ABVPO ପଶ୍ଚିମ ପ୍ରାନ୍ତର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପିତ

ରାଉରକେଲା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ପଶ୍ଚିମ ପ୍ରାନ୍ତର ତ୍ରିଦିବସୀୟ ସ୍ୱର୍ଣିମ ଅଧିବେଶନ ଉଦଯାପିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସଭାପତି ଡ.ସଞ୍ଜୀବ ନାୟକ, ସମ୍ପାଦକ ଶ୍ଵେତାଶୁ ବରାଇ ଆଲୋଚନା କରିବା ସହ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ୨ ଗୋଟି ପ୍ରସ୍ତାବ ପାରିତ ହୋଇଥିଲା। ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମର ବ୍ୟବସ୍ଥା ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତା ମାନଙ୍କର ପରିଚୟ ରଖାଯାଇଥିଲା ଏବଂ ଆଗାମୀ ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ର ନୂତନ କାର୍ଯ୍ୟକାରିଣୀ ଘୋଷଣା ହେବା ସହ ରାଷ୍ଟ୍ରଗୀତ ବନ୍ଦେ ମାତରଂ ଗାନ ଏବଂ ଧ୍ଵଜା ଅବତରଣ ହୋଇ ଅଧିବେଶନ ଉଦଯାପିତ ହୋଇଥିଲା। “ରାଷ୍ଟ୍ର ନିର୍ମାଣରେ ମୂଳ ସୁତ୍ରଧର ହେଉଛନ୍ତି ବିଦ୍ୟାର୍ଥୀ” ବିଷୟ ଉପରେ ପ୍ରାତଃ କାର୍ଯ୍ୟକ୍ରମ ସମୟରେ ଆଲୋକନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଙ୍ଗଠନ ସମ୍ପାଦକ ନିକୁଞ୍ଜ ପଣ୍ଡା, ରାଷ୍ଟ୍ରୀୟ ଜନଜାତି କାର୍ଯ୍ୟ ପ୍ରମୁଖ ପ୍ରମୋଦ ରାଉତ, ବିଭାଗ ସଙ୍ଗଠନ ସମ୍ପାଦକ ଜୀବନ ଜ୍ୟୋତି ରାଉତ ଏବଂ କାର୍ଯ୍ୟକ୍ରମର ବ୍ୟବସ୍ଥା ପ୍ରମୁଖ ଅଧ୍ୟାପକ ସୌମ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୪ ଜିଲ୍ଲାରୁ ୬୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ କାର୍ଯ୍ୟକର୍ତ୍ତା ଓ ୧୦୦ ରୁ ଉର୍ଦ୍ଧ୍ୱ ଅଧ୍ୟାପକ ଓ ଅଧ୍ୟାପିକା ସକ୍ରିୟ ଭାବରେ ଯୋଗ ଦେଇଥିଲେ। ପୁରାତନ କାର୍ଯ୍ୟକର୍ତ୍ତା ଙ୍କ ସମେତ ବହୁ ଶୁଭେଛୁ ମଧ୍ୟ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page