ଅଧାରେ ରହିଗଲା ଜଗନ୍ନାଥଙ୍କ ଦର୍ଶନ

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣୀ ଛକରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ସ୍ୱମୀ ସ୍ତ୍ରୀଙ୍କ ଜୀବନ। ମୃତକ ହେଉଛନ୍ତି ଉମେଶ ପଣିଗ୍ରାହୀ (୬୬) ଓ ତାଙ୍କ ପତ୍ନୀ ନଳିନୀ ପାଣିଗ୍ରାହୀ (୬୨)। ସାଥୀହୋଇ ଚାଲିଗଲେ ପତିପତ୍ନୀ। ଅଧାରେ ରହିଗଲା ଜଗା ଦର୍ଶନ। ଦମ୍ପତି ୩୯ ତମ ବିବାହ ବାର୍ଷିକୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ମନସ୍ଥ କରି ମଙ୍ଗଳବାର ରାତିରେ ଉଲୁଣ୍ଡାରୁ ବସଯୋଗେ ପୁରୀ ଆସୁଥିଲେ। ସକାଳୁ ଭୁବନେଶ୍ୱର ପଳାଶୁଣୀ ଛକରେ ଓହ୍ଲାଇ ପୁରୀ ବସକୁ ଅପେକ୍ଷା କରିଥିଲେ। ହେଲେ ଅଧାରେ ରହିଗଲା ତାଙ୍କର ୩୯ ତମ ବିବାହ ବାର୍ଷିକି। ଆଉ ଅଧାରେ ରହିଗଲା ସେମାନଙ୍କର ଜଗା ଦର୍ଶନ। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସମୟରେ ହଠାତ ଏକ ଟ୍ରକ ଦ୍ରୁତ ଗତିରେ ଆସି ନଳିନୀକୁ ଧକ୍କା ଦେଇଥିଲା। ଏହା ଦେଖି ଉମେଶ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରୁଥିବା ସମୟରେ ଟ୍ରକଟି ତାଙ୍କୁ ମଧ୍ୟ ଧକ୍କାଦେଇ ପ୍ରାୟ ୫ଶହ ମିଟର ପର୍ୟ୍ୟନ୍ତ ଘୋଷାଡ଼ି ନେଇଥିଲା। ପତିପତ୍ନୀ ସୁବର୍ଣ୍ଣପୁର ଜିଲ୍ଲାର ଆନନ୍ଦପୁର ଗାଁର ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page