ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ ଘଟଣାରେ ପୁଲିସ ଉଭୟ ଗୋଷ୍ଠୀର ୪ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତ ଶନିବାର ଦିନ ଆରୁହା ଗ୍ରାମରେ ଅନୁଷ୍ଠିତ ହିଙ୍ଗୁଳା ଯଜ୍ଞ ଦର୍ଶନ ପାଇଁ ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକ ମାନେ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଙ୍କୁ ବିରୋଧ କରିବା ସହ ତାଙ୍କ ଗାଡିକୁ ଵାଡ଼ା ବାଡ଼ି କରିଥିଲେ।… Continue reading ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ୪ ଗିରଫ

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ସୃଷ୍ଟି ହେଲା ୨୫୦୦ ଗୃହରକ୍ଷୀ ପଦବୀ

ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟି ହୋଇଛି ୨୫୦୦ ଗୃହରକ୍ଷୀ ପଦବୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭ ହଜାର ୬୭୫ ଅଛି। ୨୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା ୨୦ ହଜାର ୧୭୫ରେ ପହଞ୍ଚିଛି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୁଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା… Continue reading ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ସୃଷ୍ଟି ହେଲା ୨୫୦୦ ଗୃହରକ୍ଷୀ ପଦବୀ

ଟାଟା ମାଇନ୍ସ ର ତାରିଣୀ ମାର୍କେଟ ଠାରେ ଓଡ଼ିଆ ନୂଆବର୍ଷ ଓ ପଣା ସଂକ୍ରାନ୍ତି ଉତ୍ସବ ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଟାଟା ମାଇନ୍ସ ର ତାରିଣୀ ମାର୍କେଟ ଠାରେ ଅନୁଷ୍ଠିତ ହୋଇଯାଇଛି ଓଡ଼ିଆ ନୂଆବର୍ଷ ଓ ପଣା ସଂକ୍ରାନ୍ତି ଉସôବ । ଏହି ଉତ୍ସବ ପାଳନ ଅବସରରେ ମା’ ତାରିଣୀ ପୀଠରେ ସ୍ୱତନ୍ତ୍ର ପୂଜା ନୀତି ଆୟୋଜନ କରାଯିବା ସହ ଶହ ଶହ ଲୋକଙ୍କୁ ପଣା ବଂଟନ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସ୍ଥାନୀୟ ମାର୍କେଟର ବ୍ୟବସାୟୀ ସଂଘ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ… Continue reading ଟାଟା ମାଇନ୍ସ ର ତାରିଣୀ ମାର୍କେଟ ଠାରେ ଓଡ଼ିଆ ନୂଆବର୍ଷ ଓ ପଣା ସଂକ୍ରାନ୍ତି ଉତ୍ସବ ଅନୁଷ୍ଠିତ

ଓଡ଼ିଶ ଗ୍ରାମରେ ପଣା ସଂକ୍ରାନ୍ତି ପାଳିତ

ଭୂବନ: ସାରା ଓଡ଼ିଶାରେ ପାଳିତ ହୋଇଯାଇଛି ଓଡ଼ିଆ ନବବର୍ଷ । ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୂବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତରେ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରାଯାଇଛି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ । ଓଡ଼ିଆ ନବବର୍ଷ ପାଳନ ଅବସରରେ ଗ୍ରାମର ଅଧିଷ୍ଠାତ୍ରୀ ବାଉତୀଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଥିଲା ଝାମୁଯାତ । ପୀଠ ଚତୁଃପାଶ୍ୱର୍ରେ ଦୋକାନ ବଜାର ଖୋଲାଯିବା ସହ ପଣା ବଂଟନ କରାଯାଇଥିବା ଦେଖିବାକୁ ମିଳିଥିଲା । ଆଖ ପାଖ ଅଂଚଳରୁ… Continue reading ଓଡ଼ିଶ ଗ୍ରାମରେ ପଣା ସଂକ୍ରାନ୍ତି ପାଳିତ

ଯୁବକଙ୍କ ଉନ୍ମତ୍ତକାଣ୍ଡ: ଧରି ନିର୍ଧୁମ ଛେଚିଲେ ଲୋକେ

ବଲାଙ୍ଗୀର,୧୫ା୪: ବଲାଙ୍ଗୀର ସହରରୁ ପୁଣି ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସହରରେ ଜଣେ ନିଶାସକ୍ତ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ନିଜ ହିତାହିତ ଜ୍ଞାନ ହରାଇ ବାଛୁରୀ ଆଖିକୁ ଫୋଡ଼ିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିଛନ୍ତି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ… Continue reading ଯୁବକଙ୍କ ଉନ୍ମତ୍ତକାଣ୍ଡ: ଧରି ନିର୍ଧୁମ ଛେଚିଲେ ଲୋକେ

ଓଡ଼ିଆ ପକ୍ଷ ନେଇ ପାରମ୍ପରିକ ଖାଦ୍ୟ ଦିବସ ଅନୁଷ୍ଠିତ

ଧର୍ମଗଡ଼,୧୪|୪ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଓଡ଼ିଆ ପକ୍ଷ ପାଳନ ଦିବସକୁ ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ ଆମ ରୁଚି ଆମ ଖାଦ୍ୟ ଭାବେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଇ ଏହି ଦିବସକୁ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ସମ୍ମାନିତ ଅତିଥି ଭାବରେ ବିଡ଼ିଓ ଶ୍ରୀଧର ପଣ୍ଡା, ସିଡିପିଓ ଉଷା… Continue reading ଓଡ଼ିଆ ପକ୍ଷ ନେଇ ପାରମ୍ପରିକ ଖାଦ୍ୟ ଦିବସ ଅନୁଷ୍ଠିତ

ଡଃ ବାବାସାହେବ ଅମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ

ଧର୍ମଗଡ ୧୪/୪(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଳଦୀ ଗ୍ରାମ ପଞ୍ଚାୟତ ସ୍ତରୀୟ ଖମାରାହଳଦୀ କ୍ଳବ୍ ଠାରେ ମାନବତାବାଦି ବିଚାରମଞ୍ଚ ତରଫରୁ ଭାରତ ରତ୍ନ  ଡଃ ବାବାସାହେବ ଅମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାନବତାବାଦି ବିଚାର ମଞ୍ଚ ର ଉପଦେଷ୍ଟା ଅବସର ପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ନାଏକ ଙ୍କ ନେତୃତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ସୁବାଷ ନିଆଲ ,ଦେବାର୍ଚନ ସେଠୀଆ, ଜନ୍ମେଜୟ… Continue reading ଡଃ ବାବାସାହେବ ଅମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ

ସ୍ବାଭିମାନ କ୍ଲବ ତରଫରୁ ଡଃ ବାବାସାହେବ ଅମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ

ଧର୍ମଗଡ ୧୪/୪(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବ୍ରାହ୍ମଣଛେଣ୍ଡିଆ ଗ୍ରାମ ପଞ୍ଚାୟତ ଅଧିନସ୍ତ ଚିଲଚିଲା ଗ୍ରାମ ଆମ୍ବେଦକର ନଗର ସ୍ୱାଭିମାନ କ୍ଲବ ତରଫରୁ ଭାରତ ରତ୍ନ ଡଃ ବାବାସାହେବ ଅମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପୂର୍ବରୁ ଧର୍ମଗଡ ଗମ୍ଭାରିଗୁଡ଼ା ଠାରେ ଯଶୋଦା ଅନାଥ ଆଶ୍ରମ ରେ ରହୁ ଥିବା ସମସ୍ତ ଙ୍କୁ ମିଷ୍ଟାନ୍ନ ଓ ଛାତ୍ର ଛାତ୍ରୀ ମାନଙ୍କୁ ଖାତା ଏବଂ କଲମ ପ୍ରଦାନ… Continue reading ସ୍ବାଭିମାନ କ୍ଲବ ତରଫରୁ ଡଃ ବାବାସାହେବ ଅମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଚକୁଳି ଗାଁ ଶାଖା ତରଫରୁ ଆମ୍ବେଦକର ଜୟନ୍ତୀ ପାଳିତ

କଳାହାଣ୍ଡି, ୧୫|୪(ପ୍ୟାରିଲାଲ ଦୁର୍ଗା): ପ୍ରଥମେ ବଜା ବଜେଇ ବିଶାଲ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରାଗଲା | ତାପରେ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲା ଅର୍ପଣ କରି ସାରିଲା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଧିମନ୍ ରାଧାକାନ୍ତ ଛତ୍ରିଆ, ସମ୍ମାନିତ ଅତିଥି , ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ସଭାପତି ଧନଞ୍ଜୟ ଦୀପ୍, ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ,, ମୁଖ୍ୟ ବକ୍ତା ଭାବେରେ ଶିକ୍ଷାବିତ୍ ଯୋଗେଶ୍ୱର… Continue reading ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଚକୁଳି ଗାଁ ଶାଖା ତରଫରୁ ଆମ୍ବେଦକର ଜୟନ୍ତୀ ପାଳିତ

ମହାବିଷୁବ ସଂକ୍ରାନ୍ତିରେ ତୃଷାର୍ତ୍ତଙ୍କୁ ପଣା ବାଣ୍ଟିଲେ ମହିଳା

ବଲାଙ୍ଗୀର: ବଲାଙ୍ଗିର ମହାବିଷୁବ ସଂକ୍ରାନ୍ତି ଅବସରରେ ଜିଲା ଚିତ୍ରଗୁପ୍ତ କଲ୍ୟାଣ ସଂଘ ମହିଳା ଶାଖା ପକ୍ଷରୁ ବଲାଙ୍ଗୀର ନରସିଂହ ମନ୍ଦିର ସମ୍ମୁଖ ମୁଖ୍ୟରାସ୍ତା କଡ଼ରେ ସୋମବାର ପଣା ବଣ୍ଟନ କରଯାାଇଛି। ପୂର୍ବାହ୍ନ ୧୦ଟାରୁ ମହିଳାମାନେ ପଣା ବଣ୍ଟନ କରିଥିଲେ। ପ୍ରବଳ ଖରାରେ ରାସ୍ତାରେ ଯାଉଥିବା ଲୋକେ ପଣା ପିଇ ତୃଷା ମେଣ୍ଟାଇଥିବା ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇ କରଣ ସମାଜ ମହିଳାମାନେ ସେବା ଯୋଗାଇ ଆସୁଥିବାରୁ ପ୍ରଶଂସା କରିଥିଲେ l ମହିଳାମାନଙ୍କ… Continue reading ମହାବିଷୁବ ସଂକ୍ରାନ୍ତିରେ ତୃଷାର୍ତ୍ତଙ୍କୁ ପଣା ବାଣ୍ଟିଲେ ମହିଳା

You cannot copy content of this page