୩୫୭କେଜି ଗଞେଇ ଜବତ କଲା କନୂଆଗାଁ ପୋଲିସ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବଢୁଛି ଗଞ୍ଜେଇ ଚାଷ ଓ ଚାଲଣ । କନୂଆଗାଁ ପୋଲିସ ପକ୍ଷରୁ ପେଟ୍ରୋଲିଂ ବେଳେ ରାସ୍ତା କଡରୁ ବାହାରକୁ ଚାଲଣ ପାଇଁ ରଖାଯାଇଥିବା ୩୫୭ କେଜି ଗଞ୍ଜେଇ ବସ୍ତା ଜବତ କରାଯାଇଛି । ସିର୍ତିଗୁଡା ପଚାଂୟତର ଜଗୁଂଗିଂଆ ନିକଟରୁ ଗଞେଇ ଜବତ ହୋଇଥିବା ଜଣାପଡିଛି । ପୋଲିସ ଭ୍ୟାନକୁ ଦେଖି ମାଫିଆ ମାନେ ଜଗଂଲଭିତରକୁ ଦୈଡି ଚାଲିଯାଇଥିବା କହିଛନ୍ତି ପୋଲିସ ପେଟ୍ରୋଲିଂ ଟିମରେ ଥିବା ଥାନା ଓଆଇସି ଅଶୋକ କୁମାର ତ୍ରିପାଠୀ । କନୂଆଗାଁ ଥାନା ପକ୍ଷରୁ ଏନଡିପିଏସ ୬୭/୨୫ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଅଶୋକ କୁମାର ହାଁସଦା ଆଇଆଇସି l ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ଉମାଶଙ୍କର ପେଡେଣ୍ଟ, ସୁରେନ୍ଦ୍ର ରାଜହଂସ, ଦମୟନ୍ତୀ ବେହେରା ସହଯୋଗ କରିଥିଲା ବେଳେ ମାଜିଷ୍ଟେଟ ଭାବରେ କନୂଆଗାଁ ତହସିଲଦାର ଆନନ୍ଦ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଗଞେଇ ଓଜନ କରାଯାଇଥିବା ଜଣାପଡ଼ିଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page