ବିଭିନ୍ନ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ଓ ହାତୀ ବେଶ ସମ୍ପର୍ଣ୍ଣ

ବାଲିଅନ୍ତା: ବାଲିଅନ୍ତା ବ୍ଳକ୍ ଚକ୍ରରାଜ ସୁଦର୍ଶନ ଦାରୁ ପିଠରେ ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମାର ପୂର୍ବ ପ୍ରସ୍ତୁତି ଅନୁଯାୟୀ ହୋଇଥିବା ନୀତି ନିର୍ଘଣ୍ଟ ପ୍ରାତଃରେ ମଙ୍ଗଳାର୍ପଣ ଡୋରଲାଗି ଓ ପୃଷ୍ପାଞ୍ଜଳି ହୋଇ ପହଣ୍ଡିଆରମ୍ଭ ମଙ୍ଗଳ ଆଳତୀ ସକାଳ ୯.ଟାରେ ଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ,ରୋଷହୋମ, ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା,ବେଶଶେଷ ଜଳବିଜେ, ପୂଜା, ସ୍ନାନ,ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗାଲାଗି ବେଶ, ମଧ୍ୟାହ୍ନରେ ଛେରା ପହଁରା, ଅପରାହ୍ନ ରେ ହାତୀ (ଗଜ) ବେଷ,ମହନ୍ତଶାଢ଼ୀବନ୍ଧା,ଘଣ୍ଟଛତାସକାଳଧୂପ,ଦକ୍ଷିଣିଘର… Continue reading ବିଭିନ୍ନ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ଓ ହାତୀ ବେଶ ସମ୍ପର୍ଣ୍ଣ

ଗୀତାଞ୍ଜଳି ପକ୍ଷରୁ ରବୀନ୍ଦ୍ର, ନଜରୁଲ ଜୟନ୍ତୀ

ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ମହାନ କବି, ସାହିତ୍ୟିକ, ଲେଖକ ରବୀନ୍ଦ୍ର ନାଥ ଠାକୁର ଓ ସୁନାମଧନ୍ୟ ସଂଗୀତଙ୍ଗ, କବି ନଜରୁଲଙ୍କ ଜୟନ୍ତୀ ଅନୁଷ୍ଠାନର ସଭାପତି ଡ଼ଃ ସୁଭାଷ ଚନ୍ଦ୍ର ମୁଖାର୍ଜୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ସମାଜସେବୀ ତପନ କୁମାର ରାହା ଦୀର୍ଘ 18 ବର୍ଷଧରି ଗୀତାଞ୍ଜଳି ଅନୁଷ୍ଠାନ ବହୁ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଥିବା ନେଇ ସୂଚନା ପ୍ରଦାନ କରିଥିଲେ… Continue reading ଗୀତାଞ୍ଜଳି ପକ୍ଷରୁ ରବୀନ୍ଦ୍ର, ନଜରୁଲ ଜୟନ୍ତୀ

ବନଦୁର୍ଗା ମହୋତ୍ସବର ତୃତୀୟ ସନ୍ଧ୍ୟା

ବିସ୍ଥାପିତଙ୍କ ମୌଳିକ ଅଧିକାର ଯୋଗାଇ ଦିଆଯାଉ – ପ୍ରଫୁଲ୍ଲ ସାମନ୍ତରାୟବଲାଙ୍ଗିର: ବଲାଙ୍ଗିର, ସୁକତେଲ ଡେମ୍‌ ପାଦ ଦେଶରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନଦୁର୍ଗା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ସଂଜୟ ଗଡତ୍ୟା ସଭାପତିତ୍ୱରେ ଓ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ପ୍ରଫୁଲ୍ଲ ସାମନ୍ତରାୟ ଯୋଗଦେଇ ଏ ଅଂଚଳର ଅତୀତରେ ପ୍ରାକୃତିକ ପରିବେଶ ନଦୀ, ନାଳ, ବଣ, ଜଙ୍ଗଲ ଏବଂ କୃଷିଜାତ ପଦାର୍ଥରେ ସମୃଦ୍ଧ ଥିଲା ଏ ଅଂଚଳ । ତେଣୁ ଏ ଅଂଚଳର… Continue reading ବନଦୁର୍ଗା ମହୋତ୍ସବର ତୃତୀୟ ସନ୍ଧ୍ୟା

ଚୈତ୍ର ନବରାତ୍ରି ପର୍ବ

ଚୈତ୍ର ନବରାତ୍ରିର ପର୍ବ ଏଠାରେ ଅଛି। ଏହି ବର୍ଷ, 9 ଦିନିଆ ପର୍ବ 30 ମାର୍ଚ୍ଚରୁ 7 ଏପ୍ରିଲ ପର୍ଯ୍ୟନ୍ତ ପାଳନ କରାଯିବ, ଯାହା ଦେବୀ ଦୁର୍ଗା ଏବଂ ତାଙ୍କର ନଅଟି ଦିବ୍ୟ ରୂପକୁ ଉତ୍ସର୍ଗୀକୃତ ନଅ ଦିନର ଭକ୍ତିକୁ ଚିହ୍ନିତ କରିଥାଏ । ଏହି ବସନ୍ତକାଳୀନ ପର୍ବ, ମୁଖ୍ୟତଃ ଉତ୍ତର ଭାରତରେ ପାଳିତ, ମନ୍ଦ ଉପରେ ଭଲର ବିଜୟ ଏବଂ ଅନେକ ଅଞ୍ଚଳରେ ହିନ୍ଦୁ ନବବର୍ଷର ଆରମ୍ଭକୁ ସୂଚିତ କରେ। ଏହି 9 ଦିନ ମଧ୍ୟରେ,… Continue reading ଚୈତ୍ର ନବରାତ୍ରି ପର୍ବ

ଜୁନାଗଡ ମହୋତ୍ସବ ରେ କବିତା ପାଠୋତ୍ସବ

ଜୁନାଗଡ଼, ୧୬/୨(/ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଜୁନାଗଡ଼ର ଐତିହ, ସଂସ୍କୃତି, ପରମ୍ପରା,ଲୋକନୃତ୍ୟ, ଲୋକବାଦ୍ୟ ଓ ସଙ୍ଗୀତର ମହାପର୍ବ ଜୁନାଗଡ଼ର ଅପୂର୍ବ ସମାବେଶ  ୨୦୨୫ ଜୁନାଗଡ଼ ଠାରେ ଚଳିତ ମାସ ୧୪ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଯାଇଛି। ଏହି ସମାବେଶରେ ଷୋହଳ ତାରିଖ ଶେଷ ଦିବସ ରେ ଜୁନାଗଡ ମୁଖ୍ୟ ଲଙ୍କେଶ୍ଵରୀ ମଞ୍ଚରେ ଜିଲ୍ଲା ସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି।  ସଭାପତି ପ୍ରିୟବ୍ରତ ବାଣୁଆଙ୍କ ନେତୃତ୍ୟୁରେ ମୁଖ୍ୟ ଅତିଥି ଭାବେ  ସାହିତ୍ୟିକ , ପ୍ରାବନ୍ଧିକ,… Continue reading ଜୁନାଗଡ ମହୋତ୍ସବ ରେ କବିତା ପାଠୋତ୍ସବ

କଳାହାଣ୍ଡି ମହାରାଜାଙ୍କ ଦ୍ଵାରା ଜୁନାଗଡ଼ ମହୋତ୍ସବ ଉଦଘାଟିତ

ଭବାନୀପାଟଣା, ୧୬/୦୨(ଜଗନ୍ନାଥ ନାଏକ): କଳାହାଣ୍ଡି ବହୁ ପ୍ରତୀକ୍ଷିତ ଜୁନାଗଡ଼ ମହୋତ୍ସବ ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ ମହାସମାରୋହରେ ଆଜି ଉଦଘାଟିତ ହୋଇଛି । କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏକ ବିଶାଳ ମଶାଲ ରାଲି ସାପ୍ତାହିକ ବଜାର ଠାରୁ ଆରମ୍ଭ ହୋଇଥିଲା । ଏହି ସମୟରେ ଶହ ଶହ ଜନ ସାଧାରଣଙ୍କ ସମେତ ଘୁମୁରା, ସଂକୀର୍ତ୍ତନ, ଢାପ ନାଚ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଶହ ମଶାଲ ରାଲି… Continue reading କଳାହାଣ୍ଡି ମହାରାଜାଙ୍କ ଦ୍ଵାରା ଜୁନାଗଡ଼ ମହୋତ୍ସବ ଉଦଘାଟିତ

ଉଦଯାପିତ ହେଲା ୮ମ ଯଶୁଆପୁର ମହୋତ୍ସବ

ବାଲିଅନ୍ତା,୧୪|୨: ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତ ଯଶୁଆପୁର ଠାରେ ଯଶୁଆପୁର ବିକାଶ ପରିଷଦ ପକ୍ଷରୁ ଆୟୋଜିତ ହେଉଥିବା ଦୁଇ ଦିନିଆ ୮ମ ଯଶୁଆପୁର ମହୋତ୍ସବ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସଂନ୍ଧ୍ୟାରେ ମୁଖ୍ୟଅତିଥି ରୂପେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡ. ଅରବିନ୍ଦ ଢ଼ାଲି , ଢେଙ୍କାନାଳ ବାଣିଜ୍ୟିକ ଟିକସ ଏବଂ ଜିଏସ୍ଟି ବିଭାଗର ଡେପ୍ୟିଟି କମିସନର… Continue reading ଉଦଯାପିତ ହେଲା ୮ମ ଯଶୁଆପୁର ମହୋତ୍ସବ

ଓଡ଼ିଶ ଗ୍ରାମରେ ପବିତ୍ର କୁରାଳ ପଂଚମୀ ପାଳିତ

ଭୁବନ: ସାରା ରାଜ୍ୟରେ ପବିତ୍ର କୁରାଳ ପଂଚମୀ ପାଳନ କରାଯାଇଥିବାବେଳେ ଓଡ଼ିଶ ଗ୍ରାମପଂଚାୟତରେ ମଧ୍ୟ ଧୂମଧାମ ସହକାରେ ପାଳିତ ହୋଇଯାଇଛି ଏହି ପର୍ବ । ଏହି ଉତ୍ସବକୁ ଗ୍ରାମର କୁମ୍ଭାରସାହିରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୁମ୍ଭାରମାନଙ୍କ ଆରାଧ୍ୟ ଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଛି । ସାହିର ଯୁବଗୋଷ୍ଠୀ ଏକତ୍ର ହୋଇ ଏହି ଧର୍ମ କାର୍ଯ୍ୟ କରିଆସୁଥିବାବେଳେ ଏବର୍ଷ ଉତ୍ସବକୁ ଆଉ ଟିକେ ଆନନ୍ଦ ମୂଖର କରିବାକୁ… Continue reading ଓଡ଼ିଶ ଗ୍ରାମରେ ପବିତ୍ର କୁରାଳ ପଂଚମୀ ପାଳିତ

You cannot copy content of this page