ପଞ୍ଜୀକୃତ ହେଲା ଓଡିଶା ଶ୍ରମିକ ସଂଘ

ଭୁବନେଶ୍ଵର: ଭୁବନେଶ୍ଵର ସ୍ଥିତ ଓଡିଶା ଶ୍ରମିକ ସଂଘ ରାଜ୍ୟର ଏକମାତ୍ର ପଞ୍ଜୀକୃତ ୟୁନିୟନ ଯାହା ପଞ୍ଜୀକୃତ ଶ୍ରମିକମାନଙ୍କୁ ନେଇ ଗଠିତ ହୋଇଯାଇଛି । ବର୍ତ୍ତମାନ ଏହି ସଂଘ ସରକାରଙ୍କ ନିକଟରେ ପଞ୍ଜୀକରଣ ଅନୁମୋଦନ ଲାଭ କରିଛି । ଏହା କେବଳ ପଞ୍ଜିକରଣ ହୋଇଥିବା ଅର୍ଥାତ ଲେବର କାର୍ଡ ପାଇଥିବା କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟକରିବ ବୋଲି ସଂଘର ରାଜ୍ୟସ୍ତରୀୟ ଅଧକ୍ଷ ଚନ୍ଦ୍ର ପ୍ରକାଶ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର… Continue reading ପଞ୍ଜୀକୃତ ହେଲା ଓଡିଶା ଶ୍ରମିକ ସଂଘ

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସବୁ ବର୍ଗର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି । ଅଣକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କାକୁ, କୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୪୪୨ ଟଙ୍କାରୁ ୫୫୦ ଟଙ୍କାକୁ ଏବଂ ଅତ୍ୟନ୍ତ କୁଶଳୀ ଶ୍ରମିକ ମାନଙ୍କ କ୍ଷେତ୍ରରେ ସର୍ବନିମ୍ନ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

You cannot copy content of this page