ସ୍ବର୍ଗତ ଧ୍ରୁବଚରଣ ଥିଲେ ନୀତିନିଷ୍ଠ ସମାଜସେବୀ

ଭୁବନେଶ୍ୱର, 09/02/25: ଶିଶୁପାଳ ର ବରିଷ୍ଠ ସମାଜସେବୀ, ରାଜନୀତିଜ୍ଞ, ସରଳ ଅମାୟିକ ବ୍ୟକ୍ତିତ୍ୱ ସ୍ବର୍ଗତ ଧ୍ରୁବଚରଣ ପାତ୍ରଙ୍କ ଏକାଦଶ ସ୍ମୃତି ଚାରଣ ସଭା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ବ୍ରହ୍ମହେସ୍ୱର ବିଦ୍ୟାଳୟ ବିଦ୍ୟାର୍ଥୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି. ଯୁବ ସମାଜସେବୀ ଶ୍ରୀକାନ୍ତ ପାତ୍ର ଓ ଭାଗ୍ୟଲତା ପାତ୍ରଙ୍କ ସଂଯୋଜନା ରେ ଆୟୋଜିତ ସ୍ମୃତି ସଭାରେ ସ୍ବର୍ଗତ ପାତ୍ର ଥିଲେ ସମାଜସେବା, ରାଜନୀତି ତଥା ସାମଗ୍ରିକ କ୍ଷେତ୍ରରେ ତାଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ. ସାଧାରଣବ୍ୟକ୍ତି ବିଶେଷ ଙ୍କୁ ସହାୟତା ସହିତ ଅସହାୟ, ଅଭାବୀ ଙ୍କ ଚିରସାଥି ଥିଲେ ବୋଲି ନିରୁପମା ରାଉତରାୟ, ତୃପ୍ତି ମିଶ୍ର, ଶୁଚିସ୍ମିତା, ସବିତା,ସୂର୍ଯ୍ୟନାରାୟଣ, ମନୋଜ ମତବ୍ୟକ୍ତ କରିଥିଲେ.ତାଙ୍କ ଆଦର୍ଶ ସମସ୍ତ ଙ୍କ ପାଥେୟ ହେଉ ବୋଲି ସୁକାନ୍ତି, କବିତା ଶୋକ ବାର୍ତ୍ତା ରେ କହିଥିଲେ.ସ୍ମୃତିସଭା କୁ ପ୍ରତାପ ବରାଳ, ସୁଧୀର, ରବି ନାରାୟଣ,ମନୋରଞ୍ଜନ, ଅଜୟ ନିଃସଙ୍କ ପ୍ରମୁଖ ପରିଚାଳନା କରିଥିଲେ ବୋଲି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଏକ ଶୋକ ବାର୍ତ୍ତା ରେ ଜଣାଇଥିଲେ.

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page