୨ୟ ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ; ସେମିରେ ଏସ୍, ଏସ୍, ସାନ ଏଲେଭେନ

ବାଲିଅନ୍ତା,୦୪|୦୨:ବାଲିଅନ୍ତା ବ୍ଲକ ଅଧୀନ ନାଗପୁର ସ୍ଥିତ ଶାଗୁଆ ଖେଳ ପଡ଼ିଆରେ ନାଗପୁର କ୍ରିକେଟ୍ କ୍ଲବ୍ ଦ୍ଵାରା ଦିତୀୟ ବର୍ଷିକ ଅଲ୍ ଓଡିଶା ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୩ୟ ଦିନରେ ସମ୍ମାନୀତ ଅତିଥିଭାବେ ବାଲିଅନ୍ତା ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର, ପ୍ରତାପଶାସନ ଗ୍ରାମପଞ୍ଚାୟତ ସମିତି ସଭ୍ୟ ଗଙ୍ଗାଧର ମାହାରୀ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ପରେ ୨ ଟି ଲିଗ ମ୍ୟାଚ୍ ଓ ଗୋଟେ କ୍ୱାଟର ଫାଇନାଲ ମ୍ୟାଚ ଖେଳାଯାଇଥିଲା l ପ୍ରଥମ ମ୍ୟାଚଟି ସ୍ମାଇଲି ଏଲେଭେନ କଟକ ବନାମ ମାର୍କସ ଏଲେଭେନ ମଧ୍ୟରେ ୫ମ ଲିଗ୍ ମ୍ୟାଚ୍ ଖେଳା ଯାଇଥିଲା।ସ୍ମାଇଲି ଏଲେଭେନ ଟଚ୍ ଜିତି ପ୍ରଥମ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା। ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୭ ୱିକେଟ୍ ହରାଇ ୧୧୭ ରନ୍ କରିଥିଲା। ପରେ ଏହାର ଜବାବରେ ମାର୍କସ ଏଲେଭେନ ମ୍ୟାଚଟିକୁ ଜିତିବା ଆଶାରେ ତରବରିଆ ଭବେ ଟିମ୍ ୧୦ଟି ୱିକେଟ୍ ହରାଇ ୧୦ ଓଭରରେ ୫୪ରନ କରି ପରାଜିତ ହୋଇଥିଲେ l ବିଜୟୀ ଦଳର ଦେବରାଜ ୨ ଓଭରରେ ୨ରନ୍ ଦେବାସହ ୨ଟି ୱିକେଟ ନେଇଥିବାରୁ ତାଙ୍କୁ ସମିତି ସଭ୍ୟ ଗଙ୍ଗାଧର ମାହାରୀ ମ୍ୟାନ ଅଫ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ। ସେହିଭଳି ଷଷ୍ଠ ଲିଗ୍ ମ୍ୟାଚରେ ବିଏଲବି ନାଗପୁର ବନାମ ଏସ୍, ଏସ୍, ସାନ ଏଲେଭେନ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା । ବିଏଲବି ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ବିଶିଷ୍ଟ ମ୍ୟାଚରେ ୭ ୱିକେଟ୍ ହରାଇ ୧୦୧ ରନ୍ କରିବାରେ ସକ୍ଷମ ହୋଇଥିଲେ।ପରେ ଏସ୍, ଏସ୍, ସାନ ଏଲେଭେନ ବିଜୟ ହାସଲ ପିଛା କରି ଦଳ ୯ ଓଭରରେ ୨ଟା ବାଲ ଖେଳି ୭ୱକେଟ୍ ହରାଇ ୧୦୪ ରନ୍ କରି ବିଜୟ ମୁକୁଟ ପିନ୍ଧି ଥିଲା।ବିଜୟୀ ଦଳର ବିଶ୍ବରଞ୍ଜନ ୨ ଓଭର ବୋଲିଂ କରି ୧୪ରନ ଦେଇ ୨ ୱେକେଟ ନେଇଥିବାରୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ଏସ୍, ଏସ୍, ସାନ ଏଲେଭେନ ଟିମ୍ ସହ ସ୍ମାଇଲି ଏଲେଭେନ ଟମ୍ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା। ଏସ୍, ଏସ୍, ସାନ ଏଲେଭେନ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ସଂପୂଣ୍ଣ ୧୦ ଓଭର ମ୍ୟାଚ୍ ଖେଳି ୧୧୩ କରି ଅତିରିକ୍ତ ୩ୱିକେଟ୍ ହରାଇଥିଲା।ଦଳ ପକ୍ଷରୁ ବିଶ୍ବରଂଜନ ଲଢ଼ୁଆ ବ୍ୟାଟିଂ ବଳରେ ୧୪ ବାଲ ରେ ୪୮ରନ୍ ଥିଲା ବିଶେଷ ଆକର୍ଷଣ। ଜିତିବା ଆଶାରେ ସ୍ମାଇଲି ଏଲେଭେନ ଟିମର ଖେଳାଳୀମାନେ ଜମାରୁ ୪୭ କରିବାରେ ସକ୍ଷମ ହୋଇଥିଲେ।ଏଥିସହ ଏସ୍, ଏସ୍, ସାନ ଏଲେଭେନ ୬୬ରନ୍ ରେ ଏହି ମ୍ୟାଚ ଜିତି ସେମି ଫାଇନାଲରେ ପ୍ରବେଶ କଲା।ବିଶ୍ବରଂଜନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଥିଲା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page