶନ ଶକ୍ତି ଇସି ମହିଳା ମା’ଠାକୁରାଣୀ ମନ୍ଦିରରୁ ବାହାରି ବ୍ଲକ ଅଫିସ ପର୍ଯ୍ୟନ୍ତ ଏକ ବିରାଟ ଶୋଭା ଯାତ୍ରା କରାଯାଇଥିଲା |ଏଥିରେ ବ୍ଲକ ର ୨୮ ଗୋଟି ପଂଚାୟତ ର ହଜାରେ ରୁ ଉର୍ଦ୍ଧ ମିଶନ ଶକ୍ତି କର୍ମକର୍ତା ସାମିଲ ହୋଇଥିଲେ |ବ୍ଲକ ଅଫିସ ସମ୍ମୁଖରେ ସଂଘର କର୍ମକର୍ତ୍ତା ନିଜ ନିଜର ବକ୍ତ୍ୟବ ରଖି ଓଡିଶା ସରକାର ଙ୍କ ଅବହେଳା କୁ ନେଇ ଗର୍ଜିଥିଲେ |ଗ୍ରାମ ପଂଚାୟତ ରୁ ନେଇ ଜ଼ିଲ୍ଲା ପର୍ଯ୍ୟନ୍ତ ମହିଳା ସଶକ୍ତି କରଣ ମୁଖ୍ୟ ଭୂମିକା ସାଜି କାମ କରୁଛନ୍ତି ସ୍ୱୟଂସହାୟକ ଗୋଷ୍ଠୀ ମହିଳା |ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ସଙ୍ଗଠିତ କରିବା, ସେମାନଂକୁ ଆର୍ଥିକ ପରିଚାଳନା ରେ ତାଲିମ ଦେବା, ପ୍ରୋତ୍ସାହିତ କରିବା ଇସି ସଭାପତି ଓ ସମ୍ପାଦକ ଙ୍କ ସ୍ଵାକ୍ଷରରେ ଋଣ ଗ୍ରହଣ ଓ ଋଣ ପ୍ରଦାନ କାର୍ଯ୍ୟ କରାଯାଇଥାଏ |ଓଡିଶା ରେ ପ୍ରାଥମିକ ପର୍ଯାୟରେ ମନୋନୀତ ମିଶନ ଶକ୍ତି ଇସି ମାନେ ୨000 ମସିହା ଠାରୁ ୨0୧୯ ମସିହା ପର୍ଯ୍ୟନ୍ତ କୌଣସି ଭତ୍ତା ନ ପାଇ ଅନବରତ ସେବା ଯୋଗାଇ ଆସିଥିଲେ |୨0୨୪ ସେପ୍ଟେମ୍ବର ମାସ ଠାରୁ ଏ ପର୍ଯ୍ୟନ୍ତ ଇସି ମାନଂକୁ ଭତ୍ତା ମିଳିନାହିଁ |ସରକାର ଙ୍କ ପୁର୍ନଗଠନ କାର୍ଯ୍ୟ ବନ୍ଦ କରିବା, ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି ଭଳି ଅନେକ ଦାବି ନେଇ ଶୁକ୍ରବାର ଦିନ ଗୋଲାମୁଣ୍ଡା ମା’ ଠାକୁରାଣୀ ମନ୍ଦିର ରୁ ରାଜରାସ୍ତାରେ ବାହାରି ଗର୍ଜନ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଏକ ରାଲିର ଶୋଭା ଯାତ୍ରା ରେ ବାହାରି ଗୋଲାମୁଣ୍ଡା ବିଡ଼ିଓ ଙ୍କ କାର୍ଯାଳୟ ପର୍ଯ୍ୟନ୍ତ ପହଂଚି ଘେରାଉ କରିଥିଲେ |ପରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ଉଦ୍ଦେଶ୍ୟରେ ଏକ ୧0 ଦଫା ଦାବି ପତ୍ର ବିଡ଼ିଓ ଙ୍କୁ ଦେବାର ଥିଲା |କିନ୍ତୁ ବିଡ଼ିଓ ଅନୁପସ୍ଥିତ ଥିବା ଯୋଗୁଁ ଏଇ ପର୍ଶୁରାମ ନାଏକ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି |ଏଥିରେ ପୁର୍ନ ଗଠନ ରିଷ୍ଟ୍ରକ୍ଟରିଂ ପ୍ରକ୍ରିୟା ବନ୍ଦ କରିବା, ଇସି ସଦସ୍ୟ ଙ୍କୁ ସ୍ଥାୟୀ କରିବା,ମାସିକ ୧ ହଜାର ଟଙ୍କା ହାରରେ ଭତ୍ତା ପ୍ରଦାନ,ବରିଷ୍ଠତା ଓ ଯୋଗ୍ୟତା ଭିତ୍ତିରେ ପଦୋନ୍ୱିତ କରିବା, ସ୍କୁଟି ଋଣ ଯୋଜନା ର ୪୮ କିସ୍ତି ମଧ୍ୟରୁ ୧୨ ଟି କିସ୍ତି ଦେୟ ହୋଇଥିବା ବେଳେ ବାକି କିସ୍ତି ଗୁଡିକର ଛାଡ କରିବା, ଇସି କର୍ମୀ ସାମାଜିକ ନିରାପତ୍ତା ଓ କାର୍ଯକାଳ ସମୟରେ ଦୁର୍ଘଟଣା ଜନିତ ବୀମା ଯୋଜନା ପ୍ରଦାନ କରିବା ଆଦି ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି |ଦାବି ଗୁଡିକ ଯଥା ଶୀଘ୍ର ସମାଧାନ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରାଯିବା ପାଇଁ ସରକାର ଙ୍କୁ ସଂଘ ଚେତାବନୀ ଦେଇ ଛନ୍ତି |ଏହି ଆନ୍ଦୋଳନ ରେ ବ୍ଲକ ସଭାପତି ପ୍ରିୟଙ୍କା ସାହୁ ସମ୍ପାଦିକା ଚେତନା ମାଝୀ,ଭାରତୀୟ ମଜଦୂର ସଂଘ ର ଜ଼ିଲ୍ଲା ସମ୍ପାଦକ ରାଧାନାଥ ବେହେରା,ମାନଝରି ଜିପିଏଲଏଫ ର ସମ୍ପାଦକ ନିର୍ମଳା ସାହୁ, ସଭାପତି ବେଳ ମତୀ ମହାନନ୍ଦ, ବନିତା ଅଗ୍ରିହା,, ଦମୟନ୍ତୀ ରଣା, ଟିକେମଣି ମାଝୀ, ପୁଷଲତା ଜଗତ, ଅଲେଖା ନିଆଲ, ହରିପ୍ରିୟା ରାଉତ ଙ୍କ ସହ ହଜାରେ ରୁ ଉର୍ଦ୍ଧ ଇସି ମହିଳା ଆଜିର ଏହି ରାଲିରେ ସାମିଲ ହୋଇଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page