ବାଲିଅନ୍ତା: ଆଜି ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଭିଙ୍ଗାରପୁର ପଞ୍ଚାୟତ ରେ ଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ୨୦୨୫ – ୨୬ ୯ମ ବାର୍ଷିକ ଉତ୍ସବ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାମନ୍ଦିର ର ସଭାପତି ଚୌଧୁରୀ ପ୍ରସନ୍ନ କୁମାର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଟିତ ବୈଠକରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ମୁଖ୍ୟବକ୍ତା ଭାବେ ସ୍ବଦେଶୀ ଜାଗରଣ ମଞ୍ଚ ର ପ୍ରାନ୍ତ ସଂଯୋଜକ ନିର୍ମଳ ଚନ୍ଦ୍ର ଷଡ଼ଙ୍ଗୀ ରହିଥିବା ବେଳେ ଭିଙ୍ଗାରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ହୃଷୀକେଶ ବେହେରା ସମ୍ମାନୀୟ ଅତିଥି ଭାବେ ମଞ୍ଚାସୀନ ରହିଥିଲେ ସେହିପରି ମୁଖ୍ୟ ଉପଦେଷ୍ଟା ବଟକୃଷ୍ଣ ପଣ୍ଡା ମଞ୍ଚାସୀନ ରହିଥିଲେ। ଖେଳର ଉପକାରୀତା, ଶିକ୍ଷା ସହ ଶାରୀରିକ ଶିକ୍ଷା ର ଆବଶ୍ୟକତା ବିଷୟରେ ଅତିଥି ମାନେ ମତ ଦେଇଥିଲେ। ବିଦ୍ୟାମନ୍ଦିର ର ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟ ଶାନ୍ତିଶୃଙ୍ଖଳା ରେ ସମାପନ ହୋଇଥିଲା। ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟା ଚୌଧୁରୀ ଜାଜ୍ଞସେନୀ ଦାଶ ବାର୍ଷିକ ବିବରଣୀ ପଠନ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଭିଭାବକ ଓ ଅତିଥି ମାନଙ୍କୁ ବାନ୍ଧି ରଖିଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page