ମୁଁହ ଖୋଲିଲେ ଚାଞ୍ଚେର ଓ ଉତ୍କେଲା ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖା

କଳାହାଣ୍ଡି,୨୩|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲା କେସିଙ୍ଗା ପଂଚାୟତ ସମିତି ଅଧୀନସ୍ଥ ଚାଂଚେର ଓ ଉତକେଲା ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖା ଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ହୋଇଛି ହୋଇଛି ବୋଲି ବ୍ଲକ ପ୍ରଶାସନ ଅଭିଯୋଗ କରିଥିଲେ।ଏହାପରେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ପିଇଓ ଙ୍କ ନାମରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ପିଇଓ ଲେମ୍ବୁ ଶିଖା ଏହାର ଉତ୍ତର ରଖିଛନ୍ତି ଓ ନିଜର ତଥ୍ୟ ଜିଲ୍ଲାପାଳ ଙ୍କୁ ଲିଖିତ

ଭାବରେ ଦାଖଲ କରିଛନ୍ତି। ଉକ୍ତ ଦୁଇଟି ଗ୍ରାମ ପଞ୍ଚାୟତ ରେ ଯେତିକି ଉନ୍ନୟନ କାମ ହୋଇଛି, ସେହି କାମ ଗୁଡିକ ରେ ପ୍ରଥମେ କନିଷ୍ଠ ଯନ୍ତ୍ରୀ ଙ୍କ ମାପ କରିଛନ୍ତି, ତାପରେ ଅତିରିକ୍ତ ଏକଯ୍ୟୁକେଟିଭ ନିର୍ବାହି ଯନ୍ତ୍ରୀ ଚେକ ମାପ କରିଛନ୍ତି ଏବଂ ବିଡ଼ିଓ ଙ୍କ କାଉଣ୍ଟର ସିଗନେଚର ହେଲା ପରେ ଟଙ୍କା ବ୍ୟାଙ୍କ ରୁ ଉଠା ଯାଇ ବିଭିନ୍ନ ଉନ୍ନୟନ କାମରେ ନିୟୋଜିତ ଲୋକମାନଙ୍କୁ ଓ ବିଭିନ୍ନ ସାମଗ୍ରୀର ପେମେଣ୍ଟ କାରାଯାଇଛି। ବ୍ଲକ ରୁ କୌଣସି ଅଧିକାରି ଚାଞ୍ଚେର କିମ୍ବା ଉତ୍କେଳା ଗ୍ରାମପଞ୍ଚାୟତ ର କୌଣସି କ୍ୟାସ ବହି କିମ୍ବା କ୍ୟାସ ରେକର୍ଡ ଯାଞ୍ଚ କରିନାହାନ୍ତି।ଯେଉଁ ଅଭିଯୋଗ କରା ଯାଇଛି ତାହା, ମୋତେ ବଦନାମ କରିବାକୁ ସଢ଼ଯନ୍ତ୍ର କରାଯାଇଛି ବୋଲି ପିଇଓ ପ୍ରକାଶ କରିଛନ୍ତି । ଦୁଇ ଗୋଟି ଗ୍ରାମ ପଞ୍ଚାୟତ ନାମରେ ଯେଉଁ ସ୍ୱତନ୍ତ୍ର ଅଡିଟ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ପଞ୍ଚାୟତରାଜ ବିଭାଗକୁ ପଠା ଯାଇଛି, ତାହା ସ୍ୱତନ୍ତ୍ର ଅଡିଟ ହେଲେ ସମସ୍ତ ସତ୍ୟ ଜଣାପଡ଼ିବ ବୋଲି ଶ୍ରୀ ଶିଖା କହିଛନ୍ତି।ଉକ୍ତ ଦୁଇଟି ଗ୍ରାମ ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ଯେଉଁ ସବୁ କାର୍ଯ୍ୟ କରାଯାଇଛି, ତାହା କେଶ ବୁକ ରେ ସବୁ ତଥ୍ୟ ଠିକ ଭାବେ ଉଲ୍ଲେଖ କରାଯାଇଛି ।ଅନଲାଇନ କ୍ୟାସବହି ରେ କିଛି ତ୍ରୁଟି ଯୋଗୁଁ ଅନଲାଇନ ରେ ସୋ କରୁନାହିଁ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଶିଖା କହିଛନ୍ତ। ଉତ୍କେଳା ଗ୍ରାମ ପଞ୍ଚାୟତ ର ଅମୃତ ଧାରା କାର୍ଯ୍ୟ ର କୌଣସି ଟଙ୍କା ମୋ ସମୟରେ ଉଠାଯାଇ ନାହିଁ ଓ ବନ୍ଧ ନିଲାମ ବାବଦରେ ୧ଲକ୍ଷ୧୬ହଜାର ୩୦୦ ଟଙ୍କା ର ରସିଦ ସମ୍ପୃକ୍ତ ମହିଳା ସୟଂ ସହାୟକ ଗୋଷ୍ଟି ଙ୍କୁ ପ୍ରଦାନ କରାଯାଇଛି। କ୍ୟାସ ବହିରେ ଲିପିବଦ୍ଧ ହୋଇଛି ବୋଲି ଶିଖା ପ୍ରକାଶ କରିଛନ୍ତି। କିନ୍ତୁ ଭୁଲ ଜୈ ନିକ ଖବରକାଗଜ ରେ ଯେଉଁ ତଥ୍ୟ ୧ ଏକ ଲକ୍ଷ ୧୬ ହଜାର ୩୦୦ ପରିବର୍ତ୍ତେ ୧ଏକ ଲକ୍ଷ ୬୦ ହଜାର ବୋଲି ଲେଖି ଭୁଲ ତଥ୍ୟ ପ୍ରସାରଣ କରାଯାଇଛି । ଏ ନେଇ ନିର୍ବାହି ଅଧିକାରୀ ଲେମ୍ବୁ ଶିଖାଙ୍କୁ ପଚାରିବାରୁ ମୋତେ ବଦନାମ କରିବାକୁ କିଛି ଲୋକଙ୍କ ଇଙ୍ଗିତ ରେ କିଛି ନିର୍ଦ୍ଧିଷ୍ଟ ଖବକାଗଜ ମାନଙ୍କରେ ପ୍ରସାରଣ କରାଯାଉଛି ଓ ଏହା ଏକ ସଡଯନ୍ତ୍ର କପୋଲ କଳ୍ପିତ , ମିଥ୍ୟା ଓ ଭିର୍ତ୍ତିହୀନ ବୋଲି ପ୍ରକାଶ କରିଥିଲେ।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page