ଇଟିପୁର ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ

ବାଲିଅନ୍ତା,୬|୩: ଭୁବନେଶ୍ୱର ବ୍ଲକ ଅଧିନ ଇଟିପୁର ସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ମହାସମାରୋହରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ମାନସ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଜୀବନ ଗଠନ ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପଞ୍ଚସଖା ଶିକ୍ଷାସେତୁ ସଂଗଠନ ସଭାପତି ଜ୍ଞାନରଞ୍ଜନ ସାହୁ,ପରିଚାଳନା କମିଟି (SMC)ର ସଭାପତି ଗଦାଧର ସାହୁ, ପ୍ରସନ୍ନ କୁମାର ପରିଡ଼ା, ପୂର୍ବତନ SMC ସଭାପତି ବସନ୍ତ କୁମାର ସୁବୁଦ୍ଧି, ଅବସରପ୍ରାପ୍ତ କର୍ମଚାରୀ ଯୋଗ ଦେଇଥିଲେ l ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତିରାଣୀ ଷଡ଼ଙ୍ଗୀ ଓ ଶୁଭ୍ରଶ୍ରୀ ଦାସ ମଧ୍ୟ ମଞ୍ଚାସୀନ ଥିଲେ l ଶ୍ରୀମତୀ ଷଡ଼ଙ୍ଗୀ ବାର୍ଷିକ ବିବରଣୀ ପାଠ କରିଥିଲେ l ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ପରେ ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଓଡ଼ିଶା ର ପାରମ୍ପରିକ ନୃତ୍ୟରୁ ଆରମ୍ଭ କରି ଆଧୁନିକ ସଙ୍ଗୀତ ପର୍ଯ୍ୟନ୍ତ ବିଭିନ୍ନ କଳା ନୈପୁଣ୍ୟ ଦର୍ଶକଙ୍କ ମନ ମୋହିଥିଲା। ସମଗ୍ର କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଯୁବ ଶିକ୍ଷୟତ୍ରୀ ସୋନାଲି ଭୂୟାଁ, ସବ୍ୟଜିତ ବେହେରା ଏବଂ ଦିନେଶ କୁମାର ଲେଙ୍କା ସଫଳତାର ସହ ସଂଯୋଜନା କରିଥିଲେ। ପରିଶେଷରେ ହିନ୍ଦୀ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପ୍ରହରାଜ ଦୀକ୍ଷିତ ଉପସ୍ଥିତ ସମସ୍ତ ଅତିଥି ଓ ଅଭିଭାବକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଉତ୍ସାହର ସହ ଯୋଗ ଦେଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page