ଅରଭାନୀ ସମୟ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଭୁବନେଶ୍ୱର: ସୁସ୍ଥ ମା’ଟିଏ ହେବା ପାଇଁ ଜଣେ କନ୍ୟା ସଠିକ୍ ବୟସରେ ବିବାହ କରିବା ଉଚିତ୍ । ଉପଯୁକ୍ତ ବୟସ ଅବଧି ଠାରୁ କମ୍ କିମ୍ବା ଅଧିକ ବୟସରେ ବିବାହ କରି ମାତୃତ୍ୱ ଲାଭ କରିବା ଉଭୟ ମା’ ଓ ଶିଶୁ ପ୍ରତି ବିପଦ ଥାଏ । ମାନସିକ ଓ ଶାରୀରିକସ୍ତରରେ ସୁସ୍ଥ ରହିବା ପାଇଁ ବିବାହ ପୂର୍ବରୁ ବାପା, ମା’ ବିବାହ ପରେ ଶାଶୁଘର ଲୋକେ କନ୍ୟାର ଉପଯୁକ୍ତ ଯନô ନେବା ଆବଶ୍ୟକ । ଭୁବନେଶ୍ୱରରୁ ପ୍ରକାଶିତ ପାକ୍ଷିକ ଖବର କାଗଜ ଅରଭାନୀ ସମୟ ଓ ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନର ମିଳିତ ଉଦ୍ୟମରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ଡ. ରିତାଞ୍ଜଳି ମିଶ୍ର ‘ସୁସ୍ଥ ପ୍ରାରମ୍ଭ ଆଶାନ୍ୱିତ ଭବିଷ୍ୟତ’ ବିଷୟରେ ବିଷଦ ଭାବେ ନିଜର ଅଭିଭାଷଣ ରଖିବା ସହ ଗର୍ଭବତୀ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ନିଜର ମତ ରଖିଥିଲେ । ନାରାୟଣ ସେବା ଫାଉଣ୍ଡେସନର ସଭାପତି ଶିବନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାହିତି୍ୟକା ଇନ୍ଦିରା ମିଶ୍ର, ସମିତା ମହାରଣା ସୁସ୍ଥ ମାତୃତ୍ୱ ପାଇଁ ଆବଶ୍ୟକ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିôବା ବେଳେ ସାହିତି୍ୟକା ମନୋରମା ମିଶ୍ର, ତରୁଣବାଳା ମହାପାତ୍ର, କବି କଣ୍ଡୁରୀ ଚରଣ ନାୟକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସଂପାଦକ ରମେଶ କୁମାର ମହାପାତ୍ର ପ୍ରାରମ୍ଭିକ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page