ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ

ବଲାଙ୍ଗିର : ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଆଜି ଅପରାହ୍ନ ରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ପେକ୍ଷାଳୟରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭, ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ ହୋଇଛି ।ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଗୌରୱ ଶୀୱାଜୀ ଈସାଲୱାର ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଦ୍ୱାରା ଆଜି ରାଜ୍ୟ ସହ ଜିଲ୍ଲା ର ବିକାଶ ଘଟୁଛି… Continue reading ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ

ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ପକ୍ଷରୁ ବାର୍ଷିକ ସ୍ମୃତିସଭା

ଭୁବନେଶ୍ବର: ଭାରତ ବଳକା ଖାଦ୍ୟଶସ୍ୟ ଦେଶ ଭାବେ ରପ୍ତାନି କରି ବୈଦେଶିକ ମୁଦ୍ରା ଅର୍ଜନ କରୁଛି। ଏହା ସତ୍ତ୍ବେ ଭାରତ ଦୁର୍ଭାଗ୍ୟର ଦେଶ ବୋଲି କୁହାଯାଉଛି। ଦେଶରେ ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ ବଣ୍ଟାଯାଉଛି। ତଥାପି ପୁଷ୍ଟିହୀନତାରେ ଶ୍ରୀଲଙ୍କାଠାରୁ ଖରାପ ସ୍ଥିତିରେ ଭାରତ। ଏପର୍ଯ୍ୟନ୍ତ ନାଗରିକମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ମିଳୁନାହିଁ। ଚାଷ ଓ ଚାଷୀର ଗୁରୁତ୍ବକୁ ପ୍ରାଧାନ୍ୟ ଦିଆଯାଉନାହିଁ। ଚାଷୀଙ୍କ ଫସଲର ଉପଯୁକ୍ତ ଦାମ୍ ମିଳୁନି। ଭାଗଚାଷୀଙ୍କୁ ସହାୟତା ମିଳୁନି କିମ୍ବା ଚାଷ ଜମିକୁ… Continue reading ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ପକ୍ଷରୁ ବାର୍ଷିକ ସ୍ମୃତିସଭା

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ, ସମ୍ପାଦକ,ସୁ ସାହିତ୍ୟିକ, ବିଶିଷ୍ଟ ସମାଜସେବୀ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧବାର୍ଷିକ ସ୍ଥାନୀୟ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ଉତ୍କଳ ର ଭାଷା, ସଂସ୍କୃତି କୁ ଆଗେଇ… Continue reading ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ

ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ପାଳିତ

ବାଲିଅନ୍ତା: ଓଡ଼ିଶାର ଗଣ ପର୍ବ ପହିଲି ରଜରେ ଏକାମ୍ର ଶାନ୍ତି ସ୍ତୂପ ଧଉଳି ଗିରିରେ ପର୍ଯ୍ୟଟକମାନଙ୍କ ବାହୁ ସଂଖ୍ୟାରେ ଭିଡ ପରିଲକ୍ଷିତ ହେଉଥିଲା । ସେହିପରି ଧଉଳି ଗୋପୀନାଥ ପୁର ସ୍ଥିତ ମା’ ଦକ୍ଷିଣ ଚଣ୍ଡୀ ମହାସଂଘ ଓ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ମିଳିତ ଆନୁକୂଲ୍ୟରେ ୯ମ ରଜ ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହି ରଜ ମହୋତ୍ସବ ୩ଦିନ ଧରିଚାଲିବ। ଏହି ଅବସରରେ କାପୋକର ଅଧକ୍ଷ ସଂଗ୍ରାମ କେଶରୀ ପାଇକରାୟ ମୁଖ୍ୟ… Continue reading ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ପାଳିତ

ଧଉଳି ବିକାଶ ମଞ୍ଚପକ୍ଷରୁ ପ୍ରଥମ ରଜ ମହୋତ୍ସବ ପାଳିତ

ବାଲିଅନ୍ତା: ଧଉଳି ବିକାଶ ମଞ୍ଚ ପକ୍ଷରୁ ମଧ୍ୟ ଶାନ୍ତିସ୍ତୁପ ଧଉଳି ପାଦଦେଶ ଦୟାନଦୀ ପଠାରେ ପ୍ରଥମ ରଜ ମହୋତ୍ସବ ପାଳିତ ହୋଇଯାଇଛି l ମଞ୍ଚର ଉପଦେଷ୍ଟା ରବିନ୍ଦ୍ର ପାତ୍ର ଏବଂ ଆବାହକ ଚିନ୍ମୟ ରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ସମ୍ମାନିତ ଅତିଥିଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ଆଲୋକ ନାୟକ, ମାନସ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ… Continue reading ଧଉଳି ବିକାଶ ମଞ୍ଚପକ୍ଷରୁ ପ୍ରଥମ ରଜ ମହୋତ୍ସବ ପାଳିତ

ସ୍ୱାଧୀନତା ସଂଗ୍ରାମୀ ନୀଳକଣ୍ଠ ମିଶ୍ର ୨୦ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍‌-୯ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ନୀଳକଣ୍ଠ ମିଶ୍ର ସେବା ପ୍ରତିଷ୍ଠାନ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ମହାନ୍ ଶିକ୍ଷାବିତ୍‌, ସମାଜସେବୀ ତଥା ବେଗୁନିଆ ଗାନ୍ଧୀ ଭାବେ ସୁପରିଚିତ ସ୍ୱର୍ଗତ ନୀଳକଣ୍ଠ ମିଶ୍ରଙ୍କ ୨୦ତମ ଶ୍ରାଦ୍ଧବାର୍ଷିକ ସହ ସ୍ମୃତିଚାରଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠାନର ସଂପାଦକ ବିଶିଷ୍ଟ ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ପୌରହିତ୍ୟ ଓ ସଭାପତି ତଥା ପୂର୍ବତନ ବିଧାୟକ ଖୋର୍ଦ୍ଧା ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।… Continue reading ସ୍ୱାଧୀନତା ସଂଗ୍ରାମୀ ନୀଳକଣ୍ଠ ମିଶ୍ର ୨୦ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ରଜ ଅବସରରେ ବନ୍ଧୁମିଳନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ଠାରେ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ମହିମା ସେବା ଫାଉଣ୍ଡେସନର ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆଙ୍କ ପୌରହିତ୍ୟ ରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସହ ଓଡିଶାର ଗଣପର୍ବ ତଥା ଆମ ସଂସ୍କୃତି, ପରମ୍ପରା ବହନ କରୁଥିବା ଉକ୍ତ ନିଆରା ପର୍ବ ରଜ ର ମହତ୍ୱ ତଥା ସାମ୍ପ୍ରତିକ ସମୟରେ ପୂଜ୍ୟପୂଜା, ରାଷ୍ଟ୍ରଭକ୍ତି ସହ ସମର୍ପିତ ଭାବେ… Continue reading ରଜ ଅବସରରେ ବନ୍ଧୁମିଳନ କାର୍ଯ୍ୟକ୍ରମ

ଭୁବନ ବ୍ଲକ୍ ରେ ବ୍ୟାପୁଛି ଡାଇରିଆ

ଭୁବନ: ସାରା ରାଜ୍ୟରେ ଡାଇରିଆ ବ୍ୟାପୁଥିବାବେଳେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ରେ ମଧ୍ୟ ଦେଖିବାକୁ ମିଳିଛି ଡାଇରିଆର ପ୍ରକୋପ। ଭୁବନ ଡାକ୍ତରଖାନାରେ ପ୍ରତିଦିନ ଡାଇରିଆ ରୋଗୀ ଆକ୍ରାନ୍ତ ହୋଇ ଆସି ଚିକିସିôତ ହେଉଥିବା ଦେଖିବାକୁ ମିଳୁଛି। ଡାଇରିଆ ଆକ୍ରନ୍ତଙ୍କ କିପରି ଚିକିତ୍ସା କରାଯାଉଛି ଏବଂ କଣ ସବୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗ୍ରହଣ କରାଯାଉଛି ତାହା ତଦାରଖ କରିବାକୁ ମଧ୍ୟ ଡାକ୍ତରଖାନା ପରିଦର୍ଶନରେ ଆସିଛନ୍ତି ସ୍ଥାନୀୟ ବିଧାୟକ ଶତ୍ରୁଘନ ଜେନା। ରୋଗୀମାନଙ୍କ ସମସ୍ତ ପ୍ରକାର ସୁବିଧା ଓ… Continue reading ଭୁବନ ବ୍ଲକ୍ ରେ ବ୍ୟାପୁଛି ଡାଇରିଆ

ସାଧାରଣ ବର୍ଜ୍ୟବସ୍ତୁ ପରିଚାଳନା ସୁବିଧା ପ୍ରକଳ୍ପ କୁ ସ୍ଥାନିୟ ଅଞ୍ଚଳରେ ବିରୋଧ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲ ଅନ୍ତର୍ଗତ ଦସମାଣ ପାଟଣା ଗ୍ରାମ ପଞ୍ଚାୟତ ରେ ୧.୮ କୋଟି ବ୍ୟୟରେ ଗକଊ ଇକୋ କ୍ଲିନ୍ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ନିର୍ମାଣ ହେବାକୁ ଥିବା ସାଧାରଣ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କୁ ଆଜି ସ୍ଥାନୀୟ ଅଞ୍ଚଳରେ ବିରୋଧ କରାଯାଇଛି। ଏଥିପାଇଁ ଆୟୋଜିତ ଜନଶୁଣାଣୀ ଶିବିରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହି ପ୍ରଶାସନିକ ଅଧିକାରୀଙ୍କୁ ସିଟ୍ ରେ ବସିବାପାଇଁ ଦେଇନଥିଲେ। ଜନଶୁଣାଣୀ ପାଇଁ ଲୋକଙ୍କ ଅଭିଯୋଗ… Continue reading ସାଧାରଣ ବର୍ଜ୍ୟବସ୍ତୁ ପରିଚାଳନା ସୁବିଧା ପ୍ରକଳ୍ପ କୁ ସ୍ଥାନିୟ ଅଞ୍ଚଳରେ ବିରୋଧ

ବିଭିନ୍ନ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ଓ ହାତୀ ବେଶ ସମ୍ପର୍ଣ୍ଣ

ବାଲିଅନ୍ତା: ବାଲିଅନ୍ତା ବ୍ଳକ୍ ଚକ୍ରରାଜ ସୁଦର୍ଶନ ଦାରୁ ପିଠରେ ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମାର ପୂର୍ବ ପ୍ରସ୍ତୁତି ଅନୁଯାୟୀ ହୋଇଥିବା ନୀତି ନିର୍ଘଣ୍ଟ ପ୍ରାତଃରେ ମଙ୍ଗଳାର୍ପଣ ଡୋରଲାଗି ଓ ପୃଷ୍ପାଞ୍ଜଳି ହୋଇ ପହଣ୍ଡିଆରମ୍ଭ ମଙ୍ଗଳ ଆଳତୀ ସକାଳ ୯.ଟାରେ ଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ,ରୋଷହୋମ, ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା,ବେଶଶେଷ ଜଳବିଜେ, ପୂଜା, ସ୍ନାନ,ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗାଲାଗି ବେଶ, ମଧ୍ୟାହ୍ନରେ ଛେରା ପହଁରା, ଅପରାହ୍ନ ରେ ହାତୀ (ଗଜ) ବେଷ,ମହନ୍ତଶାଢ଼ୀବନ୍ଧା,ଘଣ୍ଟଛତାସକାଳଧୂପ,ଦକ୍ଷିଣିଘର… Continue reading ବିଭିନ୍ନ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ଓ ହାତୀ ବେଶ ସମ୍ପର୍ଣ୍ଣ

You cannot copy content of this page