ବାଲିଅନ୍ତା: ଭୁବନେଶ୍ୱର ସ୍ଥିତ ହୋଟେଲ ଏକସେଲେନସିରେ ଇମ୍ପ୍ଲାମେଡିକ ଏବଂ ସୋମୁନ ଟ୍ରେଡ଼ର୍ସର ମିଳିତ ଆନୁକୂଲ୍ୟରେ ଏକ ସାଧାରଣ ବାର୍ଷିକ ସମାଗମର ଆୟୋଜନ କରାଯାଇଛି l ଉକ୍ତ ସଭାରେ ବିଶିଷ୍ଟ ସମାଜସେଵୀ ପ୍ରତାପ ଷଡ଼ଙ୍ଗୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ ଓଡିଶାର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ସୁନାମଧନ୍ୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ

ପ୍ରଦୀପ ମଲ୍ଲିକ ଯୋଗଦେଇ କମ୍ପାନୀର ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ l ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅନେକ ଆକର୍ଷଣୀୟ ଯୋଜନା ଲାଗୁ କରିଛନ୍ତି ଯେପରିକି କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ବୀମା, ମ୍ୟୁଚୁଆଲ ଫଣ୍ଡ ଏବଂ କମ୍ପାନୀ କର୍ମଚାରୀ ପିଲାମାନଙ୍କର ପାଠପଢା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କମ୍ପାନୀର ମହା ନିର୍ଦେଶକ ମନୋଜ କୁମାର ପଣ୍ଡା କହିଛନ୍ତି l ସେହିପରି କମ୍ପାନୀର ଅନ୍ୟ ଏକ ପ୍ରମୁଖ ପ୍ରଚେଷ୍ଟା ଅନୁଦାନ ପାଣ୍ଠି ମାଧ୍ୟମରେ ପ୍ରତିବର୍ଷ ତାର କିଞ୍ଚିତ ଲାଭାଂଶରୁ ନିମ୍ନବିତ ପରିବାର ବର୍ଗର କ୍ୟାନ୍ସର ପୀଡିତ ବ୍ୟକ୍ତି ବିଶେଷଙ୍କୁ ସହାୟତା ରାଶି ଯୋଗାଇ ଆସୁଅଛି I