NEET PG ପରୀକ୍ଷା ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ମେଡିକାଲ କ୍ଷେତ୍ରରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ନ୍ୟାଶନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ ସାଇନ୍ସେସ୍ (NBEMS) NEET PG 2025 ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ଏହି ପରୀକ୍ଷା ଜୁନ୍ ୧୫, ୨୦୨୫ (ରବିବାର) ରେ ଅନୁଷ୍ଠିତ ହେବ। NEET PG ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡରେ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ। ଜୁନ୍ ୧୫ ତାରିଖରେ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଦୁଇଟି ସିଫ୍ଟରେ ପରୀକ୍ଷା ହେବ ବୋଲି ସ୍ପଷ୍ଟ କରାଯାଇଛି। ଏହି ପରୀକ୍ଷାରେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଅଂଶଗ୍ରହଣ କରିବେ। ଏନବିଇଏମଏସ ଖୁବଶୀଘ୍ର ପରୀକ୍ଷା ସମ୍ବନ୍ଧୀୟ ଏକ ସରକାରୀ ସୂଚନା ବୁଲେଟିନ ଜାରି କରିବ, ଯେଉଁଥିରେ ପଞ୍ଜୀକରଣ ତାରିଖ, ଯୋଗ୍ୟତା, ଆବେଦନ ପ୍ରକ୍ରିୟା ଏବଂ ପରୀକ୍ଷା ଢାଞ୍ଚା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବ । ଦେଶରେ ଏମଡି (ଡକ୍ଟର ଅଫ୍ ମେଡିସିନ), ଏମଏସ (ମାଷ୍ଟର ଅଫ୍ ସର୍ଜରୀ) ଏବଂ ପିଜି ଡିପ୍ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍ ପିଜି ପରୀକ୍ଷା ବାଧ୍ୟତାମୂଳକ ଅଟେ। ଏହି ପରୀକ୍ଷା ପ୍ରତିବର୍ଷ ହଜାର ହଜାର ଡାକ୍ତରୀ ସ୍ନାତକଙ୍କ କ୍ୟାରିୟରକୁ ମାର୍ଗଦର୍ଶନ କରିବାର ମାଧ୍ୟମ ଭାବରେ କାର୍ୟ୍ୟ କରେ। ଦୀର୍ଘ ଦିନ ଧରି NEET PG ପରୀକ୍ଷା ତାରିଖକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ କଳ୍ପନାଜଳ୍ପନା ଲାଗି ରହିଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page