ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ତରଫରୁଚାନ୍ଦବାଲି ବ୍ଲକ ଅଧିନରେ ନୟାଧାମରାଗ୍ରାମରେ ଗର୍ଭସଂସ୍କାର କାର୍ଯ୍ୟକ୍ରମ

ଚାନ୍ଦବାଲି ;- ୧୫/୦୩ ମି.ଏଜ୍ (ଡଃ ଦୀପକ ରଂଜନ ବେହେରା ) ଆଜି ସକାଳ ୯ଘଟିକା ସମୟରେ ଚାନ୍ଦବାଲିରେ ଥିବା ନୟାଧାମରା ଗ୍ରାମରେ ଆସନ୍ତୁ ଗଢିବା ସଂସ୍କାରବାନ ପିଢି କାର୍ଯ୍ୟକ୍ରମରେ ଗର୍ଭସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଉଛି | ଉକ୍ତ ଗର୍ଭସଂସ୍କାର କାର୍ଯ୍ଯକ୍ରମରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ଗାୟତ୍ରୀସାଧକ ପରିଜନ ଦିବ୍ଯାଂଶୁ ଭାଇ, ମଞ୍ଜୁଲତା ଦାସ,ସେବତି ବେଦ ଏବଂ ଉତ୍ପଳା ଦିଦିଙ୍କ ଉପସ୍ଥିତରେ ଭାରତୀୟ ସଂସ୍କୁତି ପରମ୍ପପରା ଅନୁଯାୟୀ ଦେବାଦେବୀଙ୍କୁ ପୂଜନକରାଯାଇ ଅଗ୍ନିଦେବତାଙ୍କୁ ଆହ୍ବାନକରାଯାଇଥିଲା ପରେପରେ ସାଗରୀକା ସାମଲଙ୍କର ଗର୍ଭସଂସ୍କାର କାର୍ଯ୍ଯକ୍ରମ ସହିତ ସବ୍ଯସାନ ବେହେରା (ନେଙ୍ଗଡା)ଙ୍କର ଜନ୍ମ ସଂସ୍କାର କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା |
ପ୍ରଥମେ ଗାୟତ୍ରୀ ସାଧିକା ଆଦରଣୀୟ ମଞ୍ଜୁଲତା ଦାଶ ସମସ୍ତମାଙ୍କୁ ବୁଝାଇବୁଝାଇ କହିଥିଲେ ଯେ ବୈବାହିକ ଜୀବନରେ ସନ୍ତାନ ପ୍ରାପ୍ତିର ଇଚ୍ଛା ଯେ କେହି କରିଥାନ୍ତି । ଏଥିସହିତ ସବୁ ମାତା-ପିତା ଚାହିଁଥାନ୍ତି ଯେ ତାଙ୍କର ସନ୍ତାନ ଯୋଗ୍ୟ ଓ ଆଦର୍ଶବାନ ହେଉ । ଶାସ୍ତ୍ର ଓ ଗରୁଡ ପୁରାଣରେ କୁହାଯାଇଛି, ସନ୍ତାନ ଜନ୍ମ ପରେ ସେ କେମିତି ହେବ ଏହା ତା’ର ପୂର୍ବ ଜନ୍ମର କର୍ମ, ମା’ ର ଆଚରଣ ଓ ଗର୍ଭଧାରଣ ସମୟ ମହତ୍ୱପୂର୍ଣ୍ଣ ହୋଇଥାଏ । ଏହାକୁ ଶାସ୍ତ୍ରରେ ଗର୍ଭ ସଂସ୍କାର ବୋଲି କୁହାଯାଇଥାଏ | ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ଯେପରି ମାତୃ ଗର୍ଭରୁ ବିଭିନ୍ନ ବିଦ୍ୟା ଲାଭ କରିଥିଲେ, ସେହିପରି ଭାବରେ ଗର୍ଭବତୀ ମହିଳାମାନଙ୍କୁ ଗର୍ଭ ସଂସ୍କାର ଶିକ୍ଷା ପ୍ରଦାନ କରାଯିବା ନିତ୍ଯାନ୍ତ ଆବଶ୍ଯତା ରହିଛି ବୋଲି ମଞ୍ଜୁଲତା ଦାସ କହିଥିଲେ। ପରେପରେ ଆଦରଣୀୟ ଦିବ୍ଯଶ୍ରୀଭାଇ ତାଙ୍କର ପ୍ବୋବନରେ କହିଥିଲେ ଯେ ଯେମିତି ଗର୍ଭ ସଂସ୍କାରରେ ଗର୍ଭଧାରଣ ଠାରୁ ନେଇକରି ଜନ୍ମ ପର୍ଯ୍ୟନ୍ତ, ପୁରା ୯ ମାସ ମାତାଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ-ପାନୀୟ ଓ ଦିନଚର୍ଯ୍ୟା ଉପରେ ନିର୍ଭର କରିଥାଏ । ଠିକ୍‌ ୧୮ ମହାପୁରାଣ ମଧ୍ୟରେ ଗରୁଡ ପୁରାଣରେ ମଧ୍ୟ ଗର୍ଭ ଧାରଣ ନିୟମ ସମ୍ପର୍କରେ କୁହାଯାଇଛି । ଯାହାକୁ ପାଳନ କରିବା ଦ୍ୱାରା ଦମ୍ପତିଙ୍କୁ ଶ୍ରେଷ୍ଠ ସନ୍ତାନ ପ୍ରାପ୍ତି ହୋଇଥାଏ । ଗର୍ଭଧାରଣ ସମୟରେ ଏହି କଥା ଉପରେ ରଖନ୍ତୁ ଧ୍ୟାନ ଜରୁରୀ ଅଟେ | ଗରୁଡ ପୁରାଣ ଅନୁସାରେ ଯେବେ ମହିଳାଙ୍କ ମାସିକ ଧର୍ମ ହୋଇଥାଏ , ସେତେବେଳେ ତାଙ୍କ ସହ ମର୍ଯ୍ୟାଦାର ସହ କଥା ହୁଅନ୍ତୁ । ଦମ୍ପତି ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ । ଏହାଦ୍ୱାରା ଶ୍ରେଷ୍ଠ ସନ୍ତାନ ପ୍ରାପ୍ତି ହୋଇଥାଏ ।ମାସିକ ଧର୍ମ ଶୁଦ୍ଧ ହେବାର ୭ ଦିନ ଯାଏ ସ୍ତ୍ରୀ ଗର୍ଭ ଧାରଣ କରିବା କଥା ନୁହେଁ । ଏହି ଦିନ ଗର୍ଭଧାରଣ କରିବା ଦ୍ୱାରା ମାତା ଓ ଶିଶୁ ଦୁହିଁଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । କାରଣ ଏହି ସମୟରେ ମହିଳା ଶାରୀରିକ ଭାବେ ଦୁର୍ବଳ ରହିଥାନ୍ତି । ଶୁଭ ଦିନ ଯଥା ସୋମବାର, ବୁଧବାର, ଗୁରୁବାର ଓ ଶୁକ୍ରବାରରେ ଗର୍ଭ ଧାରଣକୁ ଶୁଭ ମନାଯାଇଥାଏ । ଏହାଛଡ଼ା ଅଷ୍ଟମୀ, ଦଶମୀ ଓ ଦ୍ୱାଦଶୀ ତିଥି ଶୁଭ ମନାଯାଇଥାଏ । ଶୁଭ ଦିନରେ ଗର୍ଭ ଧାରଣ ପାଇଁ ଶୁଭ ନକ୍ଷତ୍ରକୁ ମଧ୍ୟ ମହତ୍ୱପୂର୍ଣ୍ଣ ବୋଲି ମନାଯାଇଥାଏ । ଏହି ନକ୍ଷତ୍ର ମଧ୍ୟରେ ରୋହିଣୀ, ମୃଗଶିରା, ହସ୍ତା, ଚିତ୍ରା, ପୁନର୍ବସୁ, ଅନୁରାଧା, ଶ୍ରବଣ, ଧନିଷ୍ଠା, ଶତଭିଷା, ଉତ୍ତରା ଭାଦ୍ରପଦ, ଉତ୍ତରାଷାଢ଼ା ଓ ଉତ୍ତରାଫାଲଗୁନୀ ନକ୍ଷତ୍ରକୁ ଶୁଭ ମନାଯାଇଥାଏ । ଏହିକାର୍ଯ୍ଯକ୍ରମରେ ନୟାଧାମରାଗ୍ରାମରେ ଉସା ସାମଲ,ମାଳବିକା ବେହେରା,ଗୁଲୋ ଭାଉଜ,ମଧୁସ୍ମିତା ବେହେରା,ପୂଜା, ସୂଚିସ୍ମିତା ବେହେରା,ଲିଜା,ଦେବସ୍ମିତା ବେହେରା,ପାଚୁ,ଚୁଇଁ,ଟୁନା,ତାପସ ମାଝୀ,ମଳୟ,ବିଶ୍ବ ରଂଜନ ବେହେରା,ରିଙ୍କି,ନିରୁ ଏବଂ ବନ୍ଦନା ଭଉଣୀଙ୍କ ସହଯୋଗରେ କାର୍ଯ୍ଯକ୍ରମଟି ସାଫଲ୍ଯମଣ୍ଡିତ ହୋଇଥିଲା | ଶେଷରେ ଶାନ୍ତିପାଠ କରାଯାଇ ମଧ୍ୟ୍ଯାହ୍ଣ ଭୋଜନ ସେବନକରି କାର୍ଯ୍ଯକ୍ରମକୁ ବିରାମଦିଆଯାଇଥିଲା |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page